ସବୁ ଗାଁକୁ ମିଳିବ ମୋବାଇଲ୍ ନେଟୱର୍କ ଓ ଇଣ୍ଟରନେଟ୍, ୨୦୨୭ ସୁଦ୍ଧା ଟାୱାର ସ୍ଥାପନ ଲକ୍ଷ୍ୟ

Nov 23, 2026 - 14:11
ସବୁ ଗାଁକୁ ମିଳିବ ମୋବାଇଲ୍ ନେଟୱର୍କ ଓ ଇଣ୍ଟରନେଟ୍, ୨୦୨୭ ସୁଦ୍ଧା ଟାୱାର ସ୍ଥାପନ ଲକ୍ଷ୍ୟ

ନନ୍ଦିଘୋଷ ବ୍ୟୁରୋ :  ମାର୍ଚ୍ଚ ୨୦୨୭ ସୁଦ୍ଧା ସବୁ ଗାଁକୁ ମୋବାଇଲ ନେଟୱର୍କ । ମୋବାଇଲ ଟାୱାର ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯାଉଛି । ବିଧାନସଭାରେ ଇଲେକ୍ଟ୍ରୋନିକ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଏନେଇ ଉତ୍ତର ରଖିଛନ୍ତି । ଏହାସହ ଆସନ୍ତା ୩ ବର୍ଷରେ ସବୁ ଗାଁରେ ଇଣ୍ଟରନେଟ ପାଇଁ ଓଡ଼ିଶାରେ ଭାରତ ନେଟ ଫେଜ ୩ କାମ ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କ ଟେଲି କମ୍ୟୁନିକେସନ ବିଭାଗ ଏବଂ ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ମଧ୍ୟରେ ଏମଓୟୁ ହୋଇଛି । ସେପ୍ଟେମ୍ବର ୨୦୨୬ ରୁ କାମ ଆରମ୍ଭ ହୋଇଛି । ୩ ବର୍ଷରେ ୩ ହଜାର ୩୮୪ କୋଟି ଟଙ୍କା ଖର୍ଚ୍ଚ ହେବ । ସବୁ ଗାଁକୁ ଅପ୍ଟିକାଲ ଫାଇବାର ଏବଂ ଟପୋଲୋଜି ନେଟୱାର୍କ ସହ ଇଣ୍ଟରରନେଟ ପହଞ୍ଚାଯିବ । ୩୧୪ ବ୍ଲକ ଅଫିସ ଏବଂ ପଞ୍ଚାୟତ ଅଫିସ ଡାଟା ଏକ୍ସଚେଞ୍ଜ ସେଣ୍ଟର ଭାବେ କାମ କରିବ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)