୭ମ ଦିନରେ ବିଧାନସଭା ଅଧିବେଶନ, ସ୍ୱାଭାବିକ ଚାଲିଛି ପ୍ରଶ୍ନକାଳ

Nov 27, 2026 - 11:07
୭ମ ଦିନରେ ବିଧାନସଭା ଅଧିବେଶନ, ସ୍ୱାଭାବିକ ଚାଲିଛି ପ୍ରଶ୍ନକାଳ

ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ଚଳିତ ଶୀତକାଳୀନ ଅଧିବେଶନର ଆଜି ୭ମ ଦିନ ଇ  ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ପ୍ରଶ୍ନକାଳ ସ୍ୱାଭାବିକ ଭାବେ ଚାଲିଛି । ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ । ଗୃହକାର୍ଯ୍ୟ ଆରମ୍ଭରୁ ବିଧାୟକମାନେ ବିଭିନ୍ନ ଜନସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇଥିବା ବେଳେ ସଂପୃକ୍ତ ବିଭାଗୀୟ ମନ୍ତ୍ରୀମାନେ ଏହାର ଉତ୍ତର ରଖୁଛନ୍ତି । ପ୍ରଥମ କିଛି ଦିନର ହଟ୍ଟଗୋଳ ପରେ ଗୃହରେ ଏବେ ଶାନ୍ତିପୂର୍ଣ୍ଣ ଭାବେ ଆଲୋଚନା ଓ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆଗକୁ ବଢ଼ୁଛି।

ସୂଚନାନୁସାରେ, ନଭେମ୍ବର ୧୮ରୁ ଆରମ୍ଭ ହୋଇଥିବା ଏହି ଶୀତକାଳୀନ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ଆସନ୍ତା ନଭେମ୍ବର ୩୦ ତାରିଖରେ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ (Appropriation Bill) ପାରିତ ହେବାର କାର୍ଯ୍ୟକ୍ରମ ରହିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)