24-Hour Health Control Rooms ସମ୍ଭାବ୍ୟ ବାତ୍ୟା ଅକବନ ପ୍ରଭାବିତ ଜିଲ୍ଲାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ନିୟନ୍ତ୍ରଣ କକ୍ଷ

Nov 19, 2026 - 18:58
24-Hour Health Control Rooms ସମ୍ଭାବ୍ୟ ବାତ୍ୟା ଅକବନ ପ୍ରଭାବିତ ଜିଲ୍ଲାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ନିୟନ୍ତ୍ରଣ କକ୍ଷ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା 'ଅକବନ୍' ଏବଂ ଏହାର ପ୍ରଭାବ ଆଶଙ୍କାକୁ ଦୃଷ୍ଟିରେ ରଖି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଜରୁରୀକାଳୀନ ପ୍ରସ୍ତୁତି ସୁନିଶ୍ଚିତ କରିବା ନିମନ୍ତେ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମସ୍ତ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗର କଣ୍ଟ୍ରୋଲ ରୁମ୍‌କୁ ସକ୍ରିୟ ରଖିବା ସହ ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ରଖିବାକୁ କୁହାଯାଇଛି ।

ଏହା ସହିତ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଇଛି।

Advertisment Fit vs Healthy: ଆନ୍ତର୍ଜାତୀୟ ପୁରୁଷ ଦିବସ: ଭାରତୀୟ ପୁରୁଷମାନେ କ'ଣ ପ୍ରକୃତରେ 'ସୁସ୍ଥ' ଅଛନ୍ତି କି?

ସମସ୍ତ ଜିଲ୍ଲା ସର୍ଭେଲାନ୍ସ ୟୁନିଟ୍‌କୁ ପ୍ରତିଦିନ ଜିଲ୍ଲାର ପ୍ରସ୍ତୁତି ଓ ଜରୁରୀକାଳୀନ ପଦକ୍ଷେପ ସମ୍ପର୍କିତ ତଥ୍ୟ ଅପଡେଟ୍ କରିବାକୁ କୁହାଯାଇଛି।

ପୂର୍ବ ୨୪ ଘଣ୍ଟାର ସମସ୍ତ ତଥ୍ୟ ସଂକଳନ କରି ପ୍ରତିଦିନ ମଧ୍ୟାହ୍ନ ୧୨ଟା ସୁଦ୍ଧା ରାଜ୍ୟ ମୁଖ୍ୟାଳୟକୁ ରିପୋର୍ଟ ପଠାଇବା ବାଧ୍ୟତାମୂଳକ କରାଯାଇଛି।

National Health Accounts Report: ଜାତୀୟ ସ୍ବାସ୍ଥ୍ୟ ଆକାଉଣ୍ଟ ରିପୋର୍ଟ: ଲୋକଙ୍କ ଚିକିତ୍ସା ଖର୍ଚ୍ଚ ବୋଝ କମୁଛି ବାତ୍ୟା ସମୟରେ ଗର୍ଭବତୀ ମହିଳାଙ୍କ ସୁରକ୍ଷା ଓ ସୁରକ୍ଷିତ ପ୍ରସବକୁ ପ୍ରାଥମିକତା ଦିଆଯାଇଛି।

ବିଶେଷକରି ଯେଉଁ ଗର୍ଭବତୀ ମହିଳାଙ୍କ ପ୍ରସବ ତାରିଖ ନିକଟବର୍ତ୍ତୀ ହୋଇଛି ଏବଂ ଯେଉଁମାନେ ତଳିଆ, ବିପଦସଙ୍କୁଳ କିମ୍ବା ଯୋଗାଯୋଗ ବିଚ୍ଛିନ୍ନ ହେବାର ଆଶଙ୍କା ଥିବା ଅଞ୍ଚଳରେ ରହୁଛନ୍ତି, ସେମାନଙ୍କୁ ଆଗୁଆ ଚିହ୍ନଟ କରି ନିକଟସ୍ଥ 'ମାଆ ଗୃହ'କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Health expensive: ଚିକିତ୍ସାରେ ପକେଟ୍‌ରୁ ଖର୍ଚ୍ଚ କମୁଛି; ସରକାରୀ ଖର୍ଚ୍ଚରେ ୩ ଗୁଣା ବୃଦ୍ଧି ସେହିପରି ତୁରନ୍ତ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ମୋବାଇଲ୍ ହେଲ୍ଥ ୟୁନିଟ୍‌ଗୁଡ଼ିକୁ ପ୍ରସ୍ତୁତ ରଖିବାକୁ କହିଛନ୍ତି ।

ପ୍ରଭାବିତ ଅଞ୍ଚଳରେ ଜିଲ୍ଲାର ଆବଶ୍ୟକତା ଅନୁଯାୟୀ ଜରୁରୀକାଳୀନ ପ୍ରସ୍ତୁତି ଓ ପରିଚାଳନା ପାଇଁ ଅତିରିକ୍ତ ମାନବସମ୍ବଳ ମାଗିବା ପାଇଁ ମଧ୍ୟ କୁହା ଯାଇଛି ।

ଏଥିସହ ସମସ୍ତ ଜିଲ୍ଲାରେ ସ୍ୱାସ୍ଥ୍ୟକର୍ମୀଙ୍କ ଛୁଟି ତତ୍କାଳ ବାତିଲ କରାଯାଇଛି ।

ଆଗାମୀ ତିନି ଦିନ ପାଇଁ ସମସ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓ ଅଣ-ଜରୁରୀ ବୈଠକକୁ ସ୍ଥଗିତ ରଖାଯାଇଛି ।

Pets Affect Your Health: ପୋଷା କୁକୁର ଓ ବିରାଡ଼ିଠାରୁ ହୋଇପାରେ ସଂକ୍ରମଣ, ଜାଣନ୍ତୁ କ'ଣ ରହିଛି ସତର୍କତା ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଏହି ପ୍ରସ୍ତୁତିମୂଳକ କାର୍ଯ୍ୟଗୁଡ଼ିକର ବ୍ୟକ୍ତିଗତ ଭାବେ ତଦାରଖ କରିବା ସହ ନିର୍ଦ୍ଦେଶଗୁଡ଼ିକର କଡ଼ାକଡ଼ି ଅନୁପାଳନ ସୁନିଶ୍ଚିତ କରିବେ।

ଯେକୌଣସି ଜରୁରୀ ସମସ୍ୟା କିମ୍ବା ତୁରନ୍ତ ହସ୍ତକ୍ଷେପ ଆବଶ୍ୟକ କରୁଥିବା ବିଷୟକୁ ରାଜ୍ୟ ମୁଖ୍ୟାଳୟକୁ ତତ୍କାଳ ଜଣାଇବାକୁ ନିର୍ଦ୍ଦେଶ ରହିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)