16 JULY 2026

Welcome!

Unlock your personalized experience.
Sign Up

Paradip-Haridaspur project: ପାରାଦୀପ-ହରିଦାସପୁର ଦୋହରୀକରଣ ପ୍ରକଳ୍ପ ମଞ୍ଜୁର: ୨୫୪୨ କୋଟି ଖର୍ଚ୍ଚ ହେବ, ୪ ବର୍ଷରେ କାମ ସରିବ

Jul 16, 2026 - 03:20
Paradip-Haridaspur project: ପାରାଦୀପ-ହରିଦାସପୁର ଦୋହରୀକରଣ ପ୍ରକଳ୍ପ ମଞ୍ଜୁର: ୨୫୪୨ କୋଟି ଖର୍ଚ୍ଚ ହେବ, ୪ ବର୍ଷରେ କାମ ସରିବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ବୈଠକରେ ଓଡ଼ିଶାର ପାରାଦୀପ-ହରିଦାସପୁର ରେଳପଥର ଦୋହରୀକରଣକୁ ଅନୁମୋଦନ କରାଯାଇଛି। ୭୪ କିଲୋମିଟର ବିଶିଷ୍ଟ ଏହି ରେଳପଥ ନିର୍ମାଣରେ ୨୫୪୨ କୋଟି ଟଙ୍କା ଖର୍ଚ୍ଚ ହେବ। ଚାରି ବର୍ଷରେ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପ ଦ୍ବାରା ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ବାସିନ୍ଦା ଉପକୃତ ହେବେ। ଏହି ପ୍ରକଳ୍ପ ହରିଦାସପୁରରେ ପାରାଦୀପ ବନ୍ଦରକୁ ହାୱଡ଼ା-ଚେନ୍ନାଇ ରୁଟ୍‌ ସହ ଯୋଡ଼ିବ ଏବଂ ତା‌ଳଚେର କୋଲ୍‌ ଫିଲ୍‌ଡସ, ଲୁହାପଥର ଖଣି ଓ ଇସ୍ପାତ କାରଖାନାଗୁଡ଼ିକୁ ରେଳ ସଂଯୋଗ ପ୍ରଦାନ କରିବ ବୋଲି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି।

Rath Yatra:  ରାଇରଂଗପୁର ରଥଯାତ୍ରାରେ ଦିନେ ଲେଖାଁଏ ରଥ ଟାଣନ୍ତି ପୁରୁଷ ଓ ମହିଳା

ଆଜିର ବୈଠକରେ ରାଜଖରସୁଆଁ-ଡାଙ୍ଗୁଆପୋଷି ଚତୁର୍ଥ ଲାଇନ୍‌ ମଧ୍ୟ ମଞ୍ଜୁର  ହୋଇଛି। ଓଡ଼ିଶା ଓ ଝାଡ଼ଖଣ୍ଡ ପାଇଁ ମଞ୍ଜୁର ହୋଇଥିବା ୧୪୫ କିମି ବିଶିଷ୍ଟ ଏହି ଦୁଇ ପ୍ରକଳ୍ପର ମୋଟ ଅଟକଳ ହେଉଛି ୩୯୦୭ କୋଟି ଟଙ୍କା। ଏହାଦ୍ବାରା ଲଳିତଗିରି ବୌଦ୍ଧ ପରିସର, ଶ୍ରୀ ବଳଦେବଜିଉ ମନ୍ଦିର ଓ ମେଘହାତୁବୁରୁ ପାହାଡ଼ ଭଳି ପ୍ରମୁଖ ପର୍ଯ୍ୟଟନ ସ୍ଥଳକୁ ରେଳ ସଂଯୋଗରେ ଉନ୍ନତି ଆସିବ। ଦୁଇ ପ୍ରକଳ୍ପ ଦ୍ବାରା ୧୫୨୬ଟି ଗାଁର ୧୪ ଲକ୍ଷରୁ ଅଧିକ ବାସିନ୍ଦା ଉପକୃତ ହେବେ। ଏହାଦ୍ବାରା ବାର୍ଷିକ ୪୪ ନିୟୁତ ଟନ୍‌ ଅଧିକ ପଣ୍ୟ ପରିବହନ ହୋଇପାରିବ, ୬ କୋଟି ଲିଟର ତେଲ ସଞ୍ଚୟ ହେବ, ୨୯ କୋଟି କେଜି ସିଓ୨ ନିର୍ଗମନ ହ୍ରାସ ପାଇବ; ଯାହା ୧ କୋଟି ଗଛ ଲଗାଇବା ସହ ସମାନ।

Development Project: ୪୦ କୋଟିରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ, ଉଦ୍‌ଘାଟନ କଲେ ବିଧାୟକ

ଓଡ଼ିଶା ଓ ଝାଡ଼ଖଣ୍ଡ ପାଇଁ ମଞ୍ଜୁର ହୋଇଥିବା ପ୍ରକଳ୍ପ ଦ୍ବାରା ଦୁଇ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ତ୍ବରାନ୍ବିତ ହେବ। ରେଳ ନେଟ୍‌ୱର୍କର ସମ୍ପ୍ରସାରଣ ହେବା ସହିତ ଭିଡ଼ ହ୍ରାସ ପାଇବ ଓ ପର୍ଯ୍ୟଟନରେ ଉନ୍ନତି ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ପାରାଦୀପ-ହରିଦାସପୁର ଦୋହରୀକରଣ ପ୍ରକଳ୍ପ ମଞ୍ଜୁର ହୋଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଓ ରେଳମନ୍ତ୍ରୀ ବୈଷ୍ଣବଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି, ଏହି ପ୍ରକଳ୍ପ ରାଜ୍ୟ ରେଳ ଭିତ୍ତିଭୂମି ସୁଦୃଢ଼ୀକରଣ ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ। ଏହାଦ୍ବାରା ପାରାଦୀପ ବନ୍ଦରକୁ ରେଳ ସଂଯୋଗରେ ଉନ୍ନତି ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।