ମୂର୍ତ୍ତି ବିସର୍ଜନ ପରେ ଭୁଲିଗଲେ: କଳା ପଡ଼ି ଗନ୍ଧେଇଲାଣି ଅସ୍ଥାୟୀ ପୋଖରୀ ପାଣି
ଭୁବନେଶ୍ୱର: ଦଶହରା ପୂଜାବେଳେ ମା' ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ବିସର୍ଜନ ପାଇଁ କୁଆଖାଇ, ଦୟାରେ ଅସ୍ଥାୟୀ ପୋଖରୀ କରାଗଲା।
ପୂଜା ସମିତିମାନେ ବି ନିୟମ ମାନି ଏଥିରେ ମୂର୍ତ୍ତି ବିସର୍ଜନ କଲେ।
କିନ୍ତୁ ମୂର୍ତ୍ତି ବିସର୍ଜନ ପରେ ଏହାକୁ ସଫା କରାଗଲାନି।
ପୋଖରୀ ପାଣିକୁ ସେହିଭଳି ଛାଡ଼ି ଦିଆଗଲା।
ଅସ୍ଥାୟୀ ପୋଖରୀ ପାଣି ବି ନିଷ୍କାସନ କରାଗଲାନି।
ପରିଣାମ ସ୍ବରୂପ ଏହି ପାଣି ପଚି ଗନ୍ଧେଇଲାଣି।
ସେପଟେ ମା' ଦୁର୍ଗାଙ୍କ ମୂର୍ତ୍ତି ପରେ ପ୍ରଭୁ କାର୍ତ୍ତିକେଶ୍ବର, ମା' ଗଜଲକ୍ଷ୍ମୀଙ୍କ ମୂର୍ତ୍ତି ବି ଶ୍ରଦ୍ଧାଳୁମାନେ ଏଠାରେ ବିସର୍ଜନ କରିବା ପରେ ସ୍ଥିତି ଆହୁରି ବିଗିଡ଼ିଯାଇଛି।
ଛଣ, ପୂଜା ସାମଗ୍ରୀ, ସେହିଭଳି ପୋଖରୀ ଭିତରେ ପଡ଼ିଛି।
ପୋଖରୀ ଭିତର ଯେମିତି, ପୋଖରୀ ଚତୁଃପାର୍ଶ୍ବ ବି ସେମିତି।
ଏଣୁ ଏହା ଏତେ ଉତ୍କଟ ଗନ୍ଧ ହେଲାଣି ଯେ ଲୋକେ ପାଖ ମାଡ଼ି ପାରୁନାହାନ୍ତି।
ସେପଟେ ଏଥିରେ ପୋକ ବି ସାଲୁବାଲୁ ହେଲେଣି।
Advertisment Special session of Parliament: ସଂସଦର ସ୍ବତନ୍ତ୍ର ଅଧିବେଶନ ଡକାଗଲା: ଆଜି କ୍ୟାବିନେଟ୍ କଳା ପଡ଼ି ଗନ୍ଧେଇଲାଣି ଅସ୍ଥାୟୀ ପୋଖରୀ ପାଣି ଡଙ୍ଗାଭସା ପରେ ପଡ଼ିଛି କଦଳୀ ପାଟୁକା, ସୋଲ ସେପଟେ ଗତ ୨୪ ତାରିଖରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ସହରବାସୀ ନିଜ ନିଜ ଅଞ୍ଚଳର ପୋଖରୀରେ ଡଙ୍ଗା ଭସାଇଲେ।
କିଏ କଦଳୀ ପାଟୁକା ତ' କିଏ ସୋଲ, ପୁଣି କିଏ କାଗଜ ଡଙ୍ଗା ଭସାଇଲେ।
ସେପଟେ ହଜାର ହଜାର ଶ୍ରଦ୍ଧାଳୁ କୁଆଖାଇ, ଦୟା ଓ କୁଶଭଦ୍ରାରେ ବି ଡଙ୍ଗା ଭସାଇଲେ।
କିନ୍ତୁ ଏହାକୁ ସଫା କରାଗଲାନି।
ଏଣୁ ଡଙ୍ଗା ଭସାଣ ଶେଷ ପରେ କୁଆଖାଇ କୂଳରେ ଏବେ କଦଳୀ ପାଟୁକା, ସୋଲ, କାଗଜ ଡଙ୍ଗା ଜମା ହୋଇରହିଛି।
ସମାନ ସ୍ଥିତି ନୟାପଲ୍ଲୀ ଓ ଅନ୍ୟାନ୍ୟ ସ୍ଥାନର ପୁଷ୍କରିଣୀ।
ସେହିପରି ବିନ୍ଦୁସାଗରରୁ କଦଳୀ ପାଟୁକା, କାଗଜ ନଙ୍ଗା, ସୋଲ ଆଦି ଆବର୍ଜନା କଢ଼ାଯାଇ ପୁଷ୍କରିଣୀ ନିକଟରେ ଜମା କରି ଦିଆଯାଇଛି।
Kotia dispute: କୋଟିଆ ବିବାଦ ଥାନାକୁ ଗଲା: ୪ ଜଣଙ୍କୁ ଅପହରଣ ନେଇ ଆନ୍ଧ୍ରର ଏତଲା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
