୫୦% ଲୋକସଭା ଆସନ ସଂଖ୍ୟା ବୃଦ୍ଧିକୁ କ୍ୟାବିନେଟ୍ ମଞ୍ଜୁରୀ

Nov 27, 2026 - 16:10
୫୦% ଲୋକସଭା ଆସନ ସଂଖ୍ୟା ବୃଦ୍ଧିକୁ କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ : ଦେଶରେ ଲୋକସଭା ଆସନ ସଂଖ୍ୟା ୫୦% ବୃଦ୍ଧି କରିବା ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର କରିଛି। ଆଗାମୀ ୨୫ ବର୍ଷ ପାଇଁ ଆସନ ସଂଖ୍ୟା ଅପରିବର୍ତ୍ତିତ ରହିବ। ସେବା ତୀର୍ଥରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରାୟ ଏକ ଘଣ୍ଟାର ବୈଠକରେ ଏହି ସମ୍ବିଧାନ ସଂଶୋଧନ ବିଲ୍ ମଞ୍ଜୁର ହୋଇଛି। ବର୍ତ୍ତମାନ ଲୋକସଭାରେ ୫୪୩ଟି ନିର୍ବାଚିତ ଆସନ ରହିଛି । ୫୦ ପ୍ରତିଶତ ବୃଦ୍ଧି ହେଲେ ଏହି ସଂଖ୍ୟା ପ୍ରାୟ ୮୫୦ରେ ପହଞ୍ଚିପାରେ । ସମସ୍ତ ବର୍ଦ୍ଧିତ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇପାରିବ।

 ଏହି ବୈଠକ ପୂର୍ବରୁ, କେନ୍ଦ୍ର ମନ୍ତ୍ରୀ କିରେନ୍ ରିଜିଜୁ କହିଥିଲେ ଯେ ନଭେମ୍ବର ୩୦ ତାରିଖରେ ଲୋକସଭାରେ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରାଯିବ। ବିରୋଧୀ ଦଳ ବିତର୍କରେ ଅଂଶଗ୍ରହଣ କରିବା ଉଚିତ । ଏହି ସମୟରେ କଂଗ୍ରେସ ଦଳ ଦାବି କରିଛି ଯେ ସୀମା ନିର୍ଦ୍ଧାରଣ ଏବଂ ମହିଳା ସଂରକ୍ଷଣ ସମ୍ବନ୍ଧୀୟ ବିଲ୍ ପାସ୍ କରିବା ପାଇଁ ସରକାର ପ୍ରତାରଣାମୂଳକ ଭାବରେ ବହୁମତ ହାସଲ କରୁଛନ୍ତି। କଂଗ୍ରେସ ଦଳ ସାଂସଦମାନଙ୍କ ପାଇଁ ଏକ ହ୍ୱିପ୍ ଜାରି କରିଛି ।

ସଂସଦ ଅଧିବେଶନରେ ଅଂଶଗ୍ରହଣ ସମ୍ପର୍କରେ ଆଲୋଚନା କରିବା ପାଇଁ ଆଜି ଅପରାହ୍ନ ୪:୩୦ରେ ଦିଲ୍ଲୀରେ ସଂସଦୀୟ ରଣନୀତି ଗୋଷ୍ଠୀର ଏକ ବୈଠକ ଅନୁଷ୍ଠିତ ହେବ। ଶନିବାର ଇଣ୍ଡିଆ ବ୍ଲକ ନେତାମାନେ ବୈଠକ କରିବେ। କ୍ୟାବିନେଟ ସୀମା ନିର୍ଦ୍ଧାରଣ ସମ୍ପର୍କିତ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି।

ପ୍ରଥମ: ସମସ୍ତ ରାଜ୍ୟରେ ଲୋକସଭା ଆସନ ସଂଖ୍ୟା ୫୦% ବୃଦ୍ଧି କରିବା ଏବଂ ଜନଗଣନାରୁ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାକୁ ପୃଥକ କରିବା।

ଦ୍ବିତୀୟ: ମହିଳା ସଂରକ୍ଷଣ ସହିତ ଜଡିତ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ନୂତନ ପ୍ରୟାସ ମଧ୍ୟ କରିବେ। ଏହାର ଏକ ଅଂଶ ଭାବରେ, ସୀମା ନିର୍ଦ୍ଧାରଣ ସମ୍ପର୍କିତ ପ୍ରସ୍ତାବଗୁଡ଼ିକ ଉପରେ ବିଚାର କରାଯାଉଛି। ଏହାଦ୍ୱାରା ଉତ୍ତର ଭାରତ ହେଉ କି ଦକ୍ଷିଣ ଭାରତ, ସବୁ ରାଜ୍ୟରେ ଆସନ ସଂଖ୍ୟା ବଢ଼ିବ ।

ରାଜ୍ୟଗୁଡ଼ିକ ମଧ୍ୟରେ ଆସନ ବଣ୍ଟନର ଅନୁପାତକୁ ବଜାୟ ରଖିବାକୁ ସରକାର ଚାହୁଛନ୍ତି । ବିଶେଷକରି ଜନସଂଖ୍ୟା ନିୟନ୍ତ୍ରଣ କରିଥିବା ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ପ୍ରତିନିଧିତ୍ୱ କମିଯିବା ଆଶଙ୍କାକୁ ଦୂର କରିବା ଏହାର ଉଦ୍ଦେଶ୍ୟ ।  ଏହି ନିଷ୍ପତ୍ତିର ସମ୍ପର୍କ ମହିଳା ସଂରକ୍ଷଣ ଆଇନ ସହ ମଧ୍ୟ ରହିଛି । ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ଲାଗୁ କରିବା ନେଇ ସରକାର ଆଇନରେ ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି । ଏପ୍ରିଲରେ ଏ ସମ୍ପର୍କିତ ସମ୍ବିଧାନ ସଂଶୋଧନ ବିଲ୍‌ ଲୋକସଭାରେ ପାରିତ ହୋଇପାରିନଥିଲା । ଏବେ ନୂଆ ପ୍ରସ୍ତାବ ସହ ନଭେମ୍ବର ୩୦ରୁ ଆରମ୍ଭ ହେବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନରେ ସରକାର ଏହି ପ୍ରସଙ୍ଗ ଉଠାଇପାରନ୍ତି । ତେବେ ଆସନ ସଂଖ୍ୟାର ଚୂଡ଼ାନ୍ତ ବଣ୍ଟନ ଓ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ପରବର୍ତ୍ତୀ ଆଇନଗତ ପଦକ୍ଷେପ ଉପରେ ନିର୍ଭର କରିବ । 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)