187,000 kg of waste on the Moon: ଚନ୍ଦ୍ରରେ ୧,୮୭,୦୦୦ କିଲୋ ଆବର୍ଜନା

Nov 21, 2026 - 08:39
187,000 kg of waste on the Moon: ଚନ୍ଦ୍ରରେ ୧,୮୭,୦୦୦ କିଲୋ ଆବର୍ଜନା

୧୯୫୯ ମସିହାରେ ସୋଭିଏତ୍‌ ରୁଷିଆର 'ଲୁନା-୨' ପ୍ରଥମ ମାନବନିର୍ମିତ ମହାକାଶଯାନ ଭାବେ ଚନ୍ଦ୍ରପୃଷ୍ଠରେ ପହଞ୍ଚିଥିଲା, ଯାହା ସେଠାରେ ଯାଇ ଧକ୍କା ଖାଇଥିଲା।

ତା' ପରଠାରୁ ଏ ପର୍ଯ୍ୟନ୍ତ ମଣିଷର ଏହି ଉପଗ୍ରହ ଅଭିଯାନ ସଂଖ୍ୟା ୧୪୦ରୁ ଅଧିକ ହେଲାଣି।

ଏହିସବୁ ମିସନ୍‌ ବା ଅଭିଯାନରେ ୧୨ ଜଣ ମଣିଷ, ୭ଟି ରୋଭର୍‌ ଓ ୪,୧୨,୦୦୦ ପାଉଣ୍ଡ୍‌ ବା ୧,୮୭,୦୦୦ କିଲୋଗ୍ରାମ୍‌ ପରିତ୍ୟକ୍ତ ସାମଗ୍ରୀ ଚନ୍ଦ୍ରପୃଷ୍ଠକୁ ପହଞ୍ଚିସାରିଛି।

ହିସାବ କଲେ ଏହା ଏକ ବୋଇଂ-୭୪୭ ଯାତ୍ରୀବାହୀ ବିମାନର ଓଜନ ସହ ସମାନ ହେବ।

Advertisment Judgement: ଦୋଷୀର ମୃତ୍ୟୁଦଣ୍ଡାଦେଶ କାଏମ୍ ରଖିଲେ କଲିକତା ହାଇକୋର୍ଟ ନିକଟରେ ୟୁରୋପୀୟ ସ୍ପେସ୍‌ ଏଜେନ୍‌ସିର ଅଧିକାରୀ ଏଡାନ୍‌ କାଉଲି 'ପପୁଲାର୍‌ ସାଇନ୍‌ସ' ପତ୍ରିକାକୁ କହିଛନ୍ତି ଯେ, ଚନ୍ଦ୍ରରେ ମହାକାଶ ବର୍ଜ୍ୟବସ୍ତୁର ସିଂହଭାଗ ହେଉଛି ଚନ୍ଦ୍ର ଅଭିଯାନରେ ଯାଇଥିବା ପୁରୁଣା ଲ୍ୟାଣ୍ଡିଂ ଗିଅର୍‌।

'ନାସା'ର ଆପୋଲୋ ମିସନ୍‌ ଭଳି ପ୍ରାରମ୍ଭିକ ଚନ୍ଦ୍ର ମିସନ୍‌ଗୁଡ଼ିକରେ ପୁନଃବ୍ୟବହାର ହୋଇପାରୁ ନଥିବା ମଡ୍ୟୁଲ୍‌ ବ୍ୟବହାର ହେଉଥିଲା।

ମଡ୍ୟୁଲ୍‌ର ଉପର ଅଂଶ ଚନ୍ଦ୍ର କକ୍ଷପଥକୁ ଫେରି କମାଣ୍ଡ୍‌ ମଡ୍ୟୁଲ୍‌ ସହ ପୃଥିବୀକୁ ଫେରିଆସିଲେ ବି ଏହି ଯାନର ମୂଳ ଅଂଶ ସେଠାରେ ହିଁ ରହିଯାଏ।

