16 JULY 2026

Welcome!

Unlock your personalized experience.
Sign Up

75 Years of Independence: ‘ସ୍ବାଧୀନତାର ୭୫ବର୍ଷ ପରେ ଜାତିଭିତ୍ତିକ ସଂରକ୍ଷଣର ପ୍ରାସଙ୍ଗିକତା’ ଶୀର୍ଷକ ଆଲୋଚନାଚକ୍ର

Jul 16, 2026 - 04:58
75 Years of Independence: ‘ସ୍ବାଧୀନତାର ୭୫ବର୍ଷ ପରେ ଜାତିଭିତ୍ତିକ ସଂରକ୍ଷଣର ପ୍ରାସଙ୍ଗିକତା’ ଶୀର୍ଷକ ଆଲୋଚନାଚକ୍ର

ଭୁବନେଶ୍ବର: ମଣିଷ ମଣିଷ ଭିତରେ ଶହଶହ ବର୍ଷର ଅସମାନତା ବଳବତ୍ତର ଥିବା ଯୋଗୁ ବିଭିନ୍ନ ସରକାରୀ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ଦଳିତ, ନିଷ୍ପେଷିତ, ପଛୁଆ ବର୍ଗଙ୍କୁ ସମାଜରେ ସମାନତା ସୁଯୋଗ ଦେବା ପାଇଁ ଜାତିଭିତ୍ତିକ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। କିନ୍ତୁ ବିଡ଼ମ୍ବନାର କଥା ଯେଉଁ ବର୍ଗ ଏହି ବ୍ୟବସ୍ଥାର ଲାଭାର୍ଥୀ ହେବା କଥା, ସେଥିରୁ ସବୁଠୁ ଅଧିକ ଲୋକ ହିଁ ବଞ୍ଚିତ ହେଉଛନ୍ତି। ସମ୍ପ୍ରତି ଏହି ବ୍ୟବସ୍ଥା, ସାମାଜିକ ସଂସ୍କାର ହେବା ବଦଳରେ ଭୋଟ୍‌ ବ୍ୟାଙ୍କ ରାଜନୀତିର ଏକ ମାଧ୍ୟମ ପାଲଟିଛି। ସାମାଜିକ ସଂସ୍କାରଠାରୁ ଏହି ବ୍ୟବସ୍ଥା ଦୂରେଇ ଯାଉଥିବା ପରିଲକ୍ଷିତ ହେଉଛି। ତେଣୁ ଏହି ବ୍ୟବସ୍ଥାରେ ଏବେ ସଂସ୍କାର ଅଣାଯିବା ଦରକାର। ଜୟଦେବଭବନରେ ସିଆର୍‌ଏସ୍‌ ପକ୍ଷରୁ ‘ସ୍ବାଧୀନତାର ୭୫ ବର୍ଷ ପରେ ଜାତିଭିତ୍ତିକ ସଂରକ୍ଷଣର ପ୍ରାସଙ୍ଗିକତା’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇଥିବା ଅତିଥିମାନେ ଏଭଳି କହିଛନ୍ତି।

Rath Yatra:  ରାଇରଂଗପୁର ରଥଯାତ୍ରାରେ ଦିନେ ଲେଖାଁଏ ରଥ ଟାଣନ୍ତି ପୁରୁଷ ଓ ମହିଳା

କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଲେ ଯେ ଜାତିଭିତ୍ତିକ ସଂରକ୍ଷଣ ବ୍ୟବସ୍ଥା ପ୍ରଥମତଃ ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବା ପାଇଁ ଉଦ୍ଦିଷ୍ଟ। କିନ୍ତୁ ସ୍ବାଧୀନତାର ୭୫ବର୍ଷ ପରେ ବି ସମାଜରେ ଅସମାନତା ଦେଖାଯାଉଛି। ଯେଉଁ ବ୍ୟକ୍ତି ଜାତିଭିତ୍ତିକ ସଂରକ୍ଷଣର ସୁବିଧା ନେଇ ଆର୍ଥିକ ଦୃଷ୍ଟିରୁ ବେଶ୍‌ ସବଳ ହୋଇସାରିଛନ୍ତି, ସେମାନେ ଉକ୍ତ ସୁବିଧା ଛାଡ଼ିବାକୁ ନାରାଜ। ଫଳରେ ଏହା ପିଢ଼ି ପରେ ପିଢ଼ିକୁ ଗଡ଼ି ଚାଲିଛି। ଅଥଚ ସେହି ବର୍ଗର ଅନ୍ୟମାନେ ସେହି ସୁବିଧାରୁ ବଞ୍ଚିତ ହେଉଛନ୍ତି। ତେଣୁ ଜାତିଭିତ୍ତିକ ସଂରକ୍ଷଣ ବ୍ୟବସ୍ଥା ସାମାଜିକ ନ୍ୟାୟ ଦେବାରେ ବିଫଳ ହେଉଛି ବୋଲି କହିବାକୁ ହେବ। ଅନ୍ୟତମ ଅତିଥି ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଲେ ଯେ ଯେତେଦିନ ପର୍ଯ୍ୟନ୍ତ ଅସମାନତା ଦୂର ନ ହୋଇଛି, ଜାତିଭିତ୍ତିକ ସଂରକ୍ଷଣ ବ୍ୟବସ୍ଥା ଚାଲୁ ରହିବା ଦରକାର। ସମାଜର ତଳସ୍ତରର ନିଷ୍ପେଷିତ ବର୍ଗ ମୁଖ୍ୟସ୍ରୋତକୁ ନ ଆସିବା ପର୍ଯ୍ୟନ୍ତ ସଂରକ୍ଷଣ ବ୍ୟବସ୍ଥା ଆବଶ୍ୟକ ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ଆଇନଜୀବୀ ଅସୀମ ଅମିତାଭ ଦାଶ କହିଲେ ଯେ ସଂରକ୍ଷଣ ବ୍ୟବସ୍ଥା କେଉଁ କ୍ଷେତ୍ରରେ ରହିବ, କେଉଁଠି ରହିବ ନାହିଁ, ତାହାକୁ ନେଇ ବିଚାର କରିବାର ସମୟ ଆସିଛି। ଆଲୁଅ ଦେଖି ନଥିବା ଲୋକଙ୍କ ପାଖରେ ଏହି ବ୍ୟବସ୍ଥା କିଭଳି ଶୀଘ୍ର ପହଞ୍ଚିବ, ତାହା କରିବାର ବେଳ ଆସିଛି  ବୋଲି ସେ କହିଥିଲେ। ଜଗବନ୍ଧୁ ଦାସ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ରଙ୍କନିଧି ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ। ଦୀନବନ୍ଧୁ ବେହେରା ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଏବଂ ସଚ୍ଚିକାନ୍ତ ଷଡ଼ଙ୍ଗୀ ଧନ୍ୟବାଦ ଦେଇଥିଲେ।

Development Project: ୪୦ କୋଟିରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ, ଉଦ୍‌ଘାଟନ କଲେ ବିଧାୟକ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।