ମହିଳାଙ୍କୁ ଅସଦାଚରଣ ଓ ଲାଞ୍ଚ ଅଭିଯୋଗ: ଟିଭିକେ ନେତା ପ୍ରକାଶ ଦଳରୁ ବହିଷ୍କୃତ

Nov 18, 2026 - 13:15
ମହିଳାଙ୍କୁ ଅସଦାଚରଣ ଓ ଲାଞ୍ଚ ଅଭିଯୋଗ: ଟିଭିକେ ନେତା ପ୍ରକାଶ ଦଳରୁ ବହିଷ୍କୃତ

ଚେନ୍ନାଇ: ମହିଳାଙ୍କୁ ଅସଦାଚରଣ, ଦଳରେ ପଦବି ଦେବା ନାଁରେ ଟଙ୍କା ନେବା ଏବଂ ଧମକଚମକ ଦେବା ଭଳି ସଙ୍ଗିନ ଅଭିଯୋଗରେ ଫସିଛନ୍ତି ତାମିଲନାଡୁର ଅଭିନେତା ବିଜୟଙ୍କ ଦଳ ତାମିଲଗା ଭେଟ୍ରି କାଝାଗମ୍‌ (ଟିଭିକେ)ର ଜଣେ ନେତା। ଏହି ଘଟଣାକୁ ନେଇ ବିବାଦ ବଢ଼ିବା ପରେ ଦଳ ପକ୍ଷରୁ ତାଙ୍କୁ ସ୍ଥାୟୀ ଭାବେ ବହିଷ୍କାର କରାଯାଇଛି। ତାମିଲନାଡୁର କୋଏମ୍ବାଟୁର ଜିଲ୍ଲାରେ ଟିଭିକେର ବଡାଭାଲ୍ଲି ନଗର ସମ୍ପାଦକ ଭାବେ କାର୍ଯ୍ୟ କରୁଥିବା ପ୍ରକାଶଙ୍କ ବିରୋଧରେ ଜଣେ ମହିଳା ଉଦ୍ୟୋଗୀ ଅସଦାଚରଣ ଅଭିଯୋଗ ଆଣିଛନ୍ତି। ମହିଳାଙ୍କ ସ୍ୱାମୀ ମହାରାଜନ୍‌ ମଧ୍ୟ ଦଳରେ ଏକ ପଦବୀ ଦେବାର ପ୍ରତିଶ୍ରୁତି ଦେଇ ପ୍ରକାଶ ତାଙ୍କଠାରୁ ଟଙ୍କା ନେଇଥିବା ଅଭିଯୋଗ କରିଛନ୍ତି। ମହାରାଜନ୍‌ ଏକ ଦୁଇଚକିଆ ଯାନ ଶୋ’ରୁମ୍‌ ଚଳାଉଥିବା ବେଳେ ତାଙ୍କ ପତ୍ନୀ ଦିବ୍ୟା ମଧ୍ୟ ଏହାର ଦାୟିତ୍ୱ ବୁଝନ୍ତି। ମହାରାଜନ୍‌ଙ୍କ ଅଭିଯୋଗ ଅନୁସାରେ, ଦଳରେ ପଦବୀ ଦେବାକୁ କହି ପ୍ରକାଶ ତାଙ୍କଠାରୁ ଟଙ୍କା ନେଇଥିଲେ। ମାତ୍ର ପଦବୀ ନ ମିଳିବାରୁ ସେ ଟଙ୍କା ଫେରସ୍ତ ମାଗିଥିଲେ। ଏହାକୁ ନେଇ ପ୍ରକାଶଙ୍କ ସହ ତାଙ୍କର ବଚସା ହୋଇଥିଲା। ଦିବ୍ୟା ଅଭିଯୋଗ କରିଛନ୍ତି ଯେ, ପ୍ରକାଶ ତାଙ୍କ ଶୋ’ରୁମ୍‌କୁ ଆସି ଅଶୋଭନୀୟ ଢଙ୍ଗରେ ପୋଷାକ ପିନ୍ଧି ତାଙ୍କ ସାମ୍ନାରେ ବସିଥିଲେ। ଏପରିକି ଟିଭିକେର କିଛି ସଦସ୍ୟ ସୋସିଆଲ ମିଡିଆରେ ତାଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଉଥିବା ସେ କହିଛନ୍ତି। ଏହା ସହିତ ଦମ୍ପତି ଅଭିଯୋଗ କରିଛନ୍ତି ଯେ, ସେମାନଙ୍କୁ ବାରମ୍ବାର ଟାର୍ଗେଟ୍‌ କରାଯାଉଥିବା ବେଳେ ସେମାନଙ୍କ ଶୋ’ରୁମ୍‌ରେ ଭଙ୍ଗାରୁଜା ମଧ୍ୟ କରାଯାଇଛି। ତେବେ ଏହି ଭଙ୍ଗାରୁଜା ପଛରେ କିଏ ଅଛି କିମ୍ବା ଏଥିରେ ପ୍ରକାଶଙ୍କ କୌଣସି ଭୂମିକା ରହିଛି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ଦମ୍ପତି ଦଳର ବିଭିନ୍ନ ପଦାଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ପ୍ରଥମେ କୌଣସି ଠୋସ୍‌ ପଦକ୍ଷେପ ନିଆଯାଇନଥିବା ମହାରାଜନ୍‌ କହିଛନ୍ତି। ଶେଷରେ ଘଟଣାକୁ ନେଇ ବିବାଦ ବଢ଼ିବା ପରେ ଟିଭିକେର କୋଏମ୍ବାଟୁର ଉତ୍ତର ଜିଲ୍ଲା ସମ୍ପାଦକ ରାଜକୁମାର ପ୍ରକାଶଙ୍କୁ ଦଳରୁ ସ୍ଥାୟୀ ଭାବେ ବହିଷ୍କାର କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)