ସାଇବର ଠକେଇର ନୂଆ ଫର୍ମୁଲା, କାର୍ଡ଼ ପଠାଇ ଖାଲି କରିଦେଲେ ଆକାଉଣ୍ଟ!

Oct 26, 2026 - 16:30
ସାଇବର ଠକେଇର ନୂଆ ଫର୍ମୁଲା, କାର୍ଡ଼ ପଠାଇ ଖାଲି କରିଦେଲେ ଆକାଉଣ୍ଟ!

ନନ୍ଦିଘୋଷ ବ୍ୟୁରୋ: ହ୍ୱାଟ୍ସଆପ୍‌କୁ ଆସିଲା ବାହାଘର କାର୍ଡ଼ କିନ୍ତୁ ଆକାଉଣ୍ଟରୁ ଖାଲି ହୋଇଗଲା ୫ ଲକ୍ଷ ୮୫ ହଜାର ଟଙ୍କା । ଆଶ୍ଚର୍ଯ୍ୟର କଥା ଯେ, କାର୍ଡ଼ ପଠାଇଥିବା ବନ୍ଧୁଙ୍କ ମୋବାଇଲ୍ ମଧ୍ୟ ହ୍ୟାକ୍ ହୋଇଥିଲା । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଗୁଜରାଟରେ ।

ସୂଚନା ଅନୁଯାୟୀ, ଗୁଜରାଟ ରାଜକୋଟର ୪୮ ବର୍ଷୀୟ ରିଅଲ୍ ଇଷ୍ଟେଟ୍ ବ୍ୟବସାୟୀ ମନୀଷ ଧୋଲାରିୟାଙ୍କ ନିକଟକୁ ତାଙ୍କ ବନ୍ଧୁ ବସନ୍ତଙ୍କ ନମ୍ବରରୁ ‘ୱେଡିଂ ଇନଭିଟେସନ୍’ ନାମରେ ଏକ ଫାଇଲ୍ ଆସିଥିଲା। ଫାଇଲ୍ ଖୋଲିବା ପରେ କିଛି କୋଡ୍ ଦେଖି ସେ ଏହାକୁ ଡିଲିଟ୍ କରିଦେଇଥିଲେ। କିନ୍ତୁ ପରେ ତାଙ୍କ ଖାତାରୁ ୫.୮୫ଲକ୍ଷ ଟଙ୍କା କଟିଥିବା ଜଣାପଡ଼ିଥିଲା। ପରେ ମନୀଷ ବସନ୍ତଙ୍କ ସହ କଣ୍ଟାକ୍ଟ କରିଥିଲେ । ଏହାପରେ ସେ ବସନ୍ତଙ୍କ ମୋବାଇଲ୍ ହ୍ୟାକ୍ ହୋଇଥିବା ଜାଣିବାକୁ ପାଇଥିଲେ । ତଦନ୍ତକାରୀ ଅଫିସର ମାନଙ୍କ ସନ୍ଦେହ ଯେ, ଏହା ଏକ  APK ଫାଇଲ୍ ହୋଇଥାଇପାରେ। ଯାହା ଦ୍ୱାରା ସାଇବର ଠକ ମାନେ ଏତ ବଡ଼ ଠକେଇ କରିଛନ୍ତି ।

ଏଭଳି ସାଇବର ଠକେଇରୁ ବର୍ତ୍ତିବାକୁ ହ୍ୱାଟ୍ସଆପ୍‌ରେ ଆସୁଥିବା ଅଜଣା APK ଫାଇଲ୍ ଇନଷ୍ଟଲ୍ କରନ୍ତୁ ନାହିଁ। ପରିଚିତଙ୍କ ନମ୍ବରରୁ ଫାଇଲ୍ ଆସିଲେ ମଧ୍ୟ ଫୋନ୍ କରି ଯାଞ୍ଚ କରନ୍ତୁ। ସନ୍ଦେହଜନକ ଆପ୍‌କୁ ଆପ୍ରୁଭ କରନ୍ତୁ ନାହିଁ। ଅଜଣା ଆପ୍‌କୁ SMS, Accessibility କିମ୍ବା ବ୍ୟାଙ୍କିଂ ସମ୍ପର୍କିତ ଆକ୍ସେସ୍ ଦିଅନ୍ତୁ ନାହିଁ। ଠକେଇର ଶିକାର ହେଲେ ତୁରନ୍ତ ବ୍ୟାଙ୍କକୁ ଜଣାଇବା ସହ ସାଇବର ହେଲ୍ପଲାଇନ୍ ୧୯୩୦ରେ ଅଭିଯୋଗ କରନ୍ତୁ।

ପ୍ରକାଶ ଥାଉ କି, ଗୋଟିଏ ଅସାବଧାନତାର କ୍ଲିକ୍ ଆପଣଙ୍କୁ ଲକ୍ଷାଧିକ ଟଙ୍କାର କ୍ଷତିରେ ପକାଇପାରେ। ତେଣୁ ହ୍ୱାଟ୍ସଆପ୍‌ରେ ଆସୁଥିବା ପ୍ରତ୍ୟେକ ଫାଇଲ୍‌କୁ ସହଜରେ ଓ ଶୀଘ୍ର ବିଶ୍ୱାସ କରନ୍ତୁ ନାହିଁ। ଅଜଣା ଆପ୍‌କୁ SMS, Accessibility କିମ୍ବା ବ୍ୟାଙ୍କିଂ ସମ୍ପର୍କିତ ଆକ୍ସେସ୍ ଦିଅନ୍ତୁ ନାହିଁ। ସାଇବର ଷଡ଼ଯନ୍ତ୍ରରୁ ବର୍ତ୍ତିବା ପାଇଁ ନିଜକୁ ସତର୍କ ଓ ସଜାଗ ରଖନ୍ତୁ । ବ୍ୟୁରୋ ରିପୋର୍ଟ ନନ୍ଦିଘୋଷ ଡ଼ିଜିଟାଲ

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)