ଭାରତର ଦମଦାର ବିଜୟ, ଏସିଆ କପ୍ ଟାଇଟଲ୍ ଦଖଲ

Sep 14, 2026 - 08:40
ଭାରତର ଦମଦାର ବିଜୟ, ଏସିଆ କପ୍ ଟାଇଟଲ୍ ଦଖଲ

ନନ୍ଦିଘୋଷ ବ୍ୟୁରୋ : ଭାରତୀୟ ମହିଳା ଦଳ ହାତେଇଛି ଏସିଆ କପ୍ ଟାଇଟଲ୍। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ଡିଫେଣ୍ଡିଂ ଚାମ୍ପିଅନ୍ ଶ୍ରୀଲଙ୍କାକୁ ୭୨ ରନ୍‌ରେ ପରାସ୍ତ କରି ଅଷ୍ଟମ ଥର ପାଇଁ ଏସିଆ କପ୍ ଚାମ୍ପିଅନ୍ ହୋଇଛି ଟିମ୍ ଇଣ୍ଡିଆ। ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୮୩ ରନ୍ କରିଥିଲା। ଶେଫାଲୀ ବର୍ମା ୩୯ ବଲ୍‌ରେ ୬୮ ଓ ସ୍ମୃତି ମନ୍ଧାନା ୩୫ ବଲ୍‌ରେ ୫୯ ରନ୍‌ର ଦମଦାର ଇନିଂସ ଖେଳିଥିଲେ। ୧୮୪ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରି ଶ୍ରୀଲଙ୍କା ମହିଳା ଦଳ ୧୧୧ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା। ଭାରତ ପକ୍ଷରୁ ଯୁବ ଲେଫ୍ଟ ଆର୍ମ ସ୍ପିନର୍ ଶ୍ରୀଚରଣି ୪ ୱିକେଟ୍ ଏବଂ ଅଭିଜ୍ଞ ଦୀପ୍ତି ଶର୍ମା ୩ ୱିକେଟ୍ ନେଇ ଭାରତର ବିଜୟକୁ ସୁନିଶ୍ଚିତ କରିଥିଲେ। ଏହି ବିଜୟ ସହ ୨୦୨୪ ଫାଇନାଲର ପରାଜୟର ମଧୁର ପ୍ରତିଶୋଧ ନେଇଛି ଭାରତ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)