ମେଳାରେ କଚୋଡି-ଟିକ୍କି ଖାଇ ୧୦୨ ଜଣ ଅସୁସ୍ଥ, ୨ ଗିରଫ

Oct 30, 2026 - 11:05
ମେଳାରେ କଚୋଡି-ଟିକ୍କି ଖାଇ ୧୦୨ ଜଣ ଅସୁସ୍ଥ, ୨ ଗିରଫ

ନନ୍ଦିଘୋଷ ବ୍ୟୁରୋ: କଚୋଡି-ଟିକ୍କି ଖାଇବା ମଡିଲା ମହଙ୍ଗା । ମେଳାରେ କଚୋରି-ଟିକ୍କି ଖାଇ ହଠାତ୍ ଶତାଧିକ ଅସୁସ୍ଥ ହୋଇପଡ଼ିଲେ। ଉତ୍ତରପ୍ରଦେଶର ଆମେଥି ଜିଲ୍ଲାରେ ଏକ ମେଳାରେ କଚୋଡି ଓ ଟିକ୍କି ଖାଇ ୧୦୨ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥଙ୍କ ମଧ୍ୟରେ ୩୯ ଜଣ ଶିଶୁ ଓ ୬୩ ଜଣ ବୟସ୍କ ଅଛନ୍ତି। ଖାଦ୍ୟ ଖାଇବା ପରେ ସେମାନଙ୍କଠାରେ ବାନ୍ତି ଓ ଝାଡ଼ା ଲକ୍ଷଣ ଦେଖାଦେଇଥିଲା।

ଖବର ପାଇ ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କ ଚିକିତ୍ସା କରିଥିଲା। ଗୁରୁତର ଅବସ୍ଥାରେ ଥିବା ୧୦ ଜଣ ଶିଶୁଙ୍କ ସମେତ ମୋଟ ୧୭ ଜଣଙ୍କୁ ତିଲୋଇ ମେଡିକାଲ କଲେଜକୁ ପଠାଯାଇଥିଲା। ତେବେ ସମସ୍ତ ରୋଗୀ ବର୍ତ୍ତମାନ ବିପଦମୁକ୍ତ ଥିବା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଅଂଶୁମାନ ସୂଚନା ଦେଇଛନ୍ତି।

ଘଟଣାକୁ ନେଇ ପୋଲିସ ଖାଦ୍ୟ ଷ୍ଟଲ୍ ମାଲିକ ରାଜକୁମାର ଓ ରନ୍ଧନ ତେଲ ବ୍ୟବହାର କରିଥିବା ଶିବ କୁମାରଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଛି। ଉଭୟଙ୍କୁ ଗିରଫ କରାଯାଇଛି। ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଅଭିଯୋଗ ଆଧାରରେ ଭାରତୀୟ ଦଣ୍ଡ ସଂହିତାର ଧାରା ୨୭୫ ଏବଂ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ତଦନ୍ତ ସହ ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରଖିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)