ଚନ୍ଦ୍ରପୃଷ୍ଠ ଅନୁସନ୍ଧାନରେ ବ୍ୟବହୃତ ଉଭୟ ମାନବଚାଳିତ ଓ ମାନବବିହୀନ ଯାନଗୁଡ଼ିକ ସେଠାରେ ବର୍ଜ୍ୟ ସାମଗ୍ରୀ ବୃଦ୍ଧି କରିଥାନ୍ତି।

ଏହାରି ଭିତରେ ଚୀନର ରୋବୋଟିକ୍‌ ୟୁଟୁ ରୋଭର୍‌ ଓ ସଂଯୁକ୍ତ ଆରବ ଏମିରେଟ୍‌ସର ଦୁର୍ଘଟଣାଗ୍ରସ୍ତ ରସିଦ୍‌ ରୋଭର୍‌ ବି ରହିଛି।

ସେହିପରି ବିଭିନ୍ନ ବୈଜ୍ଞାନିକ ଉପକରଣ, ଟୁଲ୍‌ବକ୍‌ସ ଓ ପ୍ରୋବ୍‌ ଆଦି ମଧ୍ୟ ସେଠାରେ ଅଳିଆ ଭାବେ ପଡ଼ିରହିଛି।

ଚନ୍ଦ୍ରପୃଷ୍ଠର ଚିତ୍ରଗ୍ରହଣ ଓ ସେଗୁଡ଼ିକର ବିଶ୍ଳେଷଣ କାମରେ ଏସବୁ ସହାୟକ ହୋଇଥାଏ।

Horoscope 2026 November 21: ଜାଣନ୍ତୁ ଆଜିର ରାଶିଫଳ ...

ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ 'ନାସା' ଏବଂ ଚୀନ୍‌ ଜାତୀୟ ମହାକାଶ ଏଜେନ୍‌ସି ଚନ୍ଦ୍ରକୁ ମାନବ ପଠାଇବାର ଯୋଜନା କରୁଛନ୍ତି।

ଏହା ପୂର୍ବରୁ ଚନ୍ଦ୍ରପୃଷ୍ଠରେ ଅଧିକ ବର୍ଜ୍ୟ ଜମା ହେବାର ଆଶଙ୍କା ରହିଛି।

ତେବେ ଏଡାନ୍‌ କାଉଲିଙ୍କ କହିବା କଥା ହେଉଛି, ପ୍ରକୃତରେ ଏହିସବୁକୁ ମହାକାଶ ଅଳିଆ କହିହେବ ନାହିଁ।

କାରଣ ଏହି ଅଳିଆ ମଧ୍ୟରୁ କିଛି ଭବିଷ୍ୟତର ଚନ୍ଦ୍ର ଅଭିଯାନ ପାଇଁ ଉପଯୋଗୀ ପ୍ରମାଣିତ ହୋଇପାରେ।

ଏସବୁ ଦ୍ବାରା ଚନ୍ଦ୍ରରେ ଥିବା ମାନବନିର୍ମିତ ଉପକରଣ ନମୁନାଗୁଡ଼ିକର ମୂଲ୍ୟାଙ୍କନ କରାଯାଇପାରିବ।

ଯେମିତିକି ଏସବୁ ଉପରେ ମାଇକ୍ରୋମେଟିଓରାଇଟ୍‌ସର ପ୍ରଭାବ ଅଧ୍ୟୟନ ଦ୍ୱାରା ଉତ୍ତମ ସୌରସେଲ୍‌ କିମ୍ବା ସୌର ପ୍ୟାନେଲ୍‌ ସୁରକ୍ଷା ଉତ୍ପାଦନ କରିବା ବାଟ ଖୋଲିପାରେ।

ସେହିପରି କେତେକ ବର୍ଜ୍ୟକୁ ପୁଣି ବ୍ୟବହାରଯୋଗ୍ୟ କରିହେବ।

ସ୍ପେସ୍‌ଏକ୍ସର ଷ୍ଟାର୍‌ସିପ୍‌ ହ୍ୟୁମାନ୍‌ ଲ୍ୟାଣ୍ଡିଂ ସିଷ୍ଟମ୍‌ ଏହି ପୁନଃବ୍ୟବହାରଯୋଗ୍ୟ ଡିଜାଇନ୍‌ ଅନୁକରଣ କରିବାର ଯୋଜନା ରଖିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)