ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତରେ ବିଜ୍ଞାପନ ଖର୍ଚ୍ଚକୁ ନେଇ ପ୍ରଶ୍ନ ଉଠାଇଛି ବିରୋଧୀ ବିଜୁ ଜନତା ଦଳ

Sep 13, 2026 - 14:48
ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତରେ ବିଜ୍ଞାପନ ଖର୍ଚ୍ଚକୁ ନେଇ ପ୍ରଶ୍ନ ଉଠାଇଛି ବିରୋଧୀ ବିଜୁ ଜନତା ଦଳ

ନନ୍ଦିଘୋଷ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତରେ ବିଜ୍ଞାପନ ଖର୍ଚ୍ଚକୁ ନେଇ ପ୍ରଶ୍ନ ଉଠାଇଛି ବିରୋଧୀ ବିଜୁ ଜନତା ଦଳ। ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଏନେଇ କେତେ ଲାଭ ଆସିବ ବୋଲି ପ୍ରଶ୍ନ ଉଠାଇଛନ୍ତି। ଲେନିନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ୟୁଏଇ ଗସ୍ତ ସାରି ଆଜି ଓଡ଼ିଶା ପହଂଚିଛନ୍ତି। ଆମେ ପଚାରୁଛୁ ଆପଣ ଯାହା  ଉତ୍କର୍ଷ ଓଡ଼ିଶା 2025 ଯାହା କରିଥିଲେ ଏବେ ମଧ୍ୟ ସେହି ଚୁକ୍ତି। ତେଣୁ କିଛି ନୂଆ କରି ନାହାନ୍ତି । ସରକାର କହୁଛନ୍ତି ଆମେ ଅନ୍ୟ ରାଜ୍ୟଠାରୁ ବହୁତ ଆଗରେ। ହେଲେ ଏଯାଏଁ ମାତ୍ର 39 ହଜାର ଚାକିରୀ ଦେଇଛନ୍ତି। ଆପଣ UAE ଗସ୍ତ ପାଇଁ ଯେତିକି ଖର୍ଚ୍ଚ ଆଡଭାଇଜମେଣ୍ଟ ପାଇଁ ଦେଇଛନ୍ତି। ସେତିକି ଟଙ୍କା ଆସିବ ତ ବୋଲି ବିଜେଡି ପ୍ରଶ୍ନ କରିଛି । ଯଦି ନ ଆସେ  UAE ରେ ବୁଲାବୁଲିର ଲାଭ ହେବନି। ଏ ସରକାର କେବଳ ବଡ଼ ବଡ଼ କଥା କହୁଛନ୍ତି। ଆପଣ ଯଦି ଆଦାନୀ ସହ ଚୁକ୍ତି କରିବାର ଥିଲା ତାହାଲେ ଦେଶ ବାହାରକୁ ଯିବାକୁ କଣ ଦରକାର ପଡିଲା ।ଦେଶ ଭିତରେ କାହିଁକି କଲେ ନାହିଁ।  ସରକାର ନିଜର ପ୍ରଚାର ପାଇଁ ଅପଚେଷ୍ଟା କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)