ଇତିହାସରେ ସବୁଠୁ ଶକ୍ତିଶାଳୀ ହୋଇପାରେ ‘ଗଡ୍ଜିଲା ଏଲ୍ନିନୋ’; ୨୦୨୭ରେ ଖାଦ୍ୟ ସୁରକ୍ଷା ପ୍ରତି ବିପଦ
ନୂଆଦିଲ୍ଲୀ : ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହେଉଥିବା ଏଲ୍ନିନୋ ଚଳିତବର୍ଷ ଇତିହାସର ସବୁଠୁ ଶକ୍ତିଶାଳୀ ଜଳବାୟୁ ଘଟଣା ମଧ୍ୟରୁ ଗୋଟିଏ ହୋଇପାରେ ।
ବିଶେଷଜ୍ଞମାନେ ଏହାକୁ 'ଗଡ୍ଜିଲା ଏଲ୍ନିନୋ' ନାମ ଦେଇଛନ୍ତି ।
ଗଡ୍ଜିଲା ଅର୍ଥ ବିଶାଳ ।
ଏହାର ପ୍ରଭାବ ୨୦୨୭ ପର୍ଯ୍ୟନ୍ତ ରହିବା ଆଶଙ୍କା ଥିବାରୁ ବିଶ୍ୱର ଖାଦ୍ୟ ଉତ୍ପାଦନ ଓ ଯୋଗାଣ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି ହୋଇଛି ।
ଆମେରିକାର ଜାତୀୟ ସାମୁଦ୍ରିକ ଓ ବାୟୁମଣ୍ଡଳୀୟ ପ୍ରଶାସନ (ନୋଆ)ର ଆକଳନ ଅନୁଯାୟୀ, ଏହା ଇତିହାସର ଅନ୍ୟତମ ଶକ୍ତିଶାଳୀ ଏଲ୍ନିନୋ ହେବାର ସମ୍ଭାବନା ପ୍ରାୟ ୬୦ ପ୍ରତିଶତ ।
୨୦୨୭ ଜାନୁଆରିରୁ ମାର୍ଚ୍ଚ ମଧ୍ୟରେ ଏହାର ତୀବ୍ରତା ଅଧିକ ରହିବାର ସମ୍ଭାବନା ୭୯ ପ୍ରତିଶତରୁ ଅଧିକ ବୋଲି ଆକଳନ କରାଯାଇଛି ।
Advertisment ଏଲ୍ନିନୋ ହେଉଛି ପ୍ରଶାନ୍ତ ମହାସାଗରର ମଧ୍ୟ ଓ ପୂର୍ବ ଭାଗର ଜଳ ଅସ୍ୱାଭାବିକ ଭାବେ ଉଷ୍ମ ହେବାର ଏକ ପ୍ରାକୃତିକ ଜଳବାୟୁ ପ୍ରକ୍ରିୟା ।
ଏହାଦ୍ୱାରା ପବନର ଗତି ଓ ବର୍ଷାର ବଣ୍ଟନ ପ୍ରଭାବିତ ହୁଏ ।
ନୋଆର ତଥ୍ୟ ଅନୁଯାୟୀ, ଏଲ୍ନିନୋ ମାପିବା ପାଇଁ ବ୍ୟବହୃତ ନିନୋ ୩.୪ ଅଞ୍ଚଳରେ ସମୁଦ୍ର ଜଳର ତାପମାତ୍ରା ସାଧାରଣଠାରୁ ୨.୫ ଡିଗ୍ରି ସେଲ୍ସିୟସ୍ ଅଧିକ ହୋଇଛି ।
ଏହି ଉଷ୍ମତା ଆହୁରି ବଢ଼ିଲେ ବିଶ୍ୱର ବିଭିନ୍ନ ଅଞ୍ଚଳରେ ପାଣିପାଗରେ ବଡ଼ ପରିବର୍ତ୍ତନ ଘଟିପାରେ ।
Landslide Management ଭୂସ୍ଖଳନ ମୁକାବିଲା ପାଇଁ ଓଡ଼ିଶା ଓ ଉତ୍ତରାଖଣ୍ଡ ମଧ୍ୟରେ ସ୍ୱାକ୍ଷରିତ ହେବ ବୁଝାମଣାପତ୍ର ଏହାର ପ୍ରଭାବରେ କେତେକ ଅଞ୍ଚଳରେ ଦୀର୍ଘକାଳୀନ ମରୁଡ଼ି ଦେଖାଦେବାବେଳେ ଅନ୍ୟ କେତେକ ସ୍ଥାନରେ ଅତିବୃଷ୍ଟି ଓ ବନ୍ୟା ହୋଇପାରେ ।
ଅଧିକ ତାପମାତ୍ରା ଫସଲର ଜଳ ଆବଶ୍ୟକତା ବଢ଼ାଇବ ।
