ଭାଇ ଭଉଣୀ ଭାସିଯାଇ ମୃତ
ନନ୍ଦିଘୋଷ ବ୍ୟୁରୋ :ଭାଇ ଭଉଣୀ ଭାସିଯାଇ ମୃତ । ଭାଇ ପାଣିରେ ବୁଡ଼ିଥିବା ଦେଖି ଉଦ୍ଧାର କରିବାକୁ ଯାଇ ଦିବ୍ୟାଙ୍ଗ ଭଉଣୀର ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଖୁଣ୍ଟା ଥାନା ମହ୍ଲାରପଦା ଗାଁରେ । ମହ୍ଲାରପଦା ଗ୍ରାମର ପରମେଶ୍ୱର ନାୟକ ଏବଂ ତାଙ୍କ ଦିବ୍ୟାଙ୍ଗ ଭଉଣୀ ନନ୍ଦିନୀ ନାୟକ ଘରେ ରୁହନ୍ତି । ପରମେଶ୍ୱର ଘର ପାଖରେ ପ୍ରବାହିତ ନାଲୁହା ନଦୀର କେନାଲରେ ଅସାବଧାନତା ଯୋଗୁଁ ପଡ଼ି ଯାଇଥିଲେ । ଏହାକୁ ଦେଖି ଦିବ୍ୟାଙ୍ଗ ଭଉଣୀ ନନ୍ଦିନୀ ତାଙ୍କୁ ଉଦ୍ଧାର କରିବାକୁ କେନାଲ ଭିତରକୁ ଡେଇଁଥିଲେ ।
ସେ ମଧ୍ୟ ପାଣି ସୁଅରେ ଭାସି ଯାଇଥିଲେ। ଆଜି ସକାଳେ ସ୍ଥାନୀୟ ଲୋକେ ଭିନ୍ନ ଭିନ୍ନ ସ୍ଥାନରେ ନଦୀ ଭିତରେ ଦୁଇ ଗୋଟି ମୃତଦେହ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଖୁଣ୍ଟା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ଦୁଇ ମୃତଦେହ ଉଦ୍ଧାର କରିଛି। ଖବର ପାଇ ଖୁଣ୍ଟା ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
