ଲଗାଣ ବର୍ଷା ଯୋଗୁଁ ବେଲଗାମ ପରିବା ଦର

Jul 20, 2026 - 13:29
ଲଗାଣ ବର୍ଷା ଯୋଗୁଁ ବେଲଗାମ ପରିବା ଦର

ଭୁବନେଶ୍ୱର : ପରିବା ବଜାରରେ ନିଆଁ । ସପ୍ତାହକ ମଧ୍ୟରେ ବଢ଼ିଲାଣି ୨ ଗୁଣା ଦର । ଲଗାଣ ବର୍ଷା ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହେବାରୁ ପରିବା ଦର ଅଣାୟତ୍ତ ହେଉଥିବା କୁହାଯାଉଛି । ଯାହା ବି ପରିବା ମାର୍କେଟରେ ମିଳୁଛି ତାହା ସନ୍ଧ୍ୟାରେ ଘରକୁ ଆସିବା ବେଳକୁ ସକାଳେ ସଢ଼ି ଯାଉଛି । ଏପଟେ ପକେଟ ଖାଲି ହୋଇ ଯାଉଥିବାବେଳେ ସେପଟେ କିନ୍ତୁ ପେଟ ମଧ୍ୟ ପୂରୁନାହିଁ । ଯେଉଁ ପରିବାକୁ ହାତ ମାରିଲେ ସବୁ ୭୦/୮୦ ଉପରେ । ଗୋଟିଏ ବ୍ୟାଗ ଫୁଲ୍‌ ପାଇଁ ଅତି କମରେ ୫୦୦ ଟଙ୍କା ଆବଶ୍ୟକ ପଡୁଛି । ଏହାକୁ ନେଇ ଚିନ୍ତାରେ ଖାଉଟି । 

ଅନ୍ୟପଟେ, ବିରଜା ପାଞ୍ଜି ଅନୁସାରେ ଆଜିଠାରୁ ଆରମ୍ଭ ହୋଇଯାଇଛି ଶ୍ରାବଣ ମାସ । ଏହି ମାସରେ ମହାଦେବଙ୍କ ଠାରେ ଜଳଲାଗି ହେଉଥିବାରୁ ଅନେକ ପରିବାର ନିରାମିଷ ଖାଇଥାନ୍ତି । ମାତ୍ର ପରିବା ଦର ବୃଦ୍ଧି ସାଧରଣ ଲୋକଙ୍କ ହାଣ୍ଡିଶାଳ ଉପରେ ପ୍ରଭାବ ପକାଇଛି । ୧ ନମ୍ୱର୍ ମାର୍କେଟରେ ଦରକୁ ନେଇ ଚିନ୍ତାରେ ଖାଉଟି । କାରଣ ଏହି ସ୍ଥାନରେ ସମସ୍ତ ପରିବା ଦର ଶସ୍ତା ରହିଥିବା ବିଶ୍ୱାସ ରହିଛି । ସେହିପରି ଛତ୍ରବଜାର ପରିବା ମଣ୍ଡିରେ ପରିବା ଦର ଆକାଶ ଛୁଆଁ ରହିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।