୨ ଆଇଏଏସ ଙ୍କୁ ନୂତନ ନିଯୁକ୍ତି

Jul 21, 2026 - 12:50
୨ ଆଇଏଏସ ଙ୍କୁ ନୂତନ ନିଯୁକ୍ତି

ଭୁବନେଶ୍ୱର : ୨ ଆଇଏଏସ ଅଧିକାରୀଙ୍କ ବିଭାଗ ବଦଳି କଲେ ଓଡ଼ିଶା ସରକାର । ସୋମବାର ଦିନ ଦୁଇଜଣ ଭାରତୀୟ ପ୍ରଶାସନିକ ସେବା (IAS) ଅଧିକାରୀଙ୍କୁ ନୂତନ ନିଯୁକ୍ତି ମିଳିଛି । ଏ ନେଇ ଓଡ଼ିଶା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ (NSCS) କ୍ୟାଡରର ଡକ୍ଟର ପୋମା ଟୁଡୁ ହେଲେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ଅତିରିକ୍ତ ସଚିବ। ଏହା ସହିତ ତାଙ୍କୁ ଖାଦ୍ୟ ନିରାପତ୍ତା କମିଶନର ଓ ଟିଡିସିସିଓଏଲ MD ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ସେହିପରି IAS ସ୍ମିତା ପାଣି ଓଏସଏମ୍‌ସିଏଲର ନୂଆ ଅଧ୍ୟକ୍ଷା ହୋଇଛନ୍ତି । 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।