8 dead: ତାମିଲନାଡୁରେ ୮ ମୃତ
"ମାନସ ବେହେରାଯାଜପୁର: ତାମିଲନାଡ଼ୁର ତିରୁଭଲୁର ଜିଲ୍ଲାରେ ଥିବା "ସେଣ୍ଟ ପିଟର୍ସ ପର୍ଲ ସି-ଫୁଡ୍ ଏକ୍ସପୋର୍ଟସ୍" କାରଖାନାରେ ରବିବାର ଆମୋନିଆ ଗ୍ୟାସ୍ ଲିକ୍ ହୋଇ କେବଳ କେନ୍ଦୁଝର ଜିଲ୍ଲାରୁ ୮ଜଣ ଜୁଆଙ୍ଗ ଯୁବତୀଙ୍କ ମୃତ୍ୟୁ ଘଟିବା ସାରା ରାଜ୍ୟକୁ ସ୍ତବ୍ଧ କରିଦେଇଛି।
ଜୁଆଙ୍ଗମାନେ ନିଜ ଅଞ୍ଚଳରେ କାମ ନ ପାଇ ବାହାର ରାଜ୍ୟକୁ ଯାଉଛନ୍ତି।
ଏପଟେ ଭିନ୍ନ କାରଣରୁ ଲୋପ ପାଇବାକୁ ବସିଥିବା ଏହି ଜନଜାତିଙ୍କ ସାମଗ୍ରିକ ବିକାଶ ପାଇଁ ୧୯୭୮ରୁ ଆରମ୍ଭ ହୋଇଥିଲା ଜୁଆଙ୍ଗ ଡେଭଲପ୍ମେଣ୍ଟ ଏଜେନ୍ସି (ଜେଡିଏ)।
ଯାହାକୁ ଆଉ ଦୁଇବର୍ଷ ପରେ ୫୦ ବର୍ଷ ପୂରିବ।
ହେଲେ ଅର୍ଦ୍ଧଶତାଦ୍ଦୀ ପରେ "ଜେଡିଏ"ର ଆଭିମୁଖ୍ୟକୁ ନେଇ ସନ୍ଦେହ ଉପୁଜିଛି।
ଯେଉଁ ଉଦ୍ଦେଶ୍ୟ ନେଇ "ଜେଡିଏ" ଗଠନ ହୋଇଥିଲା ତା"ର ଉଦ୍ଦେଶ୍ୟ ପୂରଣ ହୋଇ ପାରୁନଥିବାରୁ ଜୁଆଙ୍ଗମାନେ ଭିଟାମାଟି ଛାଡୁଛନ୍ତି।
ଜୁଆଙ୍ଗମାନେ ଶିକ୍ଷା, ସ୍ବାସ୍ଥ୍ୟ, ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ବହୁ ପଛରେ ପଡ଼ିଛନ୍ତି।
କିଏ ଉଚ୍ଚଶିକ୍ଷା ପାଇଁ ଟଙ୍କା ଯୋଗାଡ଼ କରିବାକୁ ହୋଟେଲରେ ବାସନ ମାଜୁଛି ତ ଆଉ କିଏ ପେଟ ପୋଷିବାକୁ ମୁଣ୍ଡଫଟା ଖରାରେ ଛେଳି ଚରାଉଛି।
ପରିବାର ପାଇଁ ଦାନା ଯୋଗାଡ଼ କରିବାକୁ କେନ୍ଦୁଝର ଜିଲ୍ଲାରୁ ଶହ ଶହ ଜୁଆଙ୍ଗ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇ ଶବ ହୋଇ ଫେରୁଛନ୍ତି, ଆଉ କିଏ ହାତଗୋଡ଼ ହରାଇ ସବୁଦିନ ପାଇଁ ପରିବାର ଉପରେ ବୋଝ ହୋଇଯାଉଛି।
ଏଥରୁ ସ୍ପଷ୍ଟ ଯେ ଜୁଆଙ୍ଗଙ୍କ ବିକାଶ କରିବାରେ ଜେଡିଏ ସମ୍ପୂର୍ଣ୍ଣ ବିଫଳ ହୋଇଛି।
ଏଥିପାଇଁ ଖର୍ଚ୍ଚ ହୋଇଥିବା ଶହଶହ କୋଟି ଟଙ୍କା ପାଣିରେ ପଡ଼ିଛି।
