ଭାରତୀୟ ଗଣତନ୍ତ୍ରକୁ ‘ପବିତ୍ର’ କହିଲେ ରାହୁଲ; ‘ଅସୁସ୍ଥ’ ଶୁଣି ବିଜେପିର ଆକ୍ରମଣ

Nov 19, 2026 - 19:48
ଭାରତୀୟ ଗଣତନ୍ତ୍ରକୁ ‘ପବିତ୍ର’ କହିଲେ ରାହୁଲ; ‘ଅସୁସ୍ଥ’ ଶୁଣି ବିଜେପିର ଆକ୍ରମଣ

ନୂଆଦିଲ୍ଲୀ : ଭାରତୀୟ ଗଣତନ୍ତ୍ରକୁ 'ଅସୁସ୍ଥ' (ସିକ୍) ବୋଲି ରାହୁଲ ଗାନ୍ଧୀ କହିଥିବା ଅଭିଯୋଗ କରି ବିଜେପି ତାଙ୍କୁ ଘେରିଥିବାବେଳେ ତାଙ୍କ ଭାଷଣର ଭିଡିଓରେ କିନ୍ତୁ ସେ 'ପବିତ୍ର' (ସେକ୍ରେଡ୍‌) ବୋଲି କହିଥିବା ସ୍ପଷ୍ଟ ହୋଇଛି ।

ଆମେରିକାର ସିକାଗୋ ବିଶ୍ୱବିଦ୍ୟାଳୟରେ ବୁଧବାର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ବେଳେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଏହି ମନ୍ତବ୍ୟ ଦେଇଥିଲେ ।

Advertisment ଆଲୋଚନା ସମୟରେ ଜଣେ ଛାତ୍ର ରାହୁଲଙ୍କୁ ପଚାରିଥିଲେ, ନିର୍ବାଚନରେ ଅନିୟମିତତା ହେଉଥିବା ବିରୋଧୀ ଦଳ ଅଭିଯୋଗ କରୁଥିବାବେଳେ ନିର୍ବାଚନ ବର୍ଜନ କରୁନାହାନ୍ତି କାହିଁକି ?

ଏହାର ଉତ୍ତରରେ ରାହୁଲ କହିଥିଲେ, “ଭାରତୀୟ ଗଣତନ୍ତ୍ର ମୋ ପାଇଁ ପବିତ୍ର ।

ଏଥିରେ ସମସ୍ୟା ରହିଛି ବୋଲି କହିବା ପାଇଁ ମୋତେ ୧୦୦, ୨୦୦ କିମ୍ବା ୩୦୦ ପ୍ରତିଶତ ପ୍ରମାଣ ଆବଶ୍ୟକ ।” ବିନା ପ୍ରମାଣରେ ଗଣତନ୍ତ୍ରକୁ ନେଇ ଏପରି ମନ୍ତବ୍ୟ ଦେବାକୁ ସେ ଚାହାନ୍ତି ନାହିଁ ବୋଲି କହିଥିଲେ ।

Landslide Management ଭୂସ୍ଖଳନ ମୁକାବିଲା ପାଇଁ ଓଡ଼ିଶା ଓ ଉତ୍ତରାଖଣ୍ଡ ମଧ୍ୟରେ ସ୍ୱାକ୍ଷରିତ ହେବ ବୁଝାମଣାପତ୍ର ବିରୋଧୀ ଦଳ ନିର୍ବାଚନ ଲଢ଼ିବା ବନ୍ଦ କରିଦେଲେ ଗଣତନ୍ତ୍ରର ନିର୍ବାଚନୀ ବ୍ୟବସ୍ଥାର ବୈଧତା ଶେଷ ହୋଇଯିବ ।

ଏହାଦ୍ୱାରା ବିରୋଧୀ ଦଳର କର୍ମୀମାନେ ମଧ୍ୟ ନିରାଶ ହେବେ ।

ତେଣୁ ନିର୍ବାଚନ ବର୍ଜନ ନ କରି ବ୍ୟବସ୍ଥାରେ ଥିବା ଅନିୟମିତତାକୁ ଲୋକଙ୍କ ସାମ୍ନାକୁ ଆଣିବା ହେଉଛି ବିରୋଧୀଙ୍କ ରଣନୀତି ବୋଲି ସେ କହିଥିଲେ ।

ନିର୍ବାଚନ ଆୟୋଗ ମଧ୍ୟରୁ କିଛି ତଥ୍ୟ ମିଳୁଥିବା ଏବଂ ବ୍ୟବସ୍ଥାରେ ପରିବର୍ତ୍ତନ ଆସିବାକୁ ବେଶି ସମୟ ନାହିଁ ବୋଲି ମଧ୍ୟ ସେ ଦାବି କରିଥିଲେ ।

ତେବେ ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ରାହୁଲଙ୍କ ଭାଷଣର ଏକ ଭିଡିଓ ଏକ୍ସରେ ସେୟାର କରି ସେ ଭାରତୀୟ ଗଣତନ୍ତ୍ରକୁ 'ଅସୁସ୍ଥ' ବୋଲି କହିଥିବା ଅଭିଯୋଗ କରିଥିଲେ ।

ରାହୁଲଙ୍କୁ ସେ 'ଭାରତ ବିରୋଧୀ ପ୍ରଚାରର ନେତା' ବୋଲି ଆକ୍ଷେପ କରିଥିଲେ ।

ଏହାପରେ ବିଜେପି ମୁଖପାତ୍ର ଅଜୟ ଆଲୋକ ମଧ୍ୟ ରାହୁଲଙ୍କୁ ଅସଂଗତ ମନ୍ତବ୍ୟ ଦେଉଥିବା ନେଇ ସମାଲୋଚନା କରିଥିଲେ ।

ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ବିଦେଶ ମାଟିରେ ଭାରତ ସମ୍ପର୍କରେ ମନ୍ତବ୍ୟ ଦେବାବେଳେ ରାହୁଲ ଦାୟିତ୍ୱବାନ ହେବା ଉଚିତ ବୋଲି କହିଥିଲେ ।

ବିଜେପିର ଏହି ସମାଲୋଚନା ମଧ୍ୟରେ ରାହୁଲଙ୍କ ଭାଷଣର ମୂଳ ଭିଡିଓରେ 'ପବିତ୍ର' ଶବ୍ଦ ବ୍ୟବହାର ହୋଇଥିବା ସ୍ପଷ୍ଟ ହୋଇଛି ।

ରାହୁଲ ଦୁଇଦିନିଆ ଆମେରିକା ଗସ୍ତରେ ଯାଇ ମଙ୍ଗଳବାର ନ୍ୟୁୟର୍କର କଲମ୍ବିଆ ବିଶ୍ୱବିଦ୍ୟାଳୟ ଏବଂ ବୁଧବାର ସିକାଗୋ ବିଶ୍ୱବିଦ୍ୟାଳୟରେ ଆଲୋଚନା କରିଥିଲେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)