Mayurbhanj: ମୟୂରଭଞ୍ଜରେ ବାଟହୁଡ଼ିଛି ପିଏମ୍ ଆଦର୍ଶ ଗାଁ ଯୋଜନା: ୫ ବର୍ଷ ପରେ ବି ଅଧିକାଂଶ ଗାଁରେ ବିକାଶ ଶୂନ
"ବାରିପଦା: ଅନୁସୂଚିତ ଜାତିର ଲୋକେ ବସବାସ କରୁଥିବା ଗ୍ରାମଗୁଡ଼ିକର ବିକାଶ ନିମନ୍ତେ କେନ୍ଦ୍ର ସରକାର ଆରମ୍ଭ କରିଥିବା ପିଏମ୍ ଆଦର୍ଶ ଗାଁ ଯୋଜନା ମୟୂରଭଞ୍ଜ ଜିଲ୍ଲାରେ ବାଟହୁଡ଼ିଛି।
ଯୋଜନା ପ୍ରଣୟନକୁ ୫ ବର୍ଷ ବିତି ଯାଇଥିଲେ ମଧ୍ୟ ଜିଲ୍ଲାର କେବଳ ଗୋଟିଏ ଗାଁରେ କାମ ଆରମ୍ଭ ହୋଇଛି।
ଅବଶିଷ୍ଟ ଗାଁଗୁଡ଼ିକ ମଧ୍ୟରୁ କାଁଭାଁ ସର୍ଭେ ସରିଛି।
ତେବେ କାଗଜପତ୍ରରେ ସବୁ ଗାଁରେ ଦ୍ରୁତଗତିରେ କାମ ଚାଲିଛି ବୋଲି ଦର୍ଶାଇ ସରକାରୀ ବାବୁମାନେ ରିପୋର୍ଟ ଦେଉଛନ୍ତି।
Advertisment Development Project: ୪୦ କୋଟିରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ, ଉଦ୍ଘାଟନ କଲେ ବିଧାୟକ ମୟୂରଭଞ୍ଜ ଜିଲ୍ଲାର ମୋଟ ଜନସଂଖ୍ୟାର ୧୩ ପ୍ରତିଶତ ଅନୁସୂଚିତ ଜାତି ସମ୍ପ୍ରଦାୟର।
ନିୟମ ମୁତାବକ, ଯେଉଁ ଗ୍ରାମରେ ୫ ଶହ ପରିବାର ବସବାସ କରୁଥିବେ ଏବଂ ସେଥିରୁ ୫୦ ପ୍ରତିଶତ ଅନୁସୂଚିତ ଜାତିର ହୋଇଥିଲେ ପିଏମ୍ ଆଦର୍ଶ ଗାଁ ଯୋଜନାରେ ସାମିଲ କରାଯିବ।
ପ୍ରତି ଗ୍ରାମର ବିକାଶ ନିମନ୍ତେ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ।
କେନ୍ଦ୍ର ସରକାର ୨୦ ଲକ୍ଷ ଓ ରାଜ୍ୟ ସରକାର ୨୦ ଲକ୍ଷ ଟଙ୍କା ଅନୁଦାନ ଯୋଗାଇବାକୁ ସ୍ଥିର ହୋଇଥିଲା।
ଏହି ଅନୁଦାନରେ ଗାଁରେ ସୌରଚାଳିତ ଷ୍ଟ୍ରିଟ୍ଲାଇଟ୍, ବିଶୁଦ୍ଧ ପାନୀୟଜଳ, ଡ୍ରେନ୍ ନିର୍ମାଣ, କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନା ଆଦି ପ୍ରକଳ୍ପ ନିର୍ମାଣ ହେବ।
ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଯୋଜନା ପାଇଁ ଜିଲ୍ଲାର ୫୯ଟି ଗାଁ ଚିହ୍ନଟ ହୋଇଥିଲା।
ପ୍ରଥମ ପର୍ଯ୍ୟାୟରେ ବଡ଼ସାହି ବ୍ଲକ୍ର ହରିପୁର ଗାଁକୁ ଏହି ଯୋଜନାରେ ସାମିଲ କରାଯାଇଥିଲା।
ଦ୍ବିତୀୟ ପର୍ଯ୍ୟାୟରେ ବେତନଟୀ ବ୍ଲକ୍ର ୯ଟି, ବଡ଼ସାହିର ୨ଟି, ଗୋପବନ୍ଧୁନଗରର ୩ଟି, କୁଳିଅଣାର ୧ଟି, କରଞ୍ଜିଆର ୨ଟି, ମୋରଡ଼ାର ୪ଟି, ରାଇରଙ୍ଗପୁରର ୨ଟି, ଶୁକୃଳି ଓ ଉଦଳା ବ୍ଲକ୍ର ଗୋଟିଏ ଲେଖାଏଁ ଗାଁକୁ ଏହି ଯୋଜନାରେ ସାମିଲ କରାଯାଇଥିଲା।
ହରିପୁର ଗାଁରେ କିଛିଟା କାମ ହୋଇଛି।
ତେବେ ଅନ୍ୟ ଗ୍ରାମଗୁଡ଼ିକରେ କାମ ଆରମ୍ଭ ହୋଇପାରି ନାହିଁ।
କିଛି ଗାଁରେ ସର୍ଭେରେ କାମ ଅଟକିଛି।
Neglect: ୧୦ ଦିନରେ ୩ ମୃତ୍ୟୁ, ବର୍ଷକରେ ୨୫ ମୃତ ଅନ୍ୟପଟେ ଏହି ଯୋଜନାରେ ସାମିଲ ସବୁ ଗାଁରେ କାମ ଚାଲିଥିବା ସରକାରୀ ଭାବେ କୁହାଯାଇଛି। ଉଦାହରଣ ସ୍ବରୂପ ବେତନଟୀ ବ୍ଲକ୍ ଜାମ୍ବୁବଣି ଗାଁରେ ସର୍ଭେ ପରେ ଆଉ କାହାର ଦେଖା ନାହିଁ।
ମାତ୍ର ଏହି ଗାଁରେ କାମ ଅଧା ହେଲାଣି ବୋଲି ସରକାରୀ ରିପୋର୍ଟରେ ଦର୍ଶାଯାଇଛି।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଅନୁଦାନ ପ୍ରଦାନକୁ ନେଇ ବିବାଦ ହେବାରୁ କାମ ଆଗେଇ ପାରୁନି।
ସବୁ ଅନୁଦାନ କେନ୍ଦ୍ର ଦେଉ ବୋଲି ରାଜ୍ୟ ସରକାର ଚିଠି କରି ଚୁପ୍ ବସିପଡ଼ିଲେ ବୋଲି ଜଣେ ଅଧିକାରୀ କହିଛନ୍ତି।
ଅନୁଦାନ ଆସୁ ନ ଥିବାରୁ ପିଏମ୍ ଆଦର୍ଶ ଗାଁ ଯୋଜନା ମୟୂରଭଞ୍ଜ ଜିଲ୍ଲାରେ ଏକପ୍ରକାର ପ୍ରହସନ ପାଲଟିଛି।
ଏନେଇ ଜିଲ୍ଲା ମଙ୍ଗଳ ଅଧିକାରୀ ଗୁରୁ ଚରଣ ମଲିକ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନାହାନ୍ତି।
ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ କହିଛନ୍ତି, ଏହି ଯୋଜନା କାର୍ଯ୍ୟକାରୀ ନିମନ୍ତେ ସରକାରଙ୍କୁ ଚିଠି କରାଯିବ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।