ମନଖୋଲି କଥାବାର୍ତ୍ତା

Nov 18, 2026 - 16:21
ମନଖୋଲି କଥାବାର୍ତ୍ତା

 

କଫି ୱିଥ୍ କରନ୍’ର ଏକ ନୂଆ ଏପିସୋଡ୍  ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ ଅଭିନେତ୍ରୀ କିଆରା ଆଡଭାନୀ ଅତିଥି ଭାବେ ଯୋଗଦେଇ ଅନେକ ରୋଚକ କଥାର ଖୁଲାସା କରିଛନ୍ତି । ତାଙ୍କ ବିବାହରେ ସବୁଠାରୁ ରୋଚକ ଥିଲା କରନଙ୍କ ଡ୍ୟାନ୍ସ ବୋଲି କିଆରା ମତ ଦେଇଛନ୍ତି । ସେହିଭଳି ନିଜ ଚଳଚ୍ଚିତ୍ର ‘ଦ ଭାନ୍’କୁ ନେଇ ସମାଲୋଚକଙ୍କ ନକାରାତ୍ମକ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ସିଦ୍ଧାର୍ଥ କହିଛନ୍ତି ଯେ ସେ ଏଗୁଡିକୁ ଭୃକ୍ଷେପ କରନ୍ତି ନାହିଁ । ସେମାନେ ସବୁବେଳେ ଖୁବ ପରିଶ୍ରମ କରି ନିଜ କାମ କରୁଛନ୍ତି , ଆଶା ରହୁଛି ସବୁବେଳେ ଦର୍ଶକଙ୍କୁ ଭଲ ଫିଲ୍ମ ଭେଟିଦେବେ । ସେହିଭଳି ଭାରତର ଦର୍ଶକ ନିଜ ସଂସ୍କୃତି ସହ ଜଡ଼ିତ କାହାଣୀ ଦେଖିବାକୁ ପସନ୍ଦ କରନ୍ତି ଏବଂ ‘ଦ ଭାନ୍’ ସେମାନଙ୍କ ପାଇଁ ହିଁ ନିର୍ମିତ ହୋଇଥିଲା । ହେଲେ କିଛି ଲୋକଙ୍କୁ ଏହା ପସନ୍ଦ ଆସିଲାନି, ଯାହାକୁ ସେ ଖୁବ ସହଜରେ ଗ୍ରହଣ କରିଥିବା ପ୍ରକାଶ କରିଛନ୍ତି । ସେହିପରି ନିଜ ଚଳଚ୍ଚିତ୍ର ‘ଟକ୍ସିକ୍’ର ବିଫଳତାକୁ ନେଇ କିଆରା ମଧ୍ୟ ନିଜ ମନକଥା କହିଥିଲେ । ଏହାର ବିଫଳତା କାରଣରୁ ସେ ଦୁଃଖିତ ଥିଲେ, କିନ୍ତୁ ନିଜ କମ୍ଫର୍ଟ ଜୋନ୍‌ରୁ ବାହାରି ସେ କରିଥିବା ଅଭିନୟକୁ ଦର୍ଶକ ପ୍ରଶଂସା କରିଥିବାରୁ ଏହା ତାଙ୍କ କ୍ୟାରିୟରର ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ହୋଇ ରହିବବୋଲି କିଆରା କହିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)