ମୁଖ୍ୟମନ୍ତ୍ରୀଙ୍କ କଳିଙ୍ଗନଗର ଗସ୍ତ, ୪୬ଟି ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ

Oct 14, 2026 - 13:46
ମୁଖ୍ୟମନ୍ତ୍ରୀଙ୍କ କଳିଙ୍ଗନଗର ଗସ୍ତ, ୪୬ଟି ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ

ମୁଖ୍ୟମନ୍ତ୍ରୀଙ୍କ କଳିଙ୍ଗନଗର ଗସ୍ତ, ୪୬ଟି ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ

ନନ୍ଦିଘୋଷ ବ୍ୟୁରୋ: ଓଡିଶାର ଶିଳ୍ପ ବିକାଶର ବଢିବ ଗତି।  ଆଜି ଯାଜପୁର କଳିଙ୍ଗନଗର ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶିଳ୍ପ ପ୍ରକଳ୍ପର ମେଗା ଶିଳାନ୍ୟାସ ଓ ଉଦ୍ଘାଟନ ସମାରୋହରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ। ଏଥିରେ ମୋଟ ୩୯ ହଜାର ୩୧୩ କୋଟି ଟଙ୍କାର ପ୍ରାୟ ୪୬ଟି ପ୍ରକଳ୍ପ ସାମିଲ ରହିଛି। ଏହି ପ୍ରକଳ୍ପ ଜରିଆରେ ରାଜ୍ୟରେ ୪୨ ହଜାର ୪୧୨ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଥିରେ ମୋଟ ୧୪ଟି ଜିଲ୍ଲାର ପ୍ରକଳ୍ପ ସାମିଲ ହେବ। କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ନିବେଶକ ଓ ଶିଳ୍ପ ପ୍ରତିନିଧିଙ୍କ ସହ ଗୋଲଟେବୁଲ ଆଲୋଚନା, ପ୍ରତ୍ୟକ୍ଷ ଆଲୋଚନା କରିବେ।

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟରେ ଏ ପର୍ଯ୍ୟନ୍ତ ୧୫୦ଟି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ପ୍ରକଳ୍ପଗୁଡ଼ିକରେ ମୋଟ ୩.୧୧ ଲକ୍ଷ କୋଟିର ନିବେଶ ଓ ୨.୪୦ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି। ଅନ୍ୟପଟେ  ସରକାର କେବଳ ପୁଞ୍ଜି ଆକୃଷ୍ଟ କରିବାରେ ସୀମିତ ନ ରହି ଶିଳ୍ପ ପ୍ରସ୍ତାବର ବାସ୍ତବ କାର୍ଯ୍ୟାନ୍ୱୟନ ଓ ନୂଆ ନିଯୁକ୍ତି ସୃଷ୍ଟି ଉପରେ ଫୋକସ ରଖିଛନ୍ତି ବୋଲି ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)