10 prisoners: ସୁରକ୍ଷା ଦାୟିତ୍ବରେ ୧୦ କଏଦୀ
"ନୟାଗଡ଼ : ନୟାଗଡ଼ ଜିଲ୍ଲା କାରାଗାରରେ ସାଂଘାତିକ ସ୍ଥିତି।
କାରାଗାରର କଳେବରରେ ବୃଦ୍ଧି ଘଟିଥିଲେ ମଧ୍ୟ ଏଠାରେ ଆବଶ୍ୟକ କର୍ମଚାରୀଙ୍କ ଅଭାବ ଦେଖାଦେଇଛି।
ଏଣୁ କାରାଗାର ଚଳାଇବା ପାଇଁ, ସଜା କାଟୁଥିବା ୧୦ ଜଣ କଏଦୀଙ୍କୁ ଜେଲ୍ ସୁରକ୍ଷା ଦାୟିତ୍ବ ଦିଆଯାଇଛି।
କର୍ମଚାରୀଙ୍କ ଅଭାବ କାରଣରୁ କଏଦୀମାନଙ୍କ ସହାୟତା ନିଆଯାଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ଏହି କାରାଗାରରେ ୩୬୦ ଜଣ କଏଦୀ ରହିବାର କ୍ଷମତା ରହିଛି।
ବର୍ତ୍ତମାନ ସେଠାରେ ପୁରୁଷ ଓ ମହିଳାଙ୍କୁ ମିଶାଇ ୨୪୦ ଜଣ କଏଦୀ ଅଛନ୍ତି।
ଏହି କଏଦୀମାନଙ୍କ ମଧ୍ୟରେ ବହୁ କୁଖ୍ୟାତ ନିଶା ବେପାରୀ, ହତ୍ୟାକାରୀ ଓ ଅନ୍ୟ ଅପରାଧୀମାନେ ରହିଛନ୍ତି।
ବର୍ତ୍ତମାନ ବଡ଼ ବଡ଼ ଅପରାଧର ଷଡ଼୍ଯନ୍ତ୍ର ଜେଲ୍ ମଧ୍ୟରୁ ହିଁ ହେଉଛି।
ଅପରାଧୀମାନେ କାରାଗାରରେ ରହିଥିଲେ ମଧ୍ୟ ସେମାନଙ୍କ ସହଯୋଗୀମାନଙ୍କ ଦ୍ବାରା ନିଜର ନେଟ୍ୱର୍କକୁ ବିସ୍ତାର କରି ଚାଲିଛନ୍ତି।
ଏହାସହ କାରାଗାରରେ ଅବାଧ ନିଶା କାରବାର ଓ ମୋବାଇଲ୍ ଫୋନ୍ ବ୍ୟବହାର ପରି ଘଟଣା ଦେଖିବାକୁ ମିଳୁଛି।Advertisment Iran-US peace: ଇରାନ-ଆମେରିକା ଶାନ୍ତିଚୁକ୍ତି: କଠୋରପନ୍ଥୀଙ୍କ ଜୋର୍ଦାର ବିରୋଧ କୁଖ୍ୟାତ ଅପରାଧୀଙ୍କ ଉପରେ କଡ଼ା ନଜର ରଖାଯିବା ସହ ସେମାନଙ୍କ ସହଯୋଗୀମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଯଥେଷ୍ଟ ୱାର୍ଡ଼ର୍ ଓ ଅଧିକାରୀଙ୍କ ଆବଶ୍ୟକତା ରହିଛି।
ନୟାଗଡ଼ କାରାଗାରରେ ଜେଲର୍ ପଦବି ଫାଙ୍କା ପଡ଼ିଛି।
ଦୁଇଜଣ ସହକାରୀ ଜେଲର୍ଙ୍କ ବଦଳରେ ଜଣେ ଏବଂ ଗୋଟିଏ ଉପସହାୟକ ଜେଲର୍ ପଦ ଖାଲି ପଡ଼ିଛି।
୧୭ ଜଣ ୱାର୍ଡ଼ର୍ଙ୍କ ଆବଶ୍ୟକ ଥିବା ବେଳେ ଏବେ ୭ ଜଣ ରହିଛନ୍ତି।
ଅର୍ଥାତ୍ ୧୦ ୱାର୍ଡ଼ର୍ ପଦ ଖାଲି ପଡ଼ିଛି।
୨୪୦ କଏଦୀଙ୍କୁ ଜଗିବା ପାଇଁ ବିଭିନ୍ନ ସିଫ୍ଟରେ ପ୍ରତ୍ୟେକ ଦିନ ତିନି ଜଣ ୱାର୍ଡ଼ର୍ ରହୁଛନ୍ତି।
କଏଦୀମାନେ ରହୁଥିବା ୧୬ଟି କୋଠରିକୁ ଜଗିବା ଏହି ତିନି ଜଣଙ୍କ ପକ୍ଷେ ସମ୍ଭବ ହେଉନାହିଁ।
କଏଦୀମାନଙ୍କ ଗତିବିଧି ଉପରେ ନଜର ରଖିବା ତ ଦୂରେ ଥାଉ, ପ୍ରତି ସେଲ୍ରେ ଠିକ୍ ସମୟରେ ପହଞ୍ଚିବା ପାଇଁ ମଧ୍ୟ ସେମାନଙ୍କୁ ନାକେଦମ୍ ହେବାକୁ ପଡ଼ୁଛି।
ଏଣୁ ବାଧ୍ୟ ହୋଇ ସଜା ଭୋଗୁଥିବା ୧୦ ଜଣ କଏଦୀଙ୍କୁ କାରାଗାର ସୁରକ୍ଷା ଦାୟିତ୍ବରେ ନିଯୁକ୍ତି ଦିଆଯାଇଛି।
ସେମାନଙ୍କୁ ଦୈନିକ ୯୫ ଟଙ୍କା ଲେଖାଏଁ ଦରମା ଦିଆଯାଉଛି।
କାରାଗାର ମଧ୍ୟରେ ଦୁଇ ପଟେ ଚାରି ଜଣ ଲେଖାଏଁ କଏଦୀଙ୍କୁ ଛିଡ଼ା କରାଯାଉଛି।
କଏଦୀଙ୍କୁ କାରାଗାର ସୁରକ୍ଷା ଦାୟିତ୍ବ ଦେବା କେତେ ସୁରକ୍ଷିତ, ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Crime network: ଜେଲ୍ରୁ ଅପରାଧ ନେଟ୍ୱର୍କ ଏ ନେଇ ଜେଲ୍ ଅଧୀକ୍ଷକ ବାବୁଲି ବାରିକ କହନ୍ତି, କାରାଗାରରେ ପ୍ରାୟ ୩୦ ଜଣ ସଜା ଭୋଗୁଥିବା କଏଦୀ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଛନ୍ତି।
କଏଦୀମାନଙ୍କ ଆଚରଣକୁ ଦୃଷ୍ଟିରେ ରଖି ପହରା ଦେବା ପାଇଁ ୧୦ ଜଣଙ୍କୁ ନିଯୁକ୍ତି ଦିଆଯାଇଛି।
କର୍ମଚାରୀ ଅଭାବ ଥିବା ସମ୍ପର୍କରେ ଉପରିସ୍ଥ ଅଧିକାରୀମାନଙ୍କୁ ଜଣାଇ ଦିଆଯାଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।