Bribe: ମାମଲା ରଫାଦଫା ପାଇଁ ୧୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ; ଥାନା ବିଶ୍ରାମଗୃହରୁ ମିଳିଲା ୧.୫୫ ଲକ୍ଷ ଟଙ୍କା

Nov 04, 2026 - 20:22
Bribe: ମାମଲା ରଫାଦଫା ପାଇଁ ୧୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ; ଥାନା ବିଶ୍ରାମଗୃହରୁ ମିଳିଲା ୧.୫୫ ଲକ୍ଷ ଟଙ୍କା

ସମ୍ବଲପୁର : ଲାଞ୍ଚ ଟଙ୍କା ନେବା ପରେ ଭିଜିଲାନ୍ସ ଟିମ୍‌କୁ ଦେଖି ଖସିଯିବାକୁ ଉଦ୍ୟମ କରିଥିଲେ।

ରାସ୍ତାରେ ଦୌଡ଼ିବା ସହ ଶେଷରେ ନିକଟସ୍ଥ ଏକ ପୋଖରୀକୁ ଡେଇଁ ପଡ଼ିଥିଲେ।

ହେଲେ ଭିଜିଲାନ୍ସ ଟିମ୍‌ର ଜଣେ ସଦସ୍ୟ ମଧ୍ୟ ପୋଖରୀକୁ ଡେଇଁ ପହଁରି ପହଁରି ତାଙ୍କୁ କାବୁ କରିଥିଲେ।

ଏଭଳି ନାଟକୀୟ ଢଙ୍ଗରେ ଧରାପଡ଼ିଛନ୍ତି ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନାର ସବ୍‌ଇନ୍ସପେକ୍ଟର ସୁଜିତ କୁମାର ମହାନ୍ତ।

Advertisment ଅଭିଯୋଗକାରୀଙ୍କ ନାମରେ ଥାନାରେ ରୁଜୁ ହୋଇଥିବା ଏକ ମିସ୍‌ଲେନିୟସ୍‌ ମାମଲାର ଫଇସଲା କରିବା ପାଇଁ ତଦନ୍ତକାରୀ ଅଧିକାରୀ (ଆଇଓ) ଭାବେ ଦାୟିତ୍ୱରେ ଥିବା ଏସ୍‌ଆଇ ସୁଜିତ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ।

ଆଜି ସନ୍ଧ୍ୟାରେ ସେ ଅଭିଯୋଗକାରୀଙ୍କୁ ଥାନା ବାହାରେ ଏକ ନିର୍ଜନ ସ୍ଥାନକୁ ଡାକିଥିଲେ।

ସେଠାରେ ଲାଞ୍ଚ ଟଙ୍କା ଗ୍ରହଣ କରିବା ସମୟରେ ପୂର୍ବରୁ ଛକି ରହିଥିବା ଓଡ଼ିଶା ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିବାକୁ ଉଦ୍ୟମ କରିଥିଲା।

ଭିଜିଲାନ୍ସ ଟିମ୍‌କୁ ଦେଖି ସେ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ।

ଟିମ୍‌ ତାଙ୍କ ପିଛା କରିବାରୁ ସେ ନିକଟସ୍ଥ ପୋଖରୀକୁ ଡେଇଁ ପଡ଼ିଥିଲେ।

ତେବେ ଭିଜିଲାନ୍ସର ଜଣେ କର୍ମଚାରୀ ମଧ୍ୟ ପୋଖରୀକୁ ଡେଇଁ ପହଁରି ତାଙ୍କୁ କାବୁ କରିଥିଲେ।

ତାଙ୍କ ନିକଟରୁ ଲାଞ୍ଚ ନେଇଥିବା ସମ୍ପୂର୍ଣ୍ଣ ୧୦ ହଜାର ଟଙ୍କା ଜବତ କରାଯାଇଛି।

Vigilance: ଭିଜିଲାନ୍ସ ଜାଲରେ ଫୁଲନଖରା ଡେପୁଟି ଫରେଷ୍ଟ ରେଞ୍ଜର: ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଗିରଫ ଏହି ଘଟଣା ପରେ ଆୟବହିର୍ଭୂତ ସମ୍ପତ୍ତି ଦିଗରୁ ଭିଜିଲାନ୍ସ ପକ୍ଷରୁ ତାଙ୍କର ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଉଛି।

ଥାନା ପରିସରରେ ଥିବା ତାଙ୍କ ବିଶ୍ରାମଗୃହରୁ ଅଧିକ ୧ ଲକ୍ଷ ୫୫ ହଜାର ୭୦୦ ଟଙ୍କା ଜବତ ହୋଇଛି।

ଏହି ଘଟଣାରେ ସମ୍ବଲପୁର ଭିଜିଲାନ୍ସ ଥାନାରେ କେସ୍‌ ନଂ ୨୧/୨୦୨୬ରେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଛି।

ଘଟଣାର ତଦନ୍ତ ଜାରି ରହିଛି।

ସୁଜିତ କୁମାର ମହାନ୍ତ ୨୦୨୧ରେ ସିଧାସଳଖ ନିଯୁକ୍ତି ମାଧ୍ୟମରେ ପୁଲିସ ସବ୍‌ଇନ୍ସପେକ୍ଟର ଭାବେ ଚାକିରିରେ ଯୋଗ ଦେଇଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)