ବିଦେଶ ଗସ୍ତକୁ ନେଇ ନବୀନଙ୍କ ଜବାବ: 'ଓଡ଼ିଶାର ସ୍ୱାର୍ଥ ପାଇଁ ବିଦେଶ ଯାଇଥିଲି'
ଭୁବନେଶ୍ୱର: ବିଦେଶ ଗସ୍ତ ବିବାଦ ଉପରେ ଜବାବ ରଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନ ଗଣମାଧ୍ୟମକୁ କହିଛନ୍ତି ଯେ, ସେ କେବଳ ସୀମିତ ସମୟ ପାଇଁ ଏବଂ କେବଳ ଓଡ଼ିଶାର ସ୍ୱାର୍ଥ ରକ୍ଷା ଉଦ୍ଦେଶ୍ୟରେ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପରେ କାମ କରିବାକୁ ବିଦେଶ ଗସ୍ତ କରିଥିଲେ। ସେ କହିଛନ୍ତି, ମୋର ବିଦେଶ ଗସ୍ତ ବହୁତ ସୀମିତ । କେବଳ ଓଡ଼ିଶାର ସ୍ୱାର୍ଥ ପାଇଁ ବିଦେଶ ଯାଇଛି । ମୋର ଏବଂ ମୋର ଅଧିକାରୀମାନଙ୍କ ଗସ୍ତକୁ ନେଇ କିଛି ମିଥ୍ୟା ଅଭିଯୋଗ ଅଣାଯାଇଛି। ଉଚିତ ସମୟରେ ଏହାର ଉପଯୁକ୍ତ ଜବାବ ଦିଆଯିବ।"
ନବୀନ ପଟ୍ଟନାୟକ ତାଙ୍କର ଏବଂ ପୂର୍ବତନ ଆଇଏଏସ ଅଧିକାରୀ ଭି.କେ. ପାଣ୍ଡିଆନଙ୍କ ବିଦେଶ ଗସ୍ତକୁ ନେଇ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ତଦନ୍ତ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏହି ସମସ୍ତ ଅଭିଯୋଗକୁ ସେ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମିଥ୍ୟା ବୋଲି କହିବା ସହ ଉପଯୁକ୍ତ ସମୟରେ ଏହାର କଡ଼ା ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sakala-ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
