ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ଅପହରଣ,କୌଶଳକ୍ରମେ ଖସି ଆସିଲେ ପୀଡିତା

Jul 20, 2026 - 13:29
ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ଅପହରଣ,କୌଶଳକ୍ରମେ ଖସି ଆସିଲେ ପୀଡିତା

ଭୁବନେଶ୍ୱର : ଲିପ୍ଟ ଦେବା ବାହାନାରେ ଯୁବତୀଙ୍କୁ ଅପହରଣ କରି ଦୁଷ୍କର୍ମ ଉଦ୍ୟମ । ଭୁବନେଶ୍ୱର ଉପକଣ୍ଠ ଇନ୍‌ଫୋଭ୍ୟାଲିସ୍ଥିତ ପିତାପଲ୍ଲୀ ଜଙ୍ଗଲରେ ଦୁଷ୍କର୍ମ ଉଦ୍ୟମ ହୋଇଛି । ୫ ଘଣ୍ଟାର ସର୍ଚ୍ଚ ଅପରେସନ୍ ପରେ ସୁରକ୍ଷିତ ଭାବେ ଜଙ୍ଗଲରୁ ଯୁବତୀଙ୍କୁ ଉଦ୍ଧାର କଲା ପୋଲିସ । ଖୋର୍ଦ୍ଧା ବସ୍‌ ଷ୍ଟାଣ୍ଡରୁ ଯୁବତୀଙ୍କୁ ଜଣେ ଯୁବକ ଅପହରଣ କରିନେଇଥିଲେ । ତେବେ ଜଙ୍ଗଲରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମବେଳେ ସେଠାରୁ ସେ ଖସିଯାଇ ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲେ । ଅଭିଯୁକ୍ତ ଗିରଫ କରାଯାଇଥିବା ସୂଚନା ମିଳିଛି । 

ଘଟନାନୁସାରେ ,ରବିବାର ଯୁବତୀ ଜଣଙ୍କ ଖୋର୍ଦ୍ଧାରୁ ଭୁବନେଶ୍ୱର ଆସୁଥିଲେ । ଏହି ସମୟରେ ଜଣେ ବାଇକ୍‌ ଆରୋହୀ ତାଙ୍କୁ ଲିପ୍ଟ ଦେଇଥିଲେ । ହେଲେ ସମ୍ପୃକ୍ତ ବାଇକ୍‌ ଆରୋହୀଙ୍କ ଉଦ୍ଦେଶ୍ୟ ଥିଲା ଭିନ୍ନ । ମାତ୍ର ଯୁବତୀ ଜଣଙ୍କ ଏହା ବୁଝି ପାରି ନଥିଲେ। ତାଙ୍କୁ ଖୋର୍ଦ୍ଧରୁ ସିଧାସଳଖ ମୁଖ୍ୟ ରାସ୍ତାରେ ନେବା ବଦଳରେ ଜଙ୍ଗଲ ରାସ୍ତାରେ ନେଇ ଆସିଥିଲେ। ପୀତାପଲ୍ଲୀ ନିକଟରେ ଯୁବତୀଙ୍କୁ ସନ୍ଦେହ ହୋଇଥିଲା। ସେ ଗାଡ଼ି ରଖିବାକୁ କହିଥିଲେ। ହେଲେ ବାଇକ୍‌ ଆରୋହୀ ଜଣଙ୍କ ଯୁବତୀଙ୍କ କଥା ନଶୁଣି ଗାଡ଼ି ଚଳାଇଥିଲେ। ଶେଷରେ ନିରୁପାୟ ହୋଇ ଯୁବତୀ ଜଣଙ୍କ ବାଇକ୍‌ରୁ ଡେଇଁ ପଡ଼ିଥିଲେ। ପରେ ଏ ନେଇ ୧୧୨କୁ ଫୋନ୍‌ କରିଥିଲେ। ହେଲେ ଏହି ସମୟରେ ଯୁବତୀଙ୍କ ଫୋନ୍‌ ବ୍ୟାଟେରୀ ମଧ୍ୟ ମାତ୍ର ୧୦ ପ୍ରତିଶତ ରହିଥିଲା। ଯୁବତୀ ଜଣଙ୍କ ପୁଲିସକୁ ମଧ୍ୟ ଏସମ୍ପର୍କରେ ଅବଗତ କରାଇଥିଲେ । ଏହାପରେ ସେ ଜଙ୍ଗଲ ମଧ୍ୟରେ ଲୁଚି ଯାଇଥିଲେ । ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଏସିପି ଜୋନ୍ ୩ ଙ୍କ ସହ ଇନଫୋଭ୍ୟାଲି, ଜଟଣୀ, ଖଣ୍ଡଗିରି ଓ ଭରତପୁର ଥାନାର ପୋଲିସ ଏବଂ ୫୦ରୁ ଅଧିକ ପୋଲିସ କର୍ମଚାରୀ ଜଙ୍ଗଲରେ ଯୁବତୀଙ୍କୁ ଖୋଜାଖୋଜି କରିଥିଲେ । ଡ୍ରୋନ୍, ଫ୍ଲେୟାର ଗନ୍ ଓ ଅନ୍ୟାନ୍ୟ ଉପାୟରେ ଖୋଜାଖୋଜି ପରେ ଯୁବତୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ପରେ ତାଙ୍କ ଅଭିଯୋଗ ଆଧାରରେ ଇନଫୋଭ୍ୟାଲି ଥାନାରେ ଦୁଷ୍କର୍ମ ଉଦ୍ୟମ ମାମଲା ରୁଜୁ ହୋଇଛି । ତେବେ ଅପବାଦ ଭୟରେ ଯୁବତୀ ଜଣକ ପ୍ରଥମେ ଥାନାରେ ମାମଲା ରୁଜୁ କରିବାକୁ ମନ କରୁଥିବାବେଳେ ,ଶେଷରେ ପୋଲିସ ସହାୟତାରେ ମାମଲା ଦାୟର କରିଥିଲେ । ପରେ ପୋଲିସ ତନାଘନା କରି ଅଭିଯୁକ୍ତକୁ ଗିରଫ କରିବା ସହ ତାଙ୍କ ବାଇକ୍ ଜବତ କରିଛି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।