Cocktail 2: କକଟେଲ୍ ୨’ ପ୍ରଚାରରେ ଶାହିଦ, କୃତି ଓ ରଶ୍ମିକା; ବଡାପାଉ ଖାଇ ଜିତିଲେ ପ୍ରଶଂସକଙ୍କ ମନ

Jun 13, 2026 - 17:50
Cocktail 2: କକଟେଲ୍ ୨’ ପ୍ରଚାରରେ ଶାହିଦ, କୃତି ଓ ରଶ୍ମିକା; ବଡାପାଉ ଖାଇ ଜିତିଲେ ପ୍ରଶଂସକଙ୍କ ମନ

"ମୁମ୍ବାଇ: ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର "କକଟେଲ୍ ୨" ମୁକ୍ତିଲାଭ ପୂର୍ବରୁ ଏହାର ପ୍ରଚାର ଜୋରଦାର ଭାବେ ଚାଲିଛି।

ଚଳଚ୍ଚିତ୍ରର ମୁଖ୍ୟ ତାରକା ଶାହିଦ କପୁର, କୃତି ସାନନ ଓ ରଶ୍ମିକା ମନ୍ଦାନ୍ନା ନିକଟରେ ଏକ ପ୍ରଚାର କାର୍ଯ୍ୟକ୍ରମରେ ଏକାଠି ନଜର ଆସିଥିଲେ।

ତିନିଜଣ ତାରକାଙ୍କ ମଧ୍ୟରେ ଥିବା ସୁନ୍ଦର ସମନ୍ୱୟ ଓ ମଜାଦାର ମୁହୂର୍ତ୍ତ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା।

ବିଶେଷ କରି ସେମାନେ ଏକାଠି ବସି ମହାରାଷ୍ଟ୍ରର ପ୍ରସିଦ୍ଧ ଖାଦ୍ୟ ବଡାପାଉ ଓ ମିସଲ ପାଉର ସ୍ୱାଦ ନେଉଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି।

Advertisment ଖୁସିମନରେ ପ୍ରଶଂସକଙ୍କ ସହ ମିଶିଥିଲେ ପ୍ରଚାର ଅବସରରେ ଶାହିଦ, କୃତି ଓ ରଶ୍ମିକା ଅତ୍ୟନ୍ତ ସରଳ ଏବଂ ଖୁସିମନରେ ପ୍ରଶଂସକଙ୍କ ସହ ମିଶିଥିଲେ।

ବଡାପାଉ ଖାଇବା ବେଳର ସେମାନଙ୍କ ହସଖୁସି ମୁହୂର୍ତ୍ତକୁ ଦେଖି ଅନେକ ପ୍ରଶଂସକ ଏହାକୁ ଚଳଚ୍ଚିତ୍ର ପ୍ରଚାରର ସବୁଠାରୁ ମନୋରଞ୍ଜକ ଅଂଶ ବୋଲି କହିଛନ୍ତି।

ଏହି ଭିଡିଓ ଓ ଫଟୋଗୁଡ଼ିକ ଇଣ୍ଟରନେଟରେ ବେଶ୍ ଚର୍ଚ୍ଚାର ବିଷୟ ହୋଇପାରିଛି।  "କକଟେଲ୍ ୨"ରେ ପ୍ରଥମ ଥର ପାଇଁ ଶାହିଦ କପୁର, କୃତି ସାନନ ଓ ରଶ୍ମିକା ମନ୍ଦାନ୍ନା ଏକାଠି ପରଦାରେ ନଜର ଆସିବେ।

ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ହୋମି ଆଦାଜାନିଆ କରିଥିବା ବେଳେ ଏହା ଆସନ୍ତା ୧୯ ଜୁନ୍‌ରେ ସିନେମା ହଲ୍‌ରେ ମୁକ୍ତିଲାଭ କରିବ।ଚଳଚ୍ଚିତ୍ରର ଟ୍ରେଲର ଓ ଗୀତ "ଜବ୍ ତଲକ୍" ଦର୍ଶକଙ୍କ ମଧ୍ୟରେ ଭଲ ସଡ଼କା ମିଳିଥିବାରୁ ମୁକ୍ତି ପୂର୍ବରୁ ଏହାକୁ ନେଇ ଉତ୍ସାହ ବଢ଼ିଚାଲିଛି।

Cattle Smugglers: ଗୋ- ମାଫିଆଙ୍କୁ ଆଉ ନିସ୍ତାର ନାହିଁ, ମୟୂରଭଞ୍ଜ, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ଚଢ଼ାଉ ଜୋରଦାର ଏହାଛଡ଼ା ଦିଲ୍ଲୀରେ ଚଳଚ୍ଚିତ୍ରର ଏକ ଭବ୍ୟ ପ୍ରିମିୟର୍ ଆୟୋଜନ କରାଯିବାର ମଧ୍ୟ ଯୋଜନା ରହିଛି।

ନିର୍ମାତା ଚଳଚ୍ଚିତ୍ରର ପ୍ରଚାରକୁ ଆହୁରି ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ସହରରେ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି।

ଫଳରେ "କକଟେଲ୍ ୨" ବର୍ତ୍ତମାନ ବଲିଉଡ୍‌ର ସବୁଠାରୁ ଚର୍ଚ୍ଚିତ ଚଳଚ୍ଚିତ୍ରମାନଙ୍କ ମଧ୍ୟରେ ସ୍ଥାନ ପାଇଛି।

ପ୍ରଶଂସକମାନେ ଏବେ ଏହି ତିନିଜଣଙ୍କ ରୋମାନ୍ସ, ବନ୍ଧୁତ୍ୱ ଓ ମନୋରଞ୍ଜନରେ ଭରପୂର କାହାଣୀକୁ ବଡ଼ ପରଦାରେ ଦେଖିବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।