ରାତି ପାହିଲେ କୋଟିଆରେ ନିର୍ବାଚନ; ସୀମା ସୁରକ୍ଷା ପାଇଁ ଓଡ଼ିଶାର ଆରପାର୍ ଲଢ଼େଇ

Nov 04, 2026 - 20:35
ରାତି ପାହିଲେ କୋଟିଆରେ ନିର୍ବାଚନ; ସୀମା ସୁରକ୍ଷା ପାଇଁ ଓଡ଼ିଶାର ଆରପାର୍ ଲଢ଼େଇ

ରାତି ପାହିଲେ କୋଟିଆରେ ନିର୍ବାଚନ; ସୀମା ସୁରକ୍ଷା ପାଇଁ ଓଡ଼ିଶାର ଆରପାର୍ ଲଢ଼େଇ

ନନ୍ଦିଘୋଷ ବ୍ୟୁରୋ: ଡବଲ ଇଞ୍ଜିନ ସରକାର ସତ୍ତ୍ୱେ ଆନ୍ଧ୍ରପ୍ରଦେଶ ‘କୋଟିଆ’ରେ ନିର୍ବାଚନ କରିବାକୁ ଅଣ୍ଟା ଭିଡ଼ିଛି । ସାରା ରାଜ୍ୟରେ ଏହା ବିରୋଧରେ ତୀବ୍ର ହୋଇଛି ପ୍ରତିବାଦର ସ୍ଵର । ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ କହିଲେ, ପଣ୍ଡ ହେବ କୋଟିଆରେ ଆନ୍ଧ୍ରର ନିର୍ବାଚନ ଉଦ୍ୟମ । ମୁଖ୍ୟମନ୍ତ୍ରୀ ଦିଳ୍ଲୀ ଗସ୍ତରେ ଥିବାରୁ ତୁରନ୍ତ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୁଅନ୍ତୁ ବୋଲି ବିଜେଡି  ଦାବି କରିଛି । ସେପଟେ କୋଟିଆକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ ।

ଆସନ୍ତାକାଲି କୋଟିଆ ଭୋଟ । ସୀମା ସୁରକ୍ଷା ପାଇଁ ଆରପାର ଲଢେଇ କରୁଛି ଓଡିଶା । ମୁଖ୍ୟ ବିରୋଧୀ ଦଳ ବିଜେଡି ଫିଲ୍ଡରେ ଓଡ଼ିଶା ସୀମା ସୁରକ୍ଷା ପାଇଁ ଆନ୍ଧ୍ର ପ୍ରଶାସନ ସହ ଜୋରଦାର ଲଢେଇ କରୁଛି । ଆନ୍ଧ୍ର ନିର୍ବାଚନ ଉଦ୍ୟମ ବିରୋଧରେ କୋଟିଆରେ ବିଜେଡି ପ୍ରତିବାଦ ଜାରି ରଖିଛି । ଓଡ଼ିଶାର ସୀମା ସୁରକ୍ଷା ପାଇଁ ରାଜ୍ୟ ସରକାର ଆନ୍ତରିକତା ଦେଖାଇ ତୁରନ୍ତ କେନ୍ଦ୍ରର ହସ୍ତକ୍ଷେପ ଲୋଡନ୍ତୁ ବୋଲି ଦାବି ଦୋହରାଇଛି ବିଜେଡି । ଦଳ ପକ୍ଷରୁ କୁହାଯାଇଛି, ମୁଖ୍ୟମନ୍ତ୍ରୀ ଏବେ ଦିଲ୍ଲୀରେ ଅଛନ୍ତି । କୋଟିଆ ସମସ୍ୟାର ସମାଧାନ ପାଇଁ ସେ ତୁରନ୍ତ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରନ୍ତୁ । କୋଟିଆ ଓଡ଼ିଆ ଅସ୍ମିତାର ପରିଚୟ । କାଳ ବିଳମ୍ବ ନକରି କେନ୍ଦ୍ର ଜରିଆରେ ଆନ୍ଧ୍ର ଉପରେ ଚାପ ପକାଇ ନିର୍ବାଚନ ବନ୍ଦ କରାଇବାକୁ ଦାବି କରିଛି ବିଜେଡି ।