ମରୁଡ଼ିରେ ଚାଷଜମି ଶୁଖିଯିବା ଏବଂ ବନ୍ୟାରେ ଅମଳ ପୂର୍ବରୁ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି ।
ଏହାଦ୍ୱାରା ଖାଦ୍ୟଶସ୍ୟ ଉତ୍ପାଦନ କମିବା ସହ ବଜାରରେ ଖାଦ୍ୟଦ୍ରବ୍ୟର ଦର ବଢ଼ିପାରେ ।
ଯୁଦ୍ଧ, ବିସ୍ଥାପନ ଓ ମୂଲ୍ୟବୃଦ୍ଧିର ସମ୍ମୁଖୀନ ହେଉଥିବା ଦେଶଗୁଡ଼ିକ ଏହାଦ୍ୱାରା ଅଧିକ ପ୍ରଭାବିତ ହେବେ ।
ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ (ଏଫ୍ଏଓ) ନଭେମ୍ବର ୧୭ରେ ଜାରି କରିଥିବା ଆକଳନରେ ଏଲ୍ନିନୋ ଯୋଗୁଁ ବିଭିନ୍ନ ଅଞ୍ଚଳରେ ଖାଦ୍ୟ ଉତ୍ପାଦନ ପ୍ରତି ବିପଦ ବଢ଼ୁଥିବା କହିଛି ।
ଏହି ପରିସ୍ଥିତିର ମୁକାବିଲା ପାଇଁ ଏଫ୍ଏଓ ଓ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲ୍ୟୁଏଫ୍ପି) ମିଳିତ ଭାବେ ୨୦୨ ନିୟୁତ ଡଲାରର ସହାୟତା ଯୋଜନା ଆରମ୍ଭ କରିଛନ୍ତି ।
ଏଥିରେ ୨୨ଟି ବିପଦପ୍ରବଣ ଦେଶର ପ୍ରାୟ ୯୦ ଲକ୍ଷ ଲୋକଙ୍କୁ ସହାୟତା ଦେବାର ଲକ୍ଷ୍ୟ ରହିଛି ।
କୃଷକଙ୍କୁ ମରୁଡ଼ି ଓ ବନ୍ୟା ସହଣୀ ବିହନ ଯୋଗାଇବା, ପଶୁସମ୍ପଦର ସୁରକ୍ଷା ଓ ଜଳ ସଂରକ୍ଷଣ ଏହି ଯୋଜନାର ଅନ୍ତର୍ଭୁକ୍ତ ।
ଭାରତ ପାଇଁ ମଧ୍ୟ ଏହି ଜଳବାୟୁ ପରିବର୍ତ୍ତନ ଚିନ୍ତାର କାରଣ ହୋଇଛି ।
ଏଲ୍ନିନୋ ସାଧାରଣତଃ ଭାରତର ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷାକୁ ଦୁର୍ବଳ କରିବା ସହ ଜଡ଼ିତ ।
୨୦୨୭ ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ମୌସୁମୀ ବର୍ଷାର ଗତି ଓ ପରିମାଣ ଉପରେ ଏହାର ପ୍ରଭାବ ରହିପାରେ ।
ବର୍ଷା କମିଲେ ବର୍ଷା ଉପରେ ନିର୍ଭରଶୀଳ ଚାଷ, ଜଳଭଣ୍ଡାର ଓ ଭୂତଳ ଜଳସ୍ତର ପ୍ରଭାବିତ ହେବ ।
ତେବେ ଏଲ୍ନିନୋ ହେଲେ ନିଶ୍ଚିତ ଭାବେ ମରୁଡ଼ି ହେବ ବୋଲି କୁହାଯାଇ ପାରିବ ନାହିଁ ।
ଭାରତ ମହାସାଗରର ତାପମାତ୍ରା ଓ ଅନ୍ୟ ବାୟୁମଣ୍ଡଳୀୟ ପରିସ୍ଥିତି ମଧ୍ୟ ମୌସୁମୀକୁ ପ୍ରଭାବିତ କରିଥାଏ ।
ତେଣୁ ଆସନ୍ତାବର୍ଷ କୃଷି ଉତ୍ପାଦନ ଓ ଖାଦ୍ୟ ନିରାପତ୍ତା ପାଇଁ ଆଗୁଆ ପ୍ରସ୍ତୁତି ଉପରେ ବିଶେଷଜ୍ଞମାନେ ଗୁରୁତ୍ୱ ଦେଇଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
