ଆମେରିକା ନିର୍ବାଚନ: ଟ୍ରମ୍ପଙ୍କୁ ବଡ ଝଟକା !

Nov 04, 2026 - 10:56
ଆମେରିକା ନିର୍ବାଚନ: ଟ୍ରମ୍ପଙ୍କୁ ବଡ ଝଟକା !

ନନ୍ଦିଘୋଷ ବ୍ୟୁରୋ: ଆମେରିକା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ ଝଟକା। ଟ୍ରମ୍ପଙ୍କ ହାତରୁ ଖସିଲା ସିନେଟ। ୧୦୦ ସଦସ୍ୟ ବିଶିଷ୍ଟ ସିନେଟରେ ଡେମୋକ୍ରାଟମାନେ ୫୧ ଆସନରେ ବିଜୟୀ ହୋଇଛନ୍ତି। ସେହିପରି ପ୍ରତିନିଧି ସଭାରେ ବି ବାଜି ମାରିଛନ୍ତି ଡେମୋକ୍ରାଟ।  ବର୍ତ୍ତମାନ ସିନେଟରେ ରିପବ୍ଲିକାନ ସଦସ୍ୟଙ୍କ ସଂଖ୍ୟା ୫୩ ଥିବାବେଳେ ଡେମୋକ୍ରାଟିକ ଦଳର ସଂଖ୍ୟା ରହିଛି ୪୫। ୨ ଜଣ ସ୍ବାଧୀନ ସଦସ୍ୟ ରହିଛନ୍ତି। ସେହିପରି ପ୍ରତିନିଧି ସଭାର ମୋଟ ଆସନ ରହିଛି ୪୩୫। ରିପବ୍ଲିକାନ ସଦସ୍ୟଙ୍କ ସଂଖ୍ୟା ୨୧୮ ଥିବାବେଳେ ଡେମୋକ୍ରାଟଙ୍କ ସଂଖ୍ୟା ରହିଛି ୨୧୪।

ସେପଟେ ଆଜି ୩୬ଟି ପ୍ରଜାତନ୍ତ୍ରର ଗଭର୍ଣ୍ଣର ନିର୍ବାଚନ ଫଳାଫଳ ବି ଆସିବାରେ ଲାଗିଛି। ମାରିଲାଣ୍ଡରୁ ଗଭର୍ଣ୍ଣର ଭାବେ ଡେମୋକ୍ରାଟ ୱେସ ମୁରେ ବିଜୟୀ ହୋଇଛନ୍ତି। ଓହିଓ ଆସନରୁ ପରାସ୍ତ ହୋଇଛନ୍ତି ରିପବ୍ଲିକାନ ପ୍ରାର୍ଥୀ ବିବେକ ରାମସ୍ବାମୀ। ପ୍ରତିନିଧି ସଭା ନିର୍ବାଚନରେ ଫ୍ଲୋରିଡାର ଚତୁର୍ଦ୍ଦଶ ଡିଷ୍ଟ୍ରିକ୍ଟରୁ ବିଜୟୀ ହୋଇଛନ୍ତି ଡେମୋକ୍ରାଟ କାଥି କାଷ୍ଟର। ଫ୍ଲୋରିଡାର ୨୫ତମ ଡିଷ୍ଟ୍ରିକ୍ଟରୁ ବିଜୟୀ ହୋଇଛନ୍ତି ଡେମୋକ୍ରାଟ ଜାରେଦ ମୋସ୍କୋୱିଜ।

ଦେଶରେ ଶକ୍ତି ସଙ୍କଟ, ତୈଳ ଦର ବୃଦ୍ଧି, ମୁଦ୍ରାସ୍ଫୀତି ଆଦି ସମସ୍ୟା ପାଲଟିଛି ମୁଖ୍ୟ ପ୍ରସଙ୍ଗ। ସେହିପରି ଜନଜୀବନ ସମସ୍ୟାକୁ ବି ପ୍ରାଥମିକତା ଦେଇଛନ୍ତି ଭୋଟର। ଦେଇଥିବା ପ୍ରତିଶ୍ରୁତିଗୁଡିକ ମଧ୍ୟରୁ ୧୨୭ଟି ପ୍ରତିଶ୍ରୁତି ପୂରଣ ହୋଇଛି ବୋଲି ବାହସ୍ଫୋଟ ମାରିଛନ୍ତି ଟ୍ରମ୍ପ। ବିଭିନ୍ନ ଦେଶ ଉପରେ ଲାଗୁ ହୋଇଥିବା ଟାରିଫ ବି ପାଲଟିଛି ପ୍ରମୁଖ ପ୍ରସଙ୍ଗ। ଆମେରିକାରେ ପ୍ରତି ୪ ବର୍ଷରେ ରାଷ୍ଟ୍ରପତି ନିର୍ବାଚନ ହେଉଥିବାବେଳେ ୨ ବର୍ଷରେ ହୋଇଥାଏ ସାଧାରଣ ନିର୍ବାଚନ। ଏହି ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ପ୍ରତିନିଧି ସଭାର ସମସ୍ତ ୪୩୫ ଆସନରେ ଭୋଟ ହୋଇଥିବାବେଳେ ସିନେଟର ୧୦୦ ସିଟି ମଧ୍ୟରୁ ୩୫ ଆସନରେ ନିର୍ବାଚନ ହୋଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)