ସେପଟେ କଂଗ୍ରେସ ମଧ୍ୟ କୋଟିଆକୁ ନେଇ ଚିନ୍ତା ପ୍ରକାଶ କରିଛି । କୋଟିଆ ଲଢେଇରେ ଆମେ ସରକାରଙ୍କ ସହ ଅଛୁ ବୋଲି ଦଳ ପକ୍ଷରୁ କୁହାଯାଇଛି । ପୋଲିସ ପଠାଇ ଯୁଦ୍ଧ କଲେ ସମସ୍ୟାର ସମାଧାନ ହେବ ନାହିଁ । ସେଠାରେ ଫାଇଟ୍ ନୁହେଁ, କିଭଳି ଲୋକଙ୍କ ଦାରିଦ୍ର୍ୟ ଦୂରୀକରଣ ହେବ ତା’ ଉପରେ ସରକାର ଗୁରୁତ୍ୱ ଦିଅନ୍ତୁ ବୋଲି ଦଳ କହିଛି । ସରକାର MMDRରେ କୋଟି କୋଟି ଟଙ୍କା ଛାଡ କରୁଛନ୍ତି । ମିଲିୟନ, ଟ୍ରିଲିଅନ ପୁଞ୍ଜି ନିବେଶ କଥା କହୁଛନ୍ତି । ତେବେ ସୀମାରେ ଥିବା ପରିବାର ପାଇଁ ମାସିକ ୧୦ ହଜାର ଟଙ୍କା ବ୍ୟବସ୍ଥା କିମ୍ବା ଦାରିଦ୍ର୍ୟ ଦୂରୀକରଣ ପାଇଁ ସରକାର ବ୍ୟବସ୍ଥା କରିଦେଲେ କିଛି ଅସୁବିଧା ହେବ କି ବୋଲି ଦଳ ପକ୍ଷରୁ ପ୍ରଶ୍ନ କରାଯାଇଛି ।

ସେପଟେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, କୋଟିଆରେ ଆନ୍ଧ୍ର ନିର୍ବାଚନ ଉଦ୍ୟମ ପଣ୍ଡ ହେବ । କୋଟିଆକୁ ପଠାଯାଇଛି ଆଉ ୮ ପ୍ଲାଟୁନ ପୋଲିସ ଫୋର୍ସ । ଶୀଘ୍ର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବ ଓଡ଼ିଶା । କୋଟିଆରେ ଲୋକମାନେ ଆନ୍ଧ୍ରର ପୋଷ୍ଟର ଚିରି ଦେଉଛନ୍ତି, ଉପଜିଲ୍ଲାପାଳ ସାମନାରେ ରହି ଲଢେଇ କରୁଛନ୍ତି । ଆନ୍ଧ୍ର ଅଧିକାରୀଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ହୋଇଛି । ସେହିପରି କୋଟିଆ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡାକିବା ପାଇଁ ଦାବି କରିଛି ଓଡ଼ିଶା ଜନତା କଂଗ୍ରେସ ।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ କୋଟିଆ ପ୍ରସଙ୍ଗକୁ ନେଇ ବାରମ୍ବାର ଉଦବେଗ ପ୍ରକାଶ କରିଛନ୍ତି । ଡବଲ୍ ଇଞ୍ଜିନ୍ ସରକାର ସମାଧାନ କରନ୍ତୁ, କେନ୍ଦ୍ର ସରକାର ହସ୍ତକ୍ଷେପ କରନ୍ତୁ ବୋଲି ସେ ଦାବି କରିଛନ୍ତି । ବିଜେପି ସରକାର ପାର୍ଟି ନୁହେଁ, ମାଟିକୁ ସୁରକ୍ଷା ଦିଅନ୍ତୁ ବୋଲି ମଧ୍ୟ ଦାବି ହେଉଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)