ବାରାଣସୀ ବିମାନବନ୍ଦରରେ ଗୁଳିକାଣ୍ଡ, ଯାତ୍ରୀଙ୍କ ପିସ୍ତଲରୁ ଗୁଳି ଫୁଟି ୨ କର୍ମଚାରୀ ଆହତ
ବାରାଣସୀ; ବାରାଣସୀ ବିମାନ ବନ୍ଦରରେ ଅଘଟଣ। ଏୟାର ଇଣ୍ଡିଆର ଜଣେ ଯାତ୍ରୀଙ୍କ ପିସ୍ତଲରୁ ଗୁଳି ଫୁଟି ୨ ଜଣ କର୍ମଚାରୀ ଆହତ ହୋଇଛନ୍ତି। ବିମାନବନ୍ଦରରେ ଯାତ୍ରୀଙ୍କୁ ