Economic Crisis: ପାକିସ୍ତାନରେ ଆର୍ଥିକ ସଙ୍କଟ: ଦାରିଦ୍ର୍ୟ ହାର ବଢ଼ି ୨୮.୯% ଛୁଇଁଲା, ଶିକ୍ଷା ବଜେଟରେ ୨୩% ହ୍ରାସ
"ଇସଲାମାବାଦ: ପାକିସ୍ତାନର ସାମ୍ପ୍ରତିକ ଅର୍ଥନୈତିକ ସ୍ଥିତିକୁ ନେଇ ଏକ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି।
ଦେଶର ମୁଦ୍ରାସ୍ଫୀତି, ଆର୍ଥିକ ଅସମାନତା ଏବଂ ଦୈନନ୍ଦିନ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ମୂଲ୍ୟ ଯୋଗୁଁ କ୍ରମାଗତ ଭାବେ ଲୋକଙ୍କ କ୍ରୟ ଶକ୍ତି ହ୍ରାସ ପାଇବାରେ ଲାଗିଛି।
ପାକିସ୍ତାନୀ ଗଣମାଧ୍ୟମ ''ଜିଓ ନ୍ୟୁଜ୍'' ଦ୍ୱାରା ପ୍ରକାଶିତ ''ପାକିସ୍ତାନ ଅର୍ଥନୈତିକ ସର୍ଭେ ୨୦୨୫-୨୬''ରିପୋର୍ଟ ଅନୁଯାୟୀ, ଦେଶରେ ଗରିବୀ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି।
ଅପରପକ୍ଷରେ ସରକାରଙ୍କ ପକ୍ଷରୁ ଶିକ୍ଷା କ୍ଷେତ୍ରରେ କରାଯାଉଥିବା ବ୍ୟୟ ବରାଦରେ ବଡ଼ ଧରଣର ହ୍ରାସ ଘଟିଛି, ଯାହା ଦେଶର ଇତିହାସରେ ସବୁଠାରୁ ନିମ୍ନ ସ୍ତରରେ ପହଞ୍ଚିଛି।Advertisment ଦେଶର ସମସ୍ତ ପ୍ରମୁଖ ପ୍ରଦେଶରେ ସ୍ଥିତି ଅଧିକ ଗମ୍ଭୀର ହୋଇଛି ସର୍ଭେ ଅନୁଯାୟୀ, ଗତ କିଛି ବର୍ଷ ମଧ୍ୟରେ ପାକିସ୍ତାନରେ ଦାରିଦ୍ର୍ୟ ଦୂରୀକରଣ ଦିଗରେ ହୋଇଥିବା ପ୍ରଗତି ସମ୍ପୂର୍ଣ୍ଣ ଭାବେ ଓଲଟି ଯାଇଛି।
୨୦୧୮-୧୯ ମସିହାରେ ଦେଶରେ ଜାତୀୟ ଦାରିଦ୍ର୍ୟ ହାର ୨୧.୯ ପ୍ରତିଶତ ଥିବା ବେଳେ ୨୦୨୪-୨୫ ବର୍ଷରେ ଏହା ବୃଦ୍ଧି ପାଇ ୨୮.୯ ପ୍ରତିଶତରେ ପହଞ୍ଚିଛି।
ଗରିବୀ କେବଳ ଗ୍ରାମାଞ୍ଚଳରେ ସୀମିତ ନରହି ଏବେ ସହରାଞ୍ଚଳରେ ମଧ୍ୟ ବ୍ୟାପିବାରେ ଲାଗିଛି ଏବଂ ଦେଶର ସମସ୍ତ ପ୍ରମୁଖ ପ୍ରଦେଶରେ ସ୍ଥିତି ଅଧିକ ଗମ୍ଭୀର ହୋଇଛି।
ଏହି ଆର୍ଥିକ ସଙ୍କଟ ସମାଜର ଗରିବ ଶ୍ରେଣୀକୁ ସବୁଠାରୁ ଅଧିକ ପ୍ରଭାବିତ କରିଛି।
ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ, ପଶ୍ଚିମ ଏସିଆ ବା ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ସ୍ଥିତି ଯୋଗୁଁ ଯଦି ବିଦେଶରୁ ଆସୁଥିବା ପାଣ୍ଠି ପ୍ରଭାବିତ ହୁଏ, ତେବେ ପାକିସ୍ତାନର ସାଧାରଣ ପରିବାରଗୁଡ଼ିକ ଉପରେ ଆର୍ଥିକ ବୋଝ ଆହୁରି ବଢ଼ିଯିବ।ଆର୍ଥିକ ସଙ୍କଟ ମଧ୍ୟରେ ଦେଶର ଶିକ୍ଷା ବ୍ୟବସ୍ଥା ମଧ୍ୟ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି।
୨୦୨୫ ଆର୍ଥିକ ବର୍ଷରେ ସରକାରୀ ଶିକ୍ଷା ବଜେଟ୍ ୨୩ ପ୍ରତିଶତ ହ୍ରାସ ପାଇ ୯୬୨ ବିଲିୟନ ଟଙ୍କା ହୋଇଛି।
ଏଥିସହ ମୋଟ ଜିଡିପିରେ ଶିକ୍ଷାର ଅଂଶ ମାତ୍ର ୦.୮ ପ୍ରତିଶତକୁ ଖସି ଆସିଛି।
ବଜେଟ୍ ଅଭାବରୁ ଗରିବ ଅଞ୍ଚଳର ସ୍କୁଲଗୁଡ଼ିକରେ ମୌଳିକ ସୁବିଧା ସୁଯୋଗର ଘୋର ଅଭାବ ଦେଖାଦେଇଛି।
ସ୍କୁଲରେ ନାମଲେଖା ସାମାନ୍ୟ ବଢ଼ିଥିଲେ ମଧ୍ୟ ଏବେ ବି ଲକ୍ଷ ଲକ୍ଷ ଶିଶୁ ଶିକ୍ଷା ବ୍ୟବସ୍ଥାରୁ ବଞ୍ଚିତ ଅଛନ୍ତି ଏବଂ ବିଶେଷ କରି ମହିଳାମାନଙ୍କ ମଧ୍ୟରେ ସାକ୍ଷରତା ହାର ଚିନ୍ତାଜନକ ସ୍ତରରେ ରହିଛି।
ପାକିସ୍ତାନର ଜୀବନଧାରଣର ମାନରେ ସୁଧାର ଆଣିବା ପାଇଁ ଶିକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାର ଏବଂ ସରକାରୀ ପୁଞ୍ଜିନିବେଶ ବୃଦ୍ଧି ଅତ୍ୟନ୍ତ ଜରୁରୀ ବୋଲି ଏହି ଅର୍ଥନୈତିକ ସର୍ଭେରେ କୁହାଯାଇଛି।
Price Increase: ଦରବୃଦ୍ଧି ପ୍ରଭାବ: ମୋବାଇଲ୍ ଫୋନ୍ ବିକ୍ରି ୩୫% ହ୍ରାସ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।