ବିଏମସି ପକ୍ଷରୁ ପାଳିତ ହୋଇଛି ସ୍ୱାୟତ୍ତ ଶାସନ ଦିବସ

Aug 31, 2026 - 13:25
ବିଏମସି ପକ୍ଷରୁ ପାଳିତ ହୋଇଛି ସ୍ୱାୟତ୍ତ ଶାସନ ଦିବସ

ନନ୍ଦିଘୋଷ ବ୍ୟୁରୋ :  ବିଏମସି ପକ୍ଷରୁ ପାଳିତ ହୋଇଛି ସ୍ୱାୟତ୍ତ ଶାସନ ଦିବସ। ଏହି ଅବସରରେ ବିଏମସି କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ। ବିଏମସି କମିଶନର, ସମସ୍ତ କର୍ପୋରେଟରଙ୍କ ସମେତ ମହାନଗର ନିଗମ ଅଧିକାରୀ ଓ କର୍ମଚାରୀ ଏଥିରେ ସାମିଲ ହୋଇଥିଲେ। ସ୍ୱାୟତ୍ତ ଶାସନ ବ୍ୟବସ୍ଥାକୁ କିଭଳି ଆହୁରି ଅଧିକ ସୁଦୃଢ କରାଯିବ ସେନେଇ ଆହ୍ୱାନ ଦେଇଛନ୍ତି ମେୟର।

ସ୍ୱାୟତ୍ତ ଶାସନ ଦିବସ ଅବସରରେ ୨୩ଟି ପ୍ରକଳ୍ପର ଶୁଭ ଉଦଘାଟନ ଓ ଶିଳାନ୍ୟାସ କରାଯାଇଛି। ବିଏମସି କାର୍ଯ୍ୟାଳୟ ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୮ଟି ପ୍ରକଳ୍ପର ଶୁଭାରମ୍ଭ କରାଯାଇଥିବା ବେଳେ, ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ୧୫ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)