5 IAF personnel killed: ଆସାମର ଜୋରହାଟରେ ଭାରତୀୟ ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ:୫ ଯବାନ ସହିଦ
"ଜୋରହାଟ:ଶନିବାର ଦିନ ଆସାମର ଜୋରହାଟରେ ଥିବା ଭାରତୀୟ ବାୟୁସେନା ଘାଟିରେ ଏକ ବଡ଼ ଦୁର୍ଘଟଣା ଘଟିଛି।
ବାୟୁସେନା ଘାଟିରେ ଅବତରଣ କରିବା ସମୟରେ ଏକ ଏଏନ-୩୨ ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।
ବିମାନଟି ଦୁଇ ଖଣ୍ଡ ହୋଇଯାଇଛି।
ଏହି ଘଟଣାରେ ୫ ଯବାନ ସହିଦ ହୋଇଥିବା ବାୟୁସେନା ପକ୍ଷରୁ କୁହାଯାଇଛି।
ତେବେ ସୌଭାଗ୍ୟବଶତଃ କୋ-ପାଇଲଟ ବଞ୍ଚିଯାଇଛନ୍ତି।
ତାଙ୍କର ଚିକିତ୍ସା ଜାରି ରହିଛି।
ବିମାନଟି ଅରୁଣାଚଳ ପ୍ରଦେଶରୁ ଜୋରହାଟ ଆସୁଥିଲା।
ଦୁର୍ଘଟଣା ପରେ ବାୟୁସେନା ଘାଟିରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା।
ଭାରତୀୟ ବାୟୁସେନା କହିଛି, ଏଏନ-୩୨ ପରିବହନ ବିମାନ ଜୋରହାଟ ବାୟୁସେନା ଷ୍ଟେସନରେ ଦୁର୍ଘଟଣାଗ୍ରସ୍ତ ହୋଇଛି।
ଦୁର୍ଘଟଣାର କାରଣ ନେଇ ତଦନ୍ତ ଜାରି ରହିଛି।
କୋର୍ଟ ଅଫ ଇନକ୍ବାରୀ ପାଇଁ ନିର୍ଦ୍ଦେଶଶ ଜାରି କରାଯାଇଛି।Advertisment BJP: ବିଜେପିକୁ ବଡ଼ ଝଟକା!: ଥାଲାପତି ବିଜୟଙ୍କ ପାର୍ଟି ଟିଭିକେ ମୁହାଁ ତିନିଥର ବିଧାୟକ ହୋଇଥିବା ବିଜୟଧରିଣୀ ବାୟୁସେନା ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ କୁହାଯାଇଛି, ଆସାମର ଜୋରହାଟରେ ଏଏନ-୩୨ ଦୁର୍ଘଟଣାରେ ପାଞ୍ଚ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିବା ନେଇ ଭାରତୀୟ ବାୟୁସେନା ଗଭୀର ଦୁଃଖ ପ୍ରକାଶ କରୁଛି।
ସ୍କ୍ୱାର୍ଡନ୍ ଲିଡର ପ୍ରଶାନ୍ତ ସିଂହ, ଫ୍ଲାଏଣ୍ଟ ଲେଫ୍ଟନାଣ୍ଟ ଶୁଭମ କୁମାର, ସର୍ଜେଣ୍ଟ ଜିତେନ୍ଦ୍ର ଶର୍ମା, ଅଗ୍ନିବୀରବାୟୁ ଖେମାରାମ କୁମାୱତ ଏବଂ ଅଗ୍ନିବୀରବାୟୁ ଦାନିଶ ଆଲମ କର୍ତ୍ତବ୍ୟ ପାଳନ ସମୟରେ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି।
ଶୋକସନ୍ତପ୍ତ ପରିବାରଙ୍କ ପ୍ରତି ଭାରତୀୟ ବାୟୁସେନା ସମବେଦନା ଜଣାଉଛି ଏବଂ ଏହି ଦୁଃଖର ମୁହୂର୍ତ୍ତରେ ସେମାନଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛି।
ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଦୁର୍ଘଟଣା ଘଟିବା ସମୟରେ ବିମାନଟି ଏୟାରବେସରେ ଅବତରଣ କରିବାକୁ ଯାଉଥିଲା।
ଏଏନ-୩୨ ବିମାନ ସାମରିକ ବାହିନୀ ପାଇଁ ଲଜିଷ୍ଟିକ୍ସ, ଉପକରଣ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ପରିବହନ ପାଇଁ ବ୍ୟବହୃତ ହୋଇଥାଏ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।