Rainfall disaster in Puri: ପୁରୀରେ ବର୍ଷା ବିତ୍ପାତ: ୨୪ ଘଣ୍ଟାରେ ୧୬୮ ମିମି ବର୍ଷା

Jul 16, 2026 - 04:58
Rainfall disaster in Puri: ପୁରୀରେ ବର୍ଷା ବିତ୍ପାତ: ୨୪ ଘଣ୍ଟାରେ ୧୬୮ ମିମି ବର୍ଷା

"ପୁରୀ: ରାତିପାହିଲେ ରଥଯାତ୍ରା।

ଲକ୍ଷଲକ୍ଷ ଭକ୍ତ ଶ୍ରୀକ୍ଷେତ୍ରରେ ପହଞ୍ଚିସାରିଛନ୍ତି।

ଏଭଳି ସ୍ଥିତିରେ ବର୍ଷା ବିତ୍ପାତ ଲାଗିରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ପୁରୀରେ ସର୍ବଧିକ ୧୬୮ ମିମି ବର୍ଷା ହୋଇଥିବା ବେଳେ ଜିଲ୍ଲାରେ ହାରାହାରି ୬୭.୮୫ ମିମି ବର୍ଷା ରେକର୍ଡ କରାଯାଇଛି।

ଗତ ରାତିସାରା ବର୍ଷା ଲାଗି ରହିଥିବା ବେଳେ ଆଜି ଦିନସାରା ବର୍ଷା ଜାରି ରହିଛି।

ଯେଉଁଥିପାଇଁ ସହରର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

ରଥ ପାଇଁ ଚାଲିଥିବା ଭିତ୍ତିଭୂମି ପ୍ରସ୍ତୁତିରେ ବାଧା ସୃଷ୍ଟି ହୋଇଛି।

ରଥର ଢେର୍‌ ଦିନ ପୂର୍ବରୁ ଏହି ସବୁ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ସ୍ଥିର କରାଯାଇଥିଲେ ମଧ୍ୟ ପ୍ରସ୍ତୁତ କରିପାରିନାହାନ୍ତି।

ଯେଉଁଥିପାଇଁ ରଥ ସମୟରେ ଭୟଙ୍କର ପରିସ୍ଥିତି ହେବା ଆଶଙ୍କା କରାଯାଉଛି।

Advertisment Nuclear power plant data leaked: କୁଡ଼ନକୁଲମ୍‌ ପରମାଣୁ କେନ୍ଦ୍ରର ତଥ୍ୟ ଲିକ୍‌: ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ୍‌ ସର୍ଭରରୁ ୮.୫ ଲକ୍ଷ ଫାଇଲ୍ ଚୋରି ୨୪ ଘଣ୍ଟାରେ ୧୬୮ ମିମି ବର୍ଷାଭାସିଲା ସହର, ପାର୍କିଂ, ସାହି, ଗଳିନର୍ଦ୍ଦମା ପାଣିରେ ବୁଡ଼ିଲା ରାସ୍ତା ରଥଯାତ୍ରାର ବହୁ ପୂର୍ବରୁ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ଯୋଜନା ହୋଇଥିଲା।

ବିଶେଷକରି ରାସ୍ତାଘାଟ ମରାମତି ଓ ନଳାରୁ ପଙ୍କ କାଢ଼ିବା କାର୍ଯ୍ୟକୁ ରଥଯାତ୍ରାର ଢେର୍‌ ପୂର୍ବରୁ ସାରିବାର ଥିଲା।

ପ୍ରବଳ ବର୍ଷା ଥିବାରୁ ପ୍ରତ୍ୟେକ ପ୍ରସ୍ତୁତି ବୈଠକରେ ଅଧିକାରୀମାନଙ୍କୁ ସମୟ ଅବଧି ମଧ୍ୟରେ କାମ ସାରିବାକୁ ଚେତାବନୀ ଦିଆଯାଉଥିଲା।

ହେଲେ କେହି ଶୁଣିଲେନି।

ଏବେ ଅଭାବନୀୟ ସ୍ଥିତି।

ନଳା ସବୁ ସଫା ହୋଇ ନାହିଁ।

ଯେତିକି ପଙ୍କ ନଳା ବାହାରେ ଗଦା ହୋଇଥିଲା ସେ ସବୁ ନଳା ଭିତରେ ପଶି ଯାଇଛି।

ନର୍ଦ୍ଦମା ପାଣିରେ ରାସ୍ତା ବୁଡ଼ିଛି।

ମେଡିକାଲ୍‌ ଛକରୁ ଅଠରନଳା ପର୍ଯ୍ୟନ୍ତ ଚାଲିଥିବା ମାଷ୍ଟିକ୍‌ ଆସ୍‌ଫାଲ୍ଟ ଅଧା ବିଛାଯାଇଛି।

ବର୍ଷା ଜାରି ରହିଥିବାରୁ ଏବଂ ପାଣି ଜମି ରହିଥିବାରୁ କାମ ବାଧାପ୍ରାପ୍ତ ହୋଇଛି।

CMO: ସିଏମ୍‌ଓରୁ ତଦନ୍ତ କମିସନ ଫାଇଲ୍‌ ହଜିବା ଘଟଣା: ରାଜେଶ ବର୍ମା, ମନୋଜ ମିଶ୍ରଙ୍କୁ ସମନ ଅସ୍ଥାୟୀ ଭାବେ କରାଯାଇଥିବା ପାର୍କିଂ ଜାଗାରେ ପାଣି ଜମା ହୋଇଛି।

ଏଥିରେ ମାଟି ପଡ଼ିଥିବାରୁ ସବୁ କାଦୁଅ ହୋଇଯାଇଛି।

ସମଙ୍ଗ ପାର୍କିଂ ଅଞ୍ଚଳରେ ଗାଡ଼ି ପଶି ପାରିବା ଭଳି ସ୍ଥିତିନାହିଁ।

ତାଳବଣିଆରେ ମଧ୍ୟ ବିଚିତ୍ର ସ୍ଥିତି।

ରେଷ୍ଟ ସେଡ୍‌ ଭିତ‌ରେ ପାଣି ଭାସୁଛି।

ସମୁଦ୍ରକୂଳ ରାସ୍ତାରେ ପାଣି ଘଣ୍ଟାଏ ଧରି ଛିଡ଼ା ହୋଇ ରହିଥିଲା।

ଫୁଟ୍‌ପାଥ୍‌ କରିଥିଲେ, ହେଲେ ପାଣି ଯିବାକୁ ରାସ୍ତା କରିନଥିଲେ।

ଏଣୁ ପାଣି ଫୁଟ୍‌ପାଥ୍‌ ଡେଇଁ ସମୁଦ୍ରକୁ ଯାଉଛି।

ସେଠାରେ ସୁଅ ପଡ଼ିଛି।

ପୁରୀ ବଡ଼ଦାଣ୍ଡର କେବଳ ପମ୍ପସେଟ୍‌ ରଖାଯାଇଛି।

ଅନ୍ୟ କେଉଁଠି ଏଭଳି ବ୍ୟବସ୍ଥା ହୋଇ ନଥିବାରୁ ସହର ଭିତରେ ୨୦ରୁ ଊର୍ଦ୍ଧ୍ବ ଅଞ୍ଚଳ ଜଳବନ୍ଦି ହୋଇଯାଇଛି।

ଭାରତୀପୁର ଅଞ୍ଚଳରେ ୬୦ ପରିବାର ଘରୁ ବାହାରି ପାରୁନାହାନ୍ତି।

ରାସ୍ତା ଉପରେ ଆଣ୍ଠୁଏରୁ ଅଧିକ ଉଚ୍ଚାରେ ପାଣି ଜମା ହୋଇରହିଛି।

ପାଣି ଲୋକଙ୍କ ଘରେ ପଶି ଯାଇଛି।

ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ଅଭାବନୀୟ ପରିସ୍ଥିତି ହୋଇଛି।

ହୁଳୁହୁଳିଆ ପୋଲ ନିକଟ ଜଗନ୍ନାଥ କଲୋନିରେ ମଧ୍ୟ ରାସ୍ତାରେ ଅଣ୍ଟାଏ ପାଣି ହୋଇଛି।

ବାଇକ୍‌ ବୁଡ଼ି ଯାଉଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।