ରାମାୟଣର ଚର୍ଚ୍ଚା ଭିତରେ ବକ୍ସ ଅଫିସରେ ସୂର୍ଯ୍ୟଙ୍କ ଫିଲ୍ମ ‘ସୀନ୍’ର ଧମାକା

Nov 09, 2026 - 14:43
ରାମାୟଣର ଚର୍ଚ୍ଚା ଭିତରେ ବକ୍ସ ଅଫିସରେ ସୂର୍ଯ୍ୟଙ୍କ ଫିଲ୍ମ ‘ସୀନ୍’ର ଧମାକା

ନନ୍ଦିଘୋଷ ବ୍ୟୁରୋ: ରାମାୟଣକୁ ନେଇ ସିନେପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଥିବା ବେଳେ ବକ୍ସ ଅଫିସରେ ନିଜ ଜଲୱା ଦେଖାଇଛି ଦକ୍ଷିଣ ସୁପରଷ୍ଟାର ସୂର୍ଯ୍ୟଙ୍କ ଫିଲ୍ମ ‘ସୀନ୍’। ରିଲିଜ୍‌ର ପ୍ରଥମ ସପ୍ତାହାନ୍ତରେ ଫିଲ୍ମଟି ଦମଦାର ଆୟ କରିଛି। ମାତ୍ର ତିନି ଦିନରେ ଫିଲ୍ମର ବିଶ୍ୱବ୍ୟାପୀ ଆୟ ୧୧୬ କୋଟି ଟଙ୍କା ଅତିକ୍ରମ କରିଛି।

ରିଲିଜ୍‌ର ତୃତୀୟ ଦିନ ଅର୍ଥାତ୍ ରବିବାର ଫିଲ୍ମଟି ଭାରତରେ ୨୩.୨୫ କୋଟି ଟଙ୍କାର ନେଟ୍ କଲେକ୍ସନ କରିଛି। ଏହି ଦିନରେ ଭାରତର ମୋଟ ଆୟ ୨୭ କୋଟି ଟଙ୍କା ରହିଥିବା ବେଳେ ବିଦେଶରୁ ୧୦ କୋଟି ଟଙ୍କା ଆୟ ହୋଇଛି। ଫଳରେ ତୃତୀୟ ଦିନରେ ଫିଲ୍ମର ମୋଟ ଆୟ ୩୭ କୋଟି ଟଙ୍କାରେ ପହଞ୍ଚିଛି।

ଅନ୍ୟପକ୍ଷରେ, ତିନି ଦିନରେ ଫିଲ୍ମଟି ଭାରତରେ ୬୨.୭୫ କୋଟି ଟଙ୍କାର ନେଟ୍ କଲେକ୍ସନ କରିଛି। ଭାରତର ମୋଟ ଆୟ ୭୨.୯୦ କୋଟି ଟଙ୍କା ରହିଥିବା ବେଳେ ବିଦେଶରୁ ୪୩.୭୫ କୋଟି ଟଙ୍କା ଆସିଛି। ଏହାକୁ ମିଶାଇ ଫିଲ୍ମର ବିଶ୍ୱବ୍ୟାପୀ ଆୟ ୧୧୬.୬୫ କୋଟି ଟଙ୍କାରେ ପହଞ୍ଚିଛି।

ଦର୍ଶକଙ୍କ ଭଲ ପ୍ରତିକ୍ରିୟା ଓ ବିଦେଶରେ ମଧ୍ୟ ଫିଲ୍ମର ଭଲ ଆୟ ଏହାର ବ୍ୟବସାୟକୁ ଆଗକୁ ବଢ଼ାଇଛି। ରାମାୟଣ ଭଳି ବଡ଼ ପ୍ରକଳ୍ପକୁ ନେଇ ଚର୍ଚ୍ଚା ମଧ୍ୟରେ ସୂର୍ଯ୍ୟଙ୍କ ‘ସୀନ୍’ର ଏହି ବକ୍ସ ଅଫିସ୍ ପ୍ରଦର୍ଶନ ସିନେମା ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)