Shashi Tharoor: ନିର୍ବାଚନ କମିସନଙ୍କ ଉପରେ ବର୍ଷିଲେ ଶଶି ଥରୁର

Nov 09, 2026 - 14:58
Shashi Tharoor: ନିର୍ବାଚନ କମିସନଙ୍କ ଉପରେ ବର୍ଷିଲେ ଶଶି ଥରୁର

ନୂଆଦିଲ୍ଲୀ: ରାଜସ୍ଥାନ ରାଜ୍ୟ ନିର୍ବାଚନ କମିସନଙ୍କ ଦ୍ବାରା ପଞ୍ଚାୟତ ନିର୍ବାଚନରେ ବ୍ୟବହୃତ ଭୋଟର ତାଲିକା ନେଇ କଂଗ୍ରେସ ନେତା ଶଶି ଥରୁର ପ୍ରଶ୍ନ ଉଠାଇଛନ୍ତି। ​​ଏହି ଭୋଟର ତାଲିକାରେ ପ୍ରାୟ ୨ ଲକ୍ଷ ଭୋଟରଙ୍କ ନାମ ଅନ୍ତର୍ଭୁକ୍ତ ରହିଛି ଯେଉଁମାନଙ୍କୁ ଏସଆଇଆରରେ ମୃତ ଘୋଷଣା କରାଯାଇଥିଲା।

ଭୋଟରମାନଙ୍କୁ ରାଜ୍ୟ ନିର୍ବାଚନ କମିସନଙ୍କ ଭୋଟର ତାଲିକାରେ ଜୀବିତ ଦର୍ଶାଯାଇଛି।

Advertisment ନିର୍ବାଚନ କମିସନଙ୍କ ଅକ୍ଷମତା ଏବଂ କଦାଚାର ସୀମା ଲଂଘନ କରିଛି ବୋଲି ସେ ଅଭିଯୋଗ କରିଛନ୍ତି।

ଏସଆଇଆର ସମୟରେ ପ୍ରାୟ ୮ ଲକ୍ଷ ୭୫ ହଜାର ଲୋକଙ୍କୁ ମୃତ ଘୋଷଣା କରାଯାଇଥିଲା।

ମାତ୍ର ପରବର୍ତ୍ତୀ ସମୟରେ ରାଜସ୍ଥାନ ରାଜ୍ୟ ନିର୍ବାଚନ କମିସନ ସେମାନଙ୍କ ମଧ୍ୟରୁ ଏକ ଲକ୍ଷ ୮୨ ହଜାର ଭୋଟରଙ୍କୁ ଏପର୍ଯ୍ୟନ୍ତ ଜୀବିତ ଭାବରେ ବର୍ଗୀକୃତ କରି ସମ୍ପ୍ରତି ପଞ୍ଚାୟତ ନିର୍ବାଚନରେ ​​ସେମାନଙ୍କୁ ଭୋଟ୍ ଦେବାର ଅଧିକାର ଦେଇଥିଲେ।

୩୦ ଲକ୍ଷ ଭୋଟର ଏସଆଇଆରରେ ନାହାନ୍ତି ରାଜସ୍ଥାନର ପଞ୍ଚାୟତ ଏବଂ ପୌର ସଂସ୍ଥାର ଭୋଟର ତାଲିକାରେ ପଞ୍ଜିକୃତ ପ୍ରାୟ ୩୦ ଲକ୍ଷ ଭୋଟର ନିର୍ବାଚନ କମିସନରଙ୍କ ଏସଆଇଆରରେ ନାହାନ୍ତି।

ରାଜସ୍ଥାନ ରାଜ୍ୟ ନିର୍ବାଚନ କମିସନର ସଚିବ ରାଜେଶ ବର୍ମାଙ୍କ ଅନୁଯାୟୀ, ସେମାନେ ବ୍ୟବହାର କରିଥିବା ଭୋଟର ତାଲିକା ଶେଷ ଥର ପାଇଁ ୧ ଜାନୁଆରି ୨୦୨୫ରେ ଅପଡେଟ୍ କରାଯାଇଥିଲା।

Donald Trump: ମୃତ୍ୟୁ ପରେ ମୁଁ ସ୍ବର୍ଗକୁ ଯିବି,ମରିବା ପର୍ଯ୍ୟନ୍ତ ଶତ୍ରୁଙ୍କୁ କ୍ଷମା କରିବି ନାହିଁ: ସାକ୍ଷାତକାରରେ କହିଲେ ଟ୍ରମ୍ପ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)