ବେପରୁଆ ଚାଳନାରୁ ଘର ଭିତରକୁ ମାଡ଼ିଗଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ପରିବାର

Aug 30, 2026 - 10:12
ବେପରୁଆ ଚାଳନାରୁ ଘର ଭିତରକୁ ମାଡ଼ିଗଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ପରିବାର

ନନ୍ଦିଘୋଷ ବ୍ୟୁରୋ : ବେପରୁଆ ଗାଡ଼ି ଚାଳନାରୁ ଘର ଉପରକୁ ମାଡ଼ିଗଲା ମାଲବୋଝେଇ ଟ୍ରକ୍। ଅଳ୍ପକେ ବର୍ତ୍ତିଗଲେ ପରିବାର ସଦସ୍ୟ। ପଦ୍ମପୁର ରଜାପଡ଼ାରେ ଘଟିଛି ଏଭଳି ଦୁର୍ଘଟଣା। ସୂଚନା ଅନୁସାରେ, ରଜାପଡ଼ାର ନରହରି ବଗର୍ତ୍ତୀଙ୍କ ଘରକୁ ଏକ ମାଲବୋଝେଇ ଟ୍ରକ୍ ଧକ୍କା ଦେବା ପରେ ଘର ଭିତରକୁ ମାଡ଼ିଯାଇଥିଲା। ନରହରି ବଗର୍ତ୍ତୀଙ୍କ ଅଭିଯୋଗ ଅନୁଯାୟୀ, ଟ୍ରକ୍‌ଟିକୁ ବେପରୁଆ ଭାବେ ଚାଳନା କରାଯାଉଥିବାରୁ ଏଭଳି ଦୁର୍ଘଟଣା ଘଟିଛି।

ଟ୍ରକ୍ ଧକ୍କାରେ ଘରର ବିଭିନ୍ନ ଅଂଶ କ୍ଷତିଗ୍ରସ୍ତ ହେବା ସହ ଅନେକ ମୂଲ୍ୟବାନ ଆସବାବପତ୍ର ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ତେବେ ସୌଭାଗ୍ୟବଶତଃ ପରିବାରର କୌଣସି ସଦସ୍ୟଙ୍କ ଜୀବନହାନି କିମ୍ବା ଆଘାତ ହୋଇନଥିବାରୁ ଏକ ବଡ଼ ଅଘଟଣ ଟଳିଯାଇଛି। ଘଟଣା ପରେ ପଦ୍ମପୁର ପୋଲିସ ଟ୍ରକ୍ ଚାଳକଙ୍କୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)