15 crore fraud case: ହାଉସିଂ ପ୍ରକଳ୍ପ ନାଁରେ ୧୫କୋଟି ଠକେଇ ଘଟଣା: ପୂର୍ବତନ ନିର୍ଦ୍ଦେଶକ ଗିରଫ

Sep 06, 2026 - 07:01
15 crore fraud case: ହାଉସିଂ ପ୍ରକଳ୍ପ ନାଁରେ ୧୫କୋଟି ଠକେଇ ଘଟଣା: ପୂର୍ବତନ ନିର୍ଦ୍ଦେଶକ ଗିରଫ

"ଭୁବନେଶ୍ବର: ୧୫ କୋଟିରୁ ଅଧିକ ଟଙ୍କା ଠକେଇ ମାମଲାରେ ରିଅଲ୍ ଇଷ୍ଟେଟ୍ କମ୍ପାନି ମିଶ୍ର କ୍ରିଏସନ୍ସ ପ୍ରାଇଭେଟ୍ ଲିମିଟେଡ୍‌ର ପୂର୍ବତନ ନିର୍ଦ୍ଦେଶକ ପ୍ରମୋଦ କୁମାର ସାହୁଙ୍କୁ ଇଓଡବ୍ଲୁ ଗିରଫ କରିଛି।

୩ବର୍ଷ ପୂର୍ବେ ଓପିଆଇଡି ଆକ୍ଟ, ୨୦୧୧ ସମେତ ୫ରୁ ଅଧିକ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଥିଲା।

ଗିରଫ ଅଭିଯୁକ୍ତଙ୍କୁ କଟକ ଓପିଆଇଡି କୋର୍ଟରେ ହାଜର କରାଯିବ।

ଭୁବନେଶ୍ୱରର ରସୁଲଗଡ଼ରେ ରହୁଥିବା ସ୍ୱଦେଶ ରାୟ ଚୌଧୁରୀଙ୍କ ଲିଖିତ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ ହୋଇଥିଲା।

Advertisment Agriculture: ଉଦ୍ୟାନ କୃଷି କାର୍ଯ୍ୟକ୍ରମରେ ୨୨୦ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ୍ ଇଓଡବ୍ଲୁ ତଦନ୍ତରୁ ଜଣାପଡ଼ିଛି ଯେ ସ୍ବଦେଶ ଏବଂ ଅନ୍ୟ ନିବେଶକମାନେ ମିଶ୍ର କ୍ରିଏସନ୍ସ ପ୍ରାଇଭେଟ୍ ଲିମିଟେଡ୍‌ର ଚନ୍ଦକା ସ୍ଥିତ "ୟୁଟୋପିଆ" ପ୍ରକଳ୍ପରେ ଫ୍ଲାଟ୍ କିଣିବା ପାଇଁ ଟଙ୍କା ଦେଇଥିଲେ।

ସେ ୨୦୧୬ ମସିହାରେ ଏହି ପ୍ରକଳ୍ପରେ ଏକ ଫ୍ଲାଟ୍ ବୁକ୍ କରି ସଂସ୍ଥାର ମୁଖ୍ୟ ପରିଚାଳକ ଜ୍ୟୋତିରଞ୍ଜନ ମିଶ୍ରଙ୍କୁ ୧୬ ଲକ୍ଷ ଟଙ୍କା ଅଗ୍ରିମ ଦେଇଥିଲେ।

ଏଥିପାଇଁ ସେ ବ୍ୟାଙ୍କ ଋଣ ମଧ୍ୟ ନେଇଥିଲେ ଏବଂ ବିଲ୍ଡର୍ ଓ ବ୍ୟାଙ୍କ୍ ସହ ତ୍ରିପାକ୍ଷିକ ଚୁକ୍ତି କରିଥିଲେ।

ଫ୍ଲାଟ୍ ୩୦ ମାସ ମଧ୍ୟରେ ହସ୍ତାନ୍ତର କରିବାର ଥିଲା, କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ସଂସ୍ଥା ତାଙ୍କୁ ଫ୍ଲାଟ୍ ଦେଇନାହିଁ କି ନିବେଶ ରାଶି ଫେରସ୍ତ କରିନାହିଁ।

Miss World 2026: ବିଶ୍ବ ସୁନ୍ଦରୀ ମୁକୁଟ ପିନ୍ଧିଲେ ଜୋହେରି ମୋଲ୍ ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ ପ୍ରମୋଦ କୁମାର ସାହୁ ସଂସ୍ଥାର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ବେଳେ ଭୁବନେଶ୍ୱର ଚନ୍ଦକା ଅଁଳାପାଟଣାସ୍ଥିତ ୟୁଟୋପିଆ ହାଉସିଂ ପ୍ରକଳ୍ପରେ ଘର କିଣିବା ପାଇଁ ବିଭିନ୍ନ ଲୋକଙ୍କୁ ଯୋଗାଯୋଗ କରିଥିଲେ।

ତାଙ୍କ ସମେତ ଜ୍ୟୋତିରଞ୍ଜନ ମିଶ୍ର, ସନ୍ତୋଷ କୁମାର ରଥ ଏବଂ ଅନ୍ୟମାନେ ମିଶି କ୍ରେତାମାନଙ୍କୁ ସମ୍ପର୍କ କରି ପ୍ରକଳ୍ପ ଦେଖାଇବା, ଫ୍ଲାଟ୍ ବୁକିଂ କରାଇବା ଏବଂ ଗୃହ ଋଣ ପ୍ରକ୍ରିୟାରେ ସହାୟତା କରିଥିଲେ।

ତଦନ୍ତରେ ଇଓଡବ୍ଲୁ ଏ ସମସ୍ତ ଅଭିଯୁକ୍ତଙ୍କ ସଂପୃକ୍ତି ଜାଣିବାକୁ ପାଇଛି।

କେବଳ ସେତିକି ନୁହେଁ, ସଂସ୍ଥାର ଆକାଉଣ୍ଟ୍‌ରୁ ତାଙ୍କ ବ୍ୟକ୍ତିଗତ ଏସ୍‌ବିଆଇ ଆକାଉଣ୍ଟକୁ ୧୬,୫୧,୪୦ ଟଙ୍କା ଜମା ହୋଇଛି।

ତେଣୁ ୟୁଟୋପିଆ ପ୍ରକଳ୍ପ ପାଇଁ ପୈଠ ହୋଇଥିବା ଟଙ୍କା ଅନିୟମିତତା ହୋଇଥିବା ଇଓଡବ୍ଲୁ ହାତରେ ପ୍ରମାଣ ଲାଗିଛି।

ସେହିଭଳି ଅଭିଯୁକ୍ତ ପ୍ରମୋଦଙ୍କଠାରୁ ବିଭିନ୍ନ ସଂସ୍ଥାର ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି।

ଏହା ପୂର୍ବରୁ ମିଶ୍ର କ୍ରିଏସନ୍ସ ପ୍ରାଇଭେଟ୍ ଲିମିଟେଡ୍‌ର ମୁଖ୍ୟ ପରିଚାଳକ ଜ୍ୟୋତିରଞ୍ଜନ ମିଶ୍ର ଏବଂ ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ରଥଙ୍କୁ ଗିରଫ କରି ଓପିଆଇଡି କୋର୍ଟକୁ ପଠାଯାଇଥିଲା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)