A new opportunity for Sara: ସାରାଙ୍କୁ ନୂଆ ସୁଯୋଗ
ଲୋକପ୍ରିୟ ଅଭିନେତ୍ରୀ ସାରା ଅର୍ଜୁନଙ୍କୁ ମିଳିଛି ଆଉ ଏକ ବଡ଼ ସୁଯୋଗ।
ତାମିଲ, ହିନ୍ଦୀ ଓ ତେଲୁଗୁ ସମେତ ବିଭିନ୍ନ ଭାଷାର ଚଳଚ୍ଚିତ୍ରରେ ନିଜ ଅଭିନୟ ପ୍ରତିଭାର ପରିଚୟ ଦେଇଥିବା ସାରା ଆଗାମୀ ଦିନରେ ନିର୍ଦ୍ଦେଶକ ମନୀଷ ଶର୍ମାଙ୍କ ଏକ ସଙ୍ଗୀତପ୍ରଧାନ ପ୍ରେମକାହାଣୀରେ ନଜର ଆସିବେ।
ଏହି ଚଳଚ୍ଚିତ୍ର ଜରିଆରେ ସାରା ପ୍ରଥମ ଥର ପାଇଁ ଯଶରାଜ ଫିଲ୍ମସ୍ (ୱାଇଆର୍ଏଫ୍) ବ୍ୟାନର୍ରେ କାମ କରିବେ।
ତେବେ ଏଯାବତ୍ ଚଳଚ୍ଚିତ୍ରର ନାମ ଓ ଅନ୍ୟ କଳାକାରଙ୍କ ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା ହୋଇନାହିଁ।
Advertisment Constitution Day: ଏମ୍ସ ଭୁବନେଶ୍ୱରରେ 'ପ୍ରସ୍ତାବନା ପାଠ' ମାଧ୍ୟମରେ ସମ୍ବିଧାନ ଦିବସ ପାଳିତ ୨୦୨୭ ଜାନୁଆରିରେ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହେବା ନେଇ ସୂଚନା ମିଳିଥିବାବେଳେ ଏହାର ପ୍ରାକ୍ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି।
ଫିଲ୍ମରେ ସଙ୍ଗୀତକୁ ବିଶେଷ ଗୁରୁତ୍ୱ ଦିଆଯିବା ସହ ଏଥିରେ ପ୍ରାୟ ଆଠଟି ଗୀତ ରହିବ ବୋଲି ଜଣାପଡ଼ିଛି।
୨୦୦୫ ଜୁନ୍ ୧୮ରେ ମୁମ୍ବାଇରେ ଜନ୍ମିତ ସାରା ଖୁବ୍ କମ୍ ବୟସରୁ ବିଜ୍ଞାପନ ଜଗତରେ ପାଦ ଥାପିଥିଲେ।
୨୦୧୧ରେ ତାମିଲ୍ ଚଳଚ୍ଚିତ୍ର 'ଦୈବ ତିରୁମଗଳ'ରେ ଶିଶୁ କଳାକାର ଭାବେ ଅଭିନୟ କରି ସେ ଚର୍ଚ୍ଚାକୁ ଆସିଥିଲେ।
ପରେ 'ଜଜ୍ବା', 'ସାଣ୍ଡ୍ କି ଆଁଖ୍' ଓ 'ପୋନ୍ନିୟିନ୍ ସେଲଭନ୍' ଭଳି ଚଳଚ୍ଚିତ୍ରରେ ନିଜ ଅଭିନୟର ଛାପ ଛାଡ଼ିଥିଲେ।
ରଣବୀର ସିଂହଙ୍କ ସହ 'ଧୁରନ୍ଧର'ରେ ଅଭିନୟ କରିବା ପରେ ସାରାଙ୍କ ଲୋକପ୍ରିୟତା ଶୀର୍ଷ ଛୁଇଁଛି।
Judgement: ହାଇକୋର୍ଟରେ ହାଜର ହେବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
