ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ

Nov 08, 2026 - 11:53
ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ

ଯାଜପୁର: ନବବଧୂଙ୍କୁ ହତ୍ୟା ଅଭିଯୋଗ। ହାତରୁ ମେହେନ୍ଦିର ରଙ୍ଗ ଛାଡ଼ି ନଥିବାବେଳେ ଚାଲିଯାଇଛି ଜୀବନ । ଶାଶୁଘର ଲୋକେ ନିର୍ଯାତନା ଦେବା ସହ ବିଷ ଟାବଲେଟ୍ ଦେଇ ହତ୍ୟା କରିଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର। ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ସୁନ୍ଦରପୁର ଗାଁରେ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । କେନ୍ଦ୍ରାପଡ଼ା କୁସୁମୀ ଗାଁର ସାବିତ୍ରୀ ପଲେଇଙ୍କ ଝିଅ ପ୍ରିୟଦର୍ଶିନୀ ପଲେଇଙ୍କ ବିବାହ ଯାଜପୁର ସୁନ୍ଦରପୁର ଗାଁର ପ୍ରଫୁଲ୍ଲ ପୃଷ୍ଟିଙ୍କ ପୁଅ ଚନ୍ଦନଙ୍କ ସହ ବୈଦିକ ରୀତିରେ ହୋଇଥିଲା। କିନ୍ତୁ ବିବାହର ଅଳ୍ପ କିଛି ଦିନ ପରେ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ତାଙ୍କ ମାଆ ଅଭିଯୋଗ କରିଥିଲେ। ପରେ ଉଭୟ ପରିବାର, ସ୍ଥାନୀୟ ଗ୍ରାମବାସୀ ଏବଂ ସରପଞ୍ଚଙ୍କ ହସ୍ତକ୍ଷେପରେ ଘଟଣାର ଆପୋଷ ସମାଧାନ ହୋଇଥିଲା। ପରେ  ସ୍ୱାମୀ ଚାକିରି କରୁଥିବା ସ୍ଥାନକୁ ପ୍ରିୟଦର୍ଶିନୀଙ୍କୁ ନେଇଯାଇଥିଲେ। ସେଠାରେ ମାଡ଼ ମାରିବା ସହ ବିଷ ଟାବଲେଟ୍ ଦେଇ ମାରିଦେଇଥିବା ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପ୍ରିୟଦର୍ଶିନୀଙ୍କ ମାଆ। ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି ପରିବାର..।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)