6 lakh young voters of Ganjam: ବାଜି ବଦଳାଇବେ ଗଞ୍ଜାମର ୬ ଲକ୍ଷ ଯୁବ ଭୋଟର!
"ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ନିର୍ବାଚନୀ ଗଣିତରେ ଯୁବ ଭୋଟରମାନେ ଏବେ ଏକ ବଡ଼ଶକ୍ତି ଭାବେ ଉଭା ହୋଇଛନ୍ତି।
୨୦୨୫ର ଚୂଡ଼ାନ୍ତ ଭୋଟର ତାଲିକା ଅନୁସାରେ ଜିଲ୍ଲାର ୧୩ଟି ବିଧାନସଭା ଆସନରେ ମୋଟ ୩୦ ଲକ୍ଷ ୨୬ ହଜାର ୨୨୦ ଭୋଟର ଅଛନ୍ତି।
ସେଥିରୁ ୧୮ ରୁ ୧୯ ବର୍ଷ ବୟସର ୪୨,୨୭୨ ଓ ୨୦ ରୁ ୨୯ ବର୍ଷର ୬,୧୮,୪୦୧ ଭୋଟର ରହିଛନ୍ତି।।
ଅର୍ଥାତ୍ ୧୮ରୁ ୨୯ ବର୍ଷ ବୟସର ମୋଟ ଭୋଟର ସଂଖ୍ୟା ହେଉଛି ୬ ଲକ୍ଷ ୬୦ ହଜାର ୬୭୩।
ଏହା ଗଞ୍ଜାମର ମୋଟ ଭୋଟର ସଂଖ୍ୟାର ପ୍ରାୟ ୨୧.୮୨ ପ୍ରତିଶତ।Advertisment Monsoon: ମଧ୍ୟ ଭାରତ ଉପରେ ମୌସୁମୀ ସକ୍ରିୟ ସେପ୍ଟେମ୍ବର ୧୦ ପରେ ଦୁର୍ବଳ ହୋଇପାରେ ମୋଟ ଭୋଟରଙ୍କ ମଧ୍ୟରେ ୨୧.୮୨% ଯୁବବର୍ଗ ୧୮ରୁ ୧୯ ବର୍ଷ ବୟସର ୪୨ ହଜାର ନିଯୁକ୍ତି, ଶିକ୍ଷା ଓ ଦାଦନ ହେବ ବଡ଼ ପ୍ରସଙ୍ଗ ହିସାବ କହୁଛି, ଗଞ୍ଜାମର ପ୍ରତି ୫ ଜଣ ଭୋଟରଙ୍କ ମଧ୍ୟରୁ ଜଣେ ୧୮ରୁ ୨୯ ବର୍ଷର।
ଏହି ବୟସ ବର୍ଗ ହେଉଛି ଚାକିରି, ରୋଜଗାର, ଶିକ୍ଷା, ଦକ୍ଷତା ବିକାଶ, ପ୍ରବାସ ଓ ସ୍ଥାନୀୟ ସୁଯୋଗ ଭଳି ପ୍ରସଙ୍ଗର ସିଧାସଳଖ ଅଂଶୀଦାର।
ତେଣୁ ଆଗାମୀ ପଞ୍ଚାୟତ ନିର୍ବାଚନରେ ଏହି ୬.୬୧ ଲକ୍ଷ ଭୋଟରଙ୍କ ଭୂମିକା ଗୁରୁତ୍ୱ ପାଇବା ସ୍ୱାଭାବିକ।
ସାରା ଦେଶରେ "ଜେନ-ଜି" ପ୍ରସଙ୍ଗ ଆଲୋଚନାର ବିଷୟ ପାଲଟିଥିଲା ବେଳେ ଗଞ୍ଜାମର ଜେନ-ଜି ମଧ୍ୟ ଭୋଟ ଗଣିତକୁ ଓଲଟପାଲଟ କରିଦେଇପାରନ୍ତି।
ଦାଦନ, ନିଯୁକ୍ତି ଓ ଶିକ୍ଷା ପୂରା ଜିଲ୍ଲା ଲାଗି ବଡ଼ ପ୍ରସଙ୍ଗ।
ଯାହାକୁ ଏହି ବର୍ଗ ଆସନ୍ତା ନିର୍ବାଚନରେ ମୁଦ୍ଦା କରିବେ ବୋଲି ଆକଳନ କରାଯାଇଛି।ତେବେ ଗଞ୍ଜାମର ଭୋଟ ଗଣିତ କେବଳ ଯୁବବର୍ଗଙ୍କ ମଧ୍ୟରେ ସୀମିତ ନୁହେଁ।
Health: ଜଙ୍ଗଲରେ ଫିଙ୍ଗିଦେଲେ ପେଟିପେଟି ଆଇରନ ବଟିକା ୩୦-୩୯ ବର୍ଷ ବୟସର ୬ ଲକ୍ଷ ୯୭ ହଜାର ୨୩୧ ଓ ୪୦–୪୯ ବର୍ଷ ବୟସର ୬ ଲକ୍ଷ ୮୬ ହଜାର୧୭୪ ଭୋଟର ଅଛନ୍ତି।
ଅର୍ଥାତ୍ ୩୦ରୁ ୪୯ ବର୍ଷ ବୟସର ଭୋଟର ମଧ୍ୟ ୧୩.୮୩ ଲକ୍ଷରୁ ଅଧିକ।
ସେମାନଙ୍କ ଲାଗି ସାମାଜିକ ସୁରକ୍ଷା, ଆବାସ, ରାସନ ଅନ୍ୟତମ ପ୍ରସଙ୍ଗ।
ଯଦିଓ ପଞ୍ଚାୟତ ନିର୍ବାଚନରେ ଏହି ବର୍ଗଙ୍କୁ ଅଧିକ ଲୋଡ଼ା ଯାଏ, ହେଲେ ଗଞ୍ଜାମ ଏଥର ଜେନ-ଜି ଶକ୍ତି ଦେଖିବାକୁ ପାଇପାରେ ବୋଲି କୁହାଯାଉଛି।
ଆସନୱାରି ମୋଟ ଭୋଟରଙ୍କୁ ଦେଖିଲେ ପୋଲସରା ବିଧାନସଭା ନିର୍ବାଚନମଣ୍ଡଳୀରେ ସର୍ବାଧିକ ୨,୫୧,୧୧୨ ଭୋଟର ଥିବାବେଳେ ଆସିକାରେ ସର୍ବନିମ୍ନ ୨,୦୫,୦୨୭ ଭୋଟର ଅଛନ୍ତି।
ଅର୍ଥାତ୍ ଗଞ୍ଜାମର ୧୩ଟି ବିଧାନସଭା ଆସନର ଭୋଟର ସଂଖ୍ୟାରେ ତାରତମ୍ୟ ରହିଛି।
ଜିଲ୍ଲାର ଯୁବ ଭୋଟରଙ୍କ ମୁଖ୍ୟ ପ୍ରସଙ୍ଗ କ"ଣ ରହିବ ?
ସେମାନେ କେଉଁ ଆଡ଼କୁ ଢଳିବେ?
ସେଥିପ୍ରତି ନେତା ନଜର ରଖିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
