ସଙ୍କଟରେ ଆସିକା ଚିନି ଶିଳ୍ପ
ନନ୍ଦିଘୋଷ ବ୍ୟୁରୋ : ସଙ୍କଟରେ ଆସିକା ଚିନି ଶିଳ୍ପ । ନୂଆ ଅବକାରୀ ନୀତି ବଢ଼ାଇଲା ଚିନ୍ତା । ଘରୋଇ ଶିଳ୍ପ ସଂସ୍ଥା ମଧ୍ୟ ପ୍ରସ୍ତୁତ କରିବେ ୪୦-ଗ୍ରେଡ ବିଶିଷ୍ଟ ଦେଶୀ ମଦ। ପ୍ରତିଦ୍ବନ୍ଦ୍ବିତାମୂଳକ ବ୍ୟବସାୟ ମଧ୍ୟରେ ଚିନି ଶିଳ୍ପ ବ୍ୟାପକ କ୍ଷତି ସହିବା ଆଶଙ୍କା । ଏସିଆ ମହାଦେଶର ସର୍ବପୁରାତନ କଳ ହେଉଛି ଆସିକା ଚିନି ଶିଳ୍ପ । ଏଠାରୁ ଉତ୍ପାଦିତ ଚିନିର ବେଶ ଚାହିଦା ରହିଛି । ତେବେ ବନ୍ୟା, ବାତ୍ୟା, ବନ୍ୟଜନ୍ତୁଙ୍କ ଉପଦ୍ରବ ଆଦି କାରଣରୁ ଅଞ୍ଚଳରେ ଆଖୁ ଉତ୍ପାଦନ ହ୍ରାସ ପାଇଛି । ଉନ୍ନତମାନର ବିହନ, କୀଟନାଶକ ଔଷଧ, ସାର ଓ ପିଡ଼ିଆ ଦର ବୃଦ୍ଧି ସାଙ୍ଗକୁ ପ୍ରଶାସନର ଚାଷୀ ମାରଣ ନୀତି ଆଖୁ ଚାଷୀଙ୍କ ପାଇଁ ବୋଝ ଉପରେ ଲଳିତା ବିଡ଼ା ସଦୃଶ ହୋଇଛି । ଫଳରେ ଆସିକା ଚିନିଶିଳ୍ପକୁ ଆବଶ୍ୟକ ପରିମାଣର ଆଖୁ ଯୋଗାଇ ପାରୁନାହାନ୍ତି ଚାଷୀ । କ୍ଷତି ସହୁଛି ଚିନି ଶିଳ୍ପ।…
ଚିନି ଶିଳ୍ପର କ୍ଷତିଭରଣା ପାଇଁ ଆସ୍କା-୪୦ ପ୍ରସ୍ତୁତ କରି ବିକ୍ରି କରିବାକୁ ଅନୁମତି ଦେଇଥିଲେ ତତ୍କାଳୀନ ସରକାର । ହେଲେ ନୂଆ ଅବକାରୀ ନୀତି ଅନୁଯାୟୀ, ଘରୋଇ ଶିଳ୍ପ ସଂସ୍ଥା ଗୁଡ଼ିକ ମଧ୍ୟ ଦେଶୀ ମଦ ବ୍ରାଣ୍ଡ ଆସ୍କା-୪୦ ପ୍ରସ୍ତୁତ କରିପାରିବେ । ଏହାଦ୍ବାରା ଆସିକା ଚିନି କଳ ବ୍ୟାପକ କ୍ଷତି ସହିବା ଆଶଙ୍କା କରାଯାଉଛି । ଆର୍ଥିକ ଦୁରବସ୍ଥା ମଧ୍ୟରେ ଏହି ଚିନି କଳ ଘରୋଇ ଶିଳ୍ପ ସଂସ୍ଥା ଗୁଡ଼ିକ ସହ ତାଳ ଦେଇ କିପରି ବ୍ୟବସାୟ କରିବ ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ । ସେପଟେ ଗ୍ରାହକଙ୍କୁ ଭିଡ଼ିବା ପାଇଁ ନୂଆ ଫ୍ଲେବରରେ ଆସ୍କା-୪୦ ପ୍ରସ୍ତୁତ କରିବାକୁ ଯୋଜନା କରିଛନ୍ତି ଚିନି ଶିଳ୍ପ କର୍ତ୍ତୃପକ୍ଷ। …
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
