ଯାହା ପାଇଁ ସବୁ ବିକିଲେ ସେ ମଣିଷ ନୁହେଁ AI ଥିଲା….

Oct 19, 2026 - 16:17
ଯାହା ପାଇଁ ସବୁ ବିକିଲେ ସେ ମଣିଷ ନୁହେଁ AI ଥିଲା….

ନନ୍ଦିଘୋଷ ବ୍ୟୁରୋ: ଥରେ କଳ୍ପନା କରନ୍ତୁ, ଆପଣ ଭଲ ପାଉଥିବା ମଣିଷଟି ପ୍ରକୃତରେ ରକ୍ତ ଓ ମାଂସରେ ଗଢା ମଣିଷ ନୁହେଁ କିମ୍ବା ସେଭଳି କୌଣସି ମଣିଷ ଦୁନିଆରେ ହିଁ ନାହାନ୍ତି । ଏଭଳି ପରିସ୍ଥିତିରେ ଆପଣ କ’ଣ କରିବେ? ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ବ୍ରାଜିଲର ଜଣେ ୪୯ ବର୍ଷିୀୟ ବ୍ୟକ୍ତିଙ୍କ ସହ ।

ବ୍ରାଜିଲ ମରାନହାଓ ବାସିନ୍ଦା ଏଡ଼ିମାର ମାର୍ଟିନ୍ସ ପେଶାରେ ଜଣେ ରାଜମିସ୍ତ୍ରୀ । ଏକ ଗଣମାଧ୍ୟମ ସୂଚନା ଦେଇ ସେ କହିଛନ୍ତି, ୨୦୨୦ ମସିହାରେ ଜେସିକା ଅଲିଭେରା ନାମକ ଜଣେ ମହିଳାଙ୍କ ସୋସିଆଲ ମିଡିଆ ପ୍ରୋଫାଇଲ୍ ପାଇଥିଲେ। ପରେ ସେ ମହିଳାଙ୍କ ପ୍ରେମରେ ପଡ଼ିଥିଲେ । ତାଙ୍କୁ ଭେଟିବା ନେଇ ମାର୍ଟିନ୍ସ ବେଲ୍ଲୋ ହୋରିଜୋଣ୍ଟ ଯିବାକୁ ସ୍ଥିର କରିଥିଲେ । ଏନେଇ ସେ ନିଜ ପାଖରେ ଥିବା ସବୁ ଜିନିଷକୁ ବିକ୍ରି ଟଙ୍କା ଯୋଗାଡ଼ କରିଥିଲେ। ମହିଳାଙ୍କୁ ଭେଟିବା ନେଇ ସେ ବସ ଯୋଗେ ବେଲ୍ଲୋ ହୋରିଜୋଣ୍ଟରେ ପହଞ୍ଚିଥିଲେ। ସେଠାରେ ସେ ଉକ୍ତ ମହିଳାଙ୍କୁ ପାଇନଥିଲେ । ବହୁ ଖୋଜାଖୋଜି ପରେ ହତାଶ ହୋଇ ମାର୍ଟିନ୍ସ ସାହାଯ୍ୟ ପାଇଁ ଏକ ରେଡିଓ ଷ୍ଟେସନ୍ ସହ ଯୋଗାଯୋଗ କରିଥିଲେ । ସେଠାରେ ମାର୍ଟିନ୍ସଙ୍କୁ କୁହାଯାଇଥିଲା ଯେ, ଆପଣ ଯାହାଙ୍କୁ ଖୋଜୁଛନ୍ତି ସେଭଳି ପ୍ରକୃତରେ କୌଣସି ମହିଳା ନାହାନ୍ତି । ଏହା ଶୁଣି ମାର୍ଟିନ୍ସଙ୍କ ପାଦ ତଳୁ ମାଟି ଖସାଇ ଯାଇଥିଲା ।

ମାର୍ଟିନ୍ସ ୩୦୦,୦୦୦ ଫଲୋଅର୍ସ ଥିବା ଏକ ଟିକ୍ ଟକ ଆକାଉଣ୍ଟରେ ଉକ୍ତ ମହିଳାଙ୍କ ଭିଡ଼ିଓ ଦେଖିଥିଲେ । ଜେସିକା @JessicaFazendeira ନାମକ ଆକାଉଣ୍ଟର ଏକ AI-ଜେନେରେଟେଡ୍ କ୍ୟାରେକ୍ଟର ଥିଲା । ଯେଉଁଥିରେ ଜେସିକା କ୍ୟାରେକ୍ଟରକୁ ଫାର୍ମରେ ରହିବା ପାଇଁ ସାଥୀ ଖୋଜୁଥିବା ଜଣେ ମହିଳା ଭାବେ ଉପସ୍ଥାପନ କରାଯାଇଥିଲା। ଆକାଉଣ୍ଟରେ ଥିବା ଭିଡିଓରେ, ସେ ଜଣେ ପୁରୁଷ ସାଥୀ ଖୋଜୁଥିବା ଓ ତାଙ୍କ ସହ ଫାର୍ମରେ ରହିବାକୁ ଚାହୁଁଥିବା ନେଇ କୁହାଯାଇଥିଲା । ଖାଲି ସେତିକି ନୁହେଁ, ସେ ତାଙ୍କୁ ଆର୍ଥିକ ସହାୟତା କରିବା ସହ ତାଙ୍କୁ ଜୀବନ ସାରା କାମ କରିବାକୁ ପଡ଼ିବ ନାହିଁ ବୋଲି କୁହାଯାଇଥିଲା । ଯାହା ଦ୍ବାରା ଆକାଉଣ୍ଟଟି ଅସଲି ବୋଲି ମନେ ହେବ ।

ଆକାଉଣ୍ଟ ଚଲାଉଥିବା ବ୍ୟକ୍ତି ସ୍ୱୀକାର କରିଛନ୍ତି, ‘ଜେସିକା ଏକ AI-ଜେନେରେଟେଡ୍ କ୍ୟାରେକ୍ଟର ଥିଲା । ମାର୍ଟିନ୍ସଙ୍କ ସହ କୌଣସି ସିଧାସଳଖ ସମ୍ପର୍କ ନଥିଲା’ । ସେ ଆଉ ମଧ୍ୟ କହିଛନ୍ତି, “ମୁଁ କେବେ ବି କାହା ସହ ସିଧାସଳଖ କଥା ହୋଇନାହିଁ, କିମ୍ବା କାହାକୁ ଭେଟିବା ଲାଗି ଡ଼ାକିନାହିଁ । ଯାହା ଘଟୁଛି ତାହା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଛି।”

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)