ସୁସ୍ଥ ହେଉଛନ୍ତି ଲାଲକୃଷ୍ଣ ଆଡ଼ଭାନୀ! ହସ୍ପିଟାଲରୁ ହେଲେ ଡ଼ିସଚାର୍ଜ
ସୁସ୍ଥ ହେଉଛନ୍ତି ଲାଲକୃଷ୍ଣ ଆଡ଼ଭାନୀ! ହସ୍ପିଟାଲରୁ ହେଲେ ଡ଼ିସଚାର୍ଜ
ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀଙ୍କୁ ହସ୍ପିଟାଲରୁ ଡ଼ିସଚାର୍ଜ କରାଯାଇଛି । ଛାତି ସଂକ୍ରମଣ ଯୋଗୁଁ ତାଙ୍କୁ ଅକ୍ଟୋବର ୧୬ ତାରିଖରେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନ୍ୟୁରୋଲୋଜିର ବରିଷ୍ଠ ଡ଼ାକ୍ତରଙ୍କ ତତ୍ତ୍ବାବଧାନରେ ତାଙ୍କର ଚିକିତ୍ସା ଚାଲିଥିଲା । ବର୍ତ୍ତମାନ ଆଡ଼ଭାନୀଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି ।
ବିଜେପିର ସବୁଠାରୁ ବରିଷ୍ଠ ନେତାମାନଙ୍କ ମଧ୍ୟରୁ ଆଡଭାନୀ ବହୁ ଦଶନ୍ଧି ଧରି ଭାରତୀୟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଆଡ଼ଭାନୀ ହସ୍ପିଟାଲରେ ଭର୍ତ୍ତି ହେବାର କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ବାସଭବନରେ ସାକ୍ଷାତ କରିଥିଲେ । ମୋଦୀ ସରକାର ପ୍ରମୁଖ ଭାବେ ୨୫ବର୍ଷ ପୂର୍ତ୍ତି ଅବସରରେ ଆଡଭାନୀଙ୍କଠାରୁ ଆଶୀର୍ବାଦ ନେଇଥିଲେ । ଏନେଇ ସେ ସୋସିଆଲ ମିଡିଆ ଏକ୍ସରେ ଫଟୋ ପୋଷ୍ଟ କରିଥିଲେ ।
ପ୍ରକାଶ ଥାଉ କି, ଲାଲକୃଷ୍ଣ ଆଡ଼ଭାନୀ ତିନି ଥର ଦଳର ସଭାପତି ଭାବରେ କାର୍ଯ୍ୟ କରିଛନ୍ତି । ସେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାରରେ ୧୯୯୮ ରୁ ୨୦୦୪ ପର୍ଯ୍ୟନ୍ତ କେନ୍ଦ୍ର ଗୃହମନ୍ତ୍ରୀ ଓ ୨୦୦୨ ରୁ ୨୦୦୪ ପର୍ଯ୍ୟନ୍ତ ଉପ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଆଡ଼ଭାନୀ ରାମ ମନ୍ଦିର ଆନ୍ଦୋଳନର ଜଣେ ପ୍ରମୁଖ ବ୍ୟକ୍ତି ଥିଲେ । ସେ ୨୫ ସେପ୍ଟେମ୍ବର ୧୯୯୦ରେ ଗୁଜୁରାଟର ସୋମନାଥ ମନ୍ଦିରରୁ ଆରମ୍ଭ ହୋଇଥିବା ମନ୍ଦିର ଯାତ୍ରାର ନେତୃତ୍ୱ ନେଇଥିଲେ । ସମ୍ପ୍ରତି, ୨୦୨୪ ରେ ଭାରତ ସରକାର ତାଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରିଥିଲେ । ତାଙ୍କ ସାର୍ବଜନୀନ ଜୀବନର ସ୍ୱୀକୃତି ସ୍ୱରୂପ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