ଏ ଅର୍ଥକୁ ଚଳୁ କରିଦିଆଯାଇଛି।
କେବଳ ସେତିକି ନୁହେଁ, ଓଡ଼ିଶା ଆଦିମ ଜାନଜାତି ସଶକ୍ତୀକରଣ ଓ ଜୀବିକା ଉନ୍ନତୀକରଣ (ଓପିଇଏଲ୍ଆଇପି) କାର୍ଯ୍ୟକ୍ରମ ମାଧ୍ୟମରେ ଜୁଆଙ୍ଗଙ୍କ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିଲା।
ଏହାକୁ ଗତ ତିନିବର୍ଷ ତଳୁ ବନ୍ଦ କରିଦିଆଯାଇଥିବାରୁ ଜୁଆଙ୍ଗ ବିକାଶ ନେଇ ଯେଉଁ ପ୍ରଚାର ଚାଲିଛି ତାହା କେବଳ ଧୂଆଁବାଣ ବୋଲି ଚର୍ଚ୍ଚା ହେଉଛି।Advertisment Kalma is stopped: ୨ ଗେଟ୍ରେ ଅଟକିଯାଇଛି କଲମା ତଥ୍ୟ ମୁତାବକ କେନ୍ଦୁଝର ଜିଲ୍ଲାର ବାଂଶପାଳ, ତେଲକୋଇ, ହରିଚନ୍ଦନପୁର ଓ ଘଟଗାଁ ବ୍ଲକ୍ରେ ଆଦିମ ଜୁଆଙ୍ଗ ଜନଜାତି ସମ୍ପ୍ରଦାୟ ବାସ କରୁଛନ୍ତି।
ବିକାଶ ଅପହଞ୍ଚ ହୋଇରହିବା ଫଳରେ ଏହି ଆଦିମ ଜନଜାତିଙ୍କ ଦୁର୍ଦ୍ଦଶାର ଅନ୍ତ ନାହିଁ।
ଜୁଆଙ୍ଗ ପିଲା କେନ୍ଦୁଝର ସହର ତଥା ଆଖପାଖ ଅଞ୍ଚଳରେ ଥିବା ହୋଟେଲ, ଢାବା, ଜଳଖିଆ ଦୋକାନ, ଗ୍ୟାରେଜ୍ରେ କାମ କରୁଛନ୍ତି।
ସେହିପରି ଜୀବିକା ସନ୍ଧାନରେ ଶହଶହ ଜୁଆଙ୍ଗ ଯୁବକଯୁବତୀ ଗାଁ ଛାଡ଼ି ତାମିଲନାଡ଼ୁ, କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଯାଉଛନ୍ତି।
ହରିଚନ୍ଦନପୁରରୁ ପ୍ରତି ସପ୍ତାହରେ କେରଳ ଯାତ୍ରା କରୁଥିବା ଦାଦନ ଏକ୍ସପ୍ରେସ୍ର ଅଧିକାଂଶ ଯାତ୍ରୀ ହେଉଛନ୍ତି ଜୁଆଙ୍ଗ।
ବିଷାକ୍ତ ଗ୍ୟାସ୍ ଦୁର୍ଘଟଣାର ଶିକାର ହୋଇଥିବା ତାମିଲନାଡ଼ୁର "ସେଣ୍ଟ ପିଟର୍ସ ପର୍ଲ ସି-ଫୁଡ୍ ଏକ୍ସପୋର୍ଟସ"ରେ କେନ୍ଦୁଝରର ଶତାଧିକ ଜୁଆଙ୍ଗ ଯୁବକଯୁବତୀ କାମ କରୁଛନ୍ତି।
ଏମାନଙ୍କ ମଧ୍ୟରୁ ଅଧିକାଂଶ ନାବାଳକ, ନାବାଳିକା।
ଏତେ ସଂଖ୍ୟାରେ ଶିଶୁ ଶ୍ରମିକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିବା ବେଳେ ଶ୍ରମ ବିଭାଗ କିପରି ଜାଣିପାରୁନି ବୋଲି ପ୍ରଶ୍ନ ଉଠିଛି।
BijayShankar: ବିବାହ ବନ୍ଧନରେ ବାନ୍ଧି ହେଲେ ବିଜୟଶଙ୍କର: ପୂର୍ବରୁ ପ୍ରେମ ସମ୍ପର୍କକୁ ନେଇ ବିବାଦରେ ଥିଲେ ଏ ସମ୍ପର୍କରେ ଚାରିଗଡ଼ ପିଢ଼ ଜୁଆଙ୍ଗ ସମାଜର ସଂଯୋଜକ ରମାକାନ୍ତ ଜୁଆଙ୍ଗ କହିଛନ୍ତି, "ଜେଡିଏ" ଗଠନକୁ ବହୁଦିନ ହେଲାଣି।
ସେଠାରେ ଜୁଆଙ୍ଗଙ୍କ ପାଇଁ କ"ଣ ହେଉଛି ଆମେ ଜାଣିପାରୁନୁ।
ଜୁଆଙ୍ଗଙ୍କ ଜୀବନ ଜୀବିକା ପାଇଁ ପ୍ରକୃତରେ ସରକାରଙ୍କ ପକ୍ଷରୁ ଯଦି କିଛି ହେଉଥାନ୍ତା, ତେବେ ସେମାନେ ଭିଟାମାଟି ଛାଡ଼ି ଦାଦନ ଯାଇନଥାନ୍ତେ।
ଅନ୍ୟ ଆଦିବାସୀଙ୍କ ସମ୍ପ୍ରଦାୟଙ୍କ ତୁଳନାରେ ଜୁଆଙ୍ଗମାନଙ୍କର ଆର୍ଥିକ, ସାମାଜିକ ବିକାଶ ହୋଇପାରୁନି ବୋଲି ସେ କହିଛନ୍ତି।
ସେହିପରି ଜେଡିଏର ସ୍ବତନ୍ତ୍ର ଅଧିକାରୀ ମନୋରଞ୍ଜନ ବେହେରାଙ୍କୁ ପଚାରିବାରୁ ସେ କହିଥିଲେ ଯେ ଓଡ଼ିଶା ଆଦିମ ଜନଜାତି ସଶକ୍ତୀକରଣ ଓ ଜୀବିକା ଉନ୍ନତୀକରଣ (ଓପିଇଏଲ୍ଆଇପି) କାର୍ଯ୍ୟକ୍ରମ ମାଧ୍ୟମରେ ଜୁଆଙ୍ଗଙ୍କ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିଲା।
ଛେଳିପାଳନ, ଗୋପାଳନ, ମହୁଚାଷ, ପରିବାଚାଷ ପାଇଁ ପ୍ରୋତ୍ସାହନ ଦିଆଯାଉଥିଲା।
୨୦୨୩ରୁ ଏହି ଓପିଇଏଲ୍ଆଇପି ବନ୍ଦ ହୋଇଯାଇଥିବା ସେ କହିଛନ୍ତି।
ପୂର୍ବରୁ ବାଂଶପାଳ ବ୍ଲକ୍ର ୫୪ଟି ଗାଁକୁ "ଜେଡିଏ"ରେ ସାମିଲ କରାଯାଇଥିଲା।
୨୦୨୦ର ବିଜ୍ଞପ୍ତି ଅନୁସାରେ ତେଲକୋଇ, ହରିଚନ୍ଦନପୁର, ଘଟଗାଁର ଅନ୍ୟ ଗାଁମାନଙ୍କୁ "ଜେଡିଏ"ରେ ସାମିଲ କରାଯାଇଛି।
୧୫୬ ଗାଁରେ ୩୫ ହଜାର ୭୦୦ ଜଣ ଜୁଆଙ୍ଗ ବାସ କରୁଛନ୍ତି।
ବର୍ତ୍ତମାନ "ଜେଡିଏ" ପକ୍ଷରୁ ଜୁଆଙ୍ଗଙ୍କ ବିକାଶ ପାଇଁ ସେଭଳି କିଛି କାର୍ଯ୍ୟକ୍ରମ ଚାଲୁନି ବୋଲି ସେ କହିଥିଲେ।"