Vanivihar: ବାଣୀବିହାରରେ ଅଣଛାତ୍ରଙ୍କ ଆତଙ୍କରାଜ: ଛାତ୍ରାବାସରେ ବୁଲିଲା ଖଣ୍ଡା, ଭୁଜାଲି

Aug 27, 2026 - 08:09
Vanivihar: ବାଣୀବିହାରରେ ଅଣଛାତ୍ରଙ୍କ ଆତଙ୍କରାଜ: ଛାତ୍ରାବାସରେ ବୁଲିଲା ଖଣ୍ଡା, ଭୁଜାଲି

"ଭୁବନେଶ୍ବର: ଛାତ୍ରାବାସରେ ରୁମ୍‌ ବଣ୍ଟନକୁ କେନ୍ଦ୍ରକରି ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଲାଗିରହିଥିବା ବିବାଦରୁ ବୁଧବାର ସନ୍ଧ୍ୟାରେ ଉତ୍କଳ ବିଶ୍ବବିଦ୍ୟାଳୟ ଅଶାନ୍ତ ହୋଇପଡ଼ିଛି।

ଗୋଟିଏ ଗୋଷ୍ଠୀର ଛାତ୍ରମାନଙ୍କ ସମର୍ଥନରେ ଆସିଥିବା କିଛି ଅଣଛାତ୍ର ଖଣ୍ଡା, ଭୁଜାଲି ଧରି ଛାତ୍ରାବାସରେ ପଶି ଆତଙ୍କରାଜ୍‌ ସୃଷ୍ଟି କରିଥିବା ଅଭିଯୋଗ ହୋଇଛି।

ସେମାନଙ୍କୁ ବିରୋଧ କରିବାକୁ ଯାଇ ଅପରପକ୍ଷର ୨ ଛାତ୍ର ଆହତ ହୋଇଛନ୍ତି।

ସେମାନେ ‌ହେଲେ ଲାଇବ୍ରେରି ବିଜ୍ଞାନର ଦ୍ବିତୀୟ ବର୍ଷର ଛାତ୍ର ଲକ୍ଷ୍ମଣ ମୁଣ୍ଡା ଓ ବିଶ୍ବବିଦ୍ୟାଳୟ ଆଇନ ମହାବିଦ୍ୟାଳୟ ପ୍ରଥମ ବର୍ଷର ଛାତ୍ର ଗଙ୍ଗାଧର ପାଢ଼ୀ।

ଉଭୟଙ୍କ ମୁଣ୍ଡ ଓ ଆଖିରେ ଆଘାତ ଲାଗିଛି।

ସହିଦନଗର ଥାନାରେ ଉଭୟ ପକ୍ଷରୁ ମାମଲା ରୁଜୁ ହୋଇଛି।

ଚାପା ଉତ୍ତେଜନା ଲାଗି ରହିଥିବାରୁ ବାଣୀବିହାର ପରିସରରେ ଏକ ପ୍ଲାଟୁନ୍‌ ପୁଲିସ ମୁତୟନ କରାଯାଇଛି।

Advertisment Monsoon: ମଧ୍ୟ ଭାରତ ଉପରେ ମୌସୁମୀ ସକ୍ରିୟ ସେପ୍ଟେମ୍ବର ୧୦ ପରେ ଦୁର୍ବଳ ହୋଇପାରେ ଛାତ୍ରାବାସରେ ବୁଲିଲା ଖଣ୍ଡା, ଭୁଜାଲିବିକଳରେ ଦୌଡ଼ିଲେ ସୁରକ୍ଷାକର୍ମୀ୨ ଛାତ୍ର ଆହତ, ପୁଲିସ ମୁତୟନ ରାତି ପ୍ରାୟ ସାଢ଼େ ୭ଟା।

୩ ନମ୍ବର ହଷ୍ଟେଲ ସମ୍ମୁଖରେ ହଠାତ୍ ହୋ-ହଲ୍ଲା ଶୁଭିଥିଲା।

ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ପିଟାପିଟି ଆରମ୍ଭ ହୋଇଯାଇଥିଲା।

କିଛି ଅଣଛାତ୍ର ଖଣ୍ଡା ଧରି ପ୍ରତିପକ୍ଷ ଛାତ୍ରମାନଙ୍କୁ ଗୋଡ଼ାଉଥିଲେ।

ସୁରକ୍ଷାକର୍ମୀମାନେ ପ୍ରଥମେ ଗଣ୍ଡଗୋଳକାରୀଙ୍କୁ ପ୍ରତିରୋଧ କରି ଛାତ୍ରମାନଙ୍କୁ ସୁରକ୍ଷା ଦେବାକୁ ଉଦ୍ୟମ କରିଥିଲେ।

କିନ୍ତୁ ଖଣ୍ଡା, ଭୁଜାଲିଧାରୀ ଅଣଛାତ୍ରମାନେ ସେମାନଙ୍କୁ ହାଣିବା ପାଇଁ ଗୋଡ଼ାଇବାରୁ ସେମାନେ ପ୍ରାଣ ବିକଳରେ ଦୌଡ଼ିଥିଲେ।

ମାରଣାସ୍ତ୍ରଧାରୀ ଅଣଛାତ୍ରଙ୍କ ଆକ୍ରମଣରେ ଗଙ୍ଗାଧର ଓ ଲକ୍ଷ୍ମଣ ଆହତ ହୋଇଥିଲେ।

ପିଟାପିଟି, ଗାଳିମନ୍ଦ ଓ ଗୋଡ଼ାଗୋଡ଼ି ଦେଖି କ୍ୟାମ୍ପସ ଭିତରେ ବୁଲୁଥିବା ଅନ୍ୟ ଛାତ୍ରଛାତ୍ରୀମାନେ ବି ଭୟରେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ।

କ୍ୟାମ୍ପସ ଭିତରେ ଏକପ୍ରକାର ଭୟର ବାତାବରଣ ଖେଳିଯାଇଥିଲା।

ଏତିକିବେଳେ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଯାଇଥିଲା।

ଫଳରେ ଗଣ୍ଡଗୋଳ କରୁଥିବା ଅଣଛାତ୍ରମାନେ ପଳାଇଥିଲେ।

ପୁଲିସ ଆହତ ଛାତ୍ରଦ୍ବୟଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲା।

ପରେପରେ ପୁଲିସ ଫୋର୍ସ ପହଞ୍ଚିଯାଇଥିଲେ।

ତେଣୁ ଗଣ୍ଡଗୋଳ ନିୟନ୍ତ୍ରଣ ହୋଇଯାଇଥିଲା।

କିନ୍ତୁ ଅଣଛାତ୍ରମାନଙ୍କୁ ନେଇ କ୍ୟାମ୍ପସରେ ଆତଙ୍କ ଖେଳାଇଥିବା ଘଟଣାକୁ ନେଇ ଛାତ୍ରମାନେ ପାଟିତୁଣ୍ଡ କରିଥିଲେ।

ତେଣୁ ଚାପା ଉତ୍ତେଜନା ଦେଖାଦେଇଥିଲା।

Deras: ଡେରାସ୍‌ ସିଫୁଡ୍‌ ପାର୍କରେ ମୁଖ୍ୟ ଶାସନ ସଚିବ ଲକ୍ଷ୍ମଣ ଓ ଗଙ୍ଗାଧରଙ୍କ ଅଭିଯୋଗ ଅନୁସାରେ ସେମାନଙ୍କୁ ହ‌ଷ୍ଟେଲ୍‌ରେ ରୁମ୍‌ ମିଳିଛି।

କିନ୍ତୁ ଅପରପକ୍ଷର ଛାତ୍ରମା‌ନେ ସେମାନଙ୍କୁ ହଷ୍ଟେଲରୁ ହଟାଇବାକୁ ବାରମ୍ବାର ଧମକଚମକ ଦେଇ ଆସୁଛନ୍ତି।

ଏନେଇ ପୂର୍ବରୁ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ଲୋଡ଼ାଯାଇଥିଲା ଏବଂ  ବିବାଦର ସମାଧାନ ହୋଇଥିଲା।

କିନ୍ତୁ ଏହି ସମାଧାନରେ ଅପରପକ୍ଷର ଛାତ୍ରମାନେ ଅସନ୍ତୁଷ୍ଟ ଥିଲେ।

ସେମାନେ ଆଜି ସନ୍ଧ୍ୟାରେ କିଛି ଅଣଛାତ୍ରଙ୍କୁ ଡାକି ରୁମ୍‌ ପାଇଥିବା ଛାତ୍ରମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ।

ସେମାନେ ଜାତିଆଣ ଆ‌କ୍ଷେପ କରି ଗାଳିମନ୍ଦ କରି ଛାତ୍ରାବାସ ଛାଡ଼ି ପଳାଇବାକୁ ଧମକ ଦେଇଥିଲେ।

ବିରୋଧ କରିବାରୁ ସେମାନଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଛି।

ସେହିଭଳି ଅପରପକ୍ଷରୁ ପ୍ରକାଶ ଦାଶ ଓ ବଦ୍ରିମୋହନ ରାଉତ ଅଭିଯୋଗ କରିଛନ୍ତି ଯେ କିଛି ଛାତ୍ର ହଷ୍ଟେଲ୍‌ ରୁମ୍‌କୁ ବାହାର ଲୋକଙ୍କୁ ଭଡ଼ାରେ ଦେଉଛନ୍ତି।

ସେମାନେ ୫୦ରୁ ଅଧିକ ରୁମ୍‌ ମାଡ଼ି ବସି ବେପାର କରୁଛନ୍ତି।

ଏହାକୁ ବିରୋଧ କରିବାରୁ ‌ସେମାନେ ଖଣ୍ଡା, ଭୁଜାଲିରେ ଆକ୍ରମଣ କରିଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)