ମହମ୍ମଦ ୟୁନୁସ୍‌ଙ୍କ ପୈତୃକ ଘରେ ନିଆଁ ଲଗାଇଦେଲେ; ହିଂସାରେ ଜଳୁଛି ବାଂଲାଦେଶ

Nov 19, 2026 - 19:48
ମହମ୍ମଦ ୟୁନୁସ୍‌ଙ୍କ ପୈତୃକ ଘରେ ନିଆଁ ଲଗାଇଦେଲେ; ହିଂସାରେ ଜଳୁଛି ବାଂଲାଦେଶ

ଢାକା : ବାଂଲାଦେଶରେ ରାଜନୈତିକ ହିଂସା ଉଗ୍ର ରୂପ ନେଇଛି ।

ଦେଶର ପୂର୍ବତନ ଅନ୍ତରୀଣ ସରକାର ମୁଖ୍ୟ ତଥା ନୋବେଲ୍‌ ପୁରସ୍କାର ବିଜେତା ମହମ୍ମଦ ୟୁନୁସ୍‌ଙ୍କ ପୈତୃକ ଘରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି ।

ଏଥିସହ ରାଜଧାନୀ ଢାକା ସମେତ ବିଭିନ୍ନ ଅଞ୍ଚଳରେ ବୋମା ବିସ୍ଫୋରଣ, ଗାଡ଼ି ପୋଡ଼ାଜଳା ଓ ରାଜନୈତିକ ଦଳର କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି ।

ଗୁରୁବାର ବହିଷ୍କୃତ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଙ୍କ ଆୱାମୀ ଲିଗ୍‌ ପକ୍ଷରୁ ଦେଶବ୍ୟାପୀ ବନ୍ଦ ଡାକରା ଦିଆଯାଇଥିବାବେଳେ ସରକାର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛନ୍ତି ।

Advertisment ବୁଧବାର ରାତି ପ୍ରାୟ ୧୧ଟା ୩୦ରେ ଚଟ୍ଟଗ୍ରାମର ପଞ୍ଚଲାଇଶ୍‌ ଅଞ୍ଚଳରେ ଥିବା ୟୁନୁସ୍‌ଙ୍କ ପୈତୃକ ବାସଭବନର ତଳ ମହଲାର ଏକ ଅବ୍ୟବହୃତ କୋଠରିରେ ନିଆଁ ଲଗାଯାଇଥିଲା ।

ପୁଲିସ ପାଟ୍ରୋଲିଂ ସମୟରେ ନିଆଁ ଦେଖି ତୁରନ୍ତ ଏହାକୁ ଲିଭାଇଥିଲା ।

ପଞ୍ଚଲାଇଶ୍‌ ଥାନା ଅଧିକାରୀ ମୋଜାମେଲ ହକ୍‌ଙ୍କ କହିବା ଅନୁଯାୟୀ, ଜ୍ୱଳନଶୀଳ ପଦାର୍ଥ ଫିଙ୍ଗି ନିଆଁ ଲଗାଯାଇଥିବା ସନ୍ଦେହ କରାଯାଉଛି ।

ଘରର ଉପର ମହଲାରେ ରହୁଥିବା ୟୁନୁସ୍‌ଙ୍କ ଦୁଇ ଭାଇଙ୍କ ପରିବାର ସୁରକ୍ଷିତ ଅଛନ୍ତି।

ଘଟଣାର ତଦନ୍ତ ଚାଲିଛି ।

Landslide Management ଭୂସ୍ଖଳନ ମୁକାବିଲା ପାଇଁ ଓଡ଼ିଶା ଓ ଉତ୍ତରାଖଣ୍ଡ ମଧ୍ୟରେ ସ୍ୱାକ୍ଷରିତ ହେବ ବୁଝାମଣାପତ୍ର ଅନ୍ୟପକ୍ଷରେ, ଢାକାର ବିଭିନ୍ନ ସ୍ଥାନରେ ଗୁରୁବାର ଭୋର୍‌ରୁ ଦେଶୀ ବୋମା ବିସ୍ଫୋରଣ ଘଟିଛି ।

ଏଥିରେ ଅତି କମ୍‌ରେ ୪ ଜଣ ଆହତ ହୋଇଥିବା ରିପୋର୍ଟ ମିଳିଛି ।

ଗତ ୧୦ ତାରିଖରୁ ୟୁନୁସ୍‌ଙ୍କ ପ୍ରତିଷ୍ଠିତ ଗ୍ରାମୀଣ ବ୍ୟାଙ୍କର ଅତି କମ୍‌ରେ ୩୭ଟି ଶାଖା ଓ କାର୍ଯ୍ୟାଳୟରେ ନିଆଁ ଲଗାଇବା ଓ ଭଙ୍ଗାରୁଜା ଘଟଣା ଘଟିଥିବା ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।

ଦେଶର ୬୪ଟି ଜିଲ୍ଲା ମଧ୍ୟରୁ ୨୮ଟିରେ ବୋମା ବିସ୍ଫୋରଣ ଓ ଗାଡ଼ି ପୋଡ଼ାଜଳା ଘଟଣା ରେକର୍ଡ ହୋଇଛି ।

ହସିନାଙ୍କ ଆୱାମୀ ଲିଗ୍‌ ଗୁରୁବାର ଦେଶବ୍ୟାପୀ ବନ୍ଦ ଡାକରା ଦେଇଛି ।

ଗତବର୍ଷ ଛାତ୍ର ଆନ୍ଦୋଳନ ଦମନ ସମୟରେ ମାନବତା ବିରୋଧୀ ଅପରାଧ ଅଭିଯୋଗରେ ହସିନାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବାର ପ୍ରଥମ ବାର୍ଷିକୀ ସହ ଏହି ବନ୍ଦ ଡାକରା ଜଡ଼ିତ ।

୨୦୨୪ ଅଗଷ୍ଟ ୫ରେ କ୍ଷମତାଚ୍ୟୁତ ହେବା ପରଠାରୁ ହସିନା ଭାରତରେ ରହୁଛନ୍ତି ।

ଆସନ୍ତା ଡିସେମ୍ବରରେ ବାଂଲାଦେଶ ଫେରିବାକୁ ସେ ଘୋଷଣା କରିବା ପରେ ରାଜନୈତିକ ଉତ୍ତେଜନା ବଢ଼ିଛି ।

ନୂଆ ପାସ୍‌ପୋର୍ଟ ଓ ପରିଚୟପତ୍ର ପାଇଁ ତାଙ୍କ ଅନୁରୋଧକୁ ସରକାର ପ୍ରତ୍ୟାଖ୍ୟାନ କରିଥିବାରୁ ଆୱାମୀ ଲିଗ୍‌ ଏହାର ପ୍ରତିବାଦ କରୁଛି ।

ହିଂସା ରୋକିବା ପାଇଁ ବାଂଲାଦେଶର ୭ଟି ଜିଲ୍ଲାରେ ସୀମା ସୁରକ୍ଷା ବାହିନୀର ୯୭ ପ୍ଲାଟୁନ୍‌ ଯବାନ ମୁତୟନ ହୋଇଛନ୍ତି ।

ଢାକାରେ ୨୪ ଘଣ୍ଟା ମଧ୍ୟରେ ୫୬୫ ଜଣଙ୍କୁ ପୁଲିସ ଗିରଫ କରିଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ।

ଦୁଇ ରାଜନୈତିକ ଗୋଷ୍ଠୀର କର୍ମୀଙ୍କ ମଧ୍ୟରେ ସଂଘର୍ଷରେ ମଧ୍ୟ ଲୋକ ମୃତାହତ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ତାରିକ୍‌ ରହମାନ ଗଣତାନ୍ତ୍ରିକ ଶକ୍ତିଗୁଡ଼ିକୁ ଏକଜୁଟ୍‌ ହୋଇ ଦେଶରେ ଶାନ୍ତି ଓ ଆଇନଶୃଙ୍ଖଳା ରକ୍ଷା କରିବାକୁ ଆହ୍ୱାନ ଦେଇଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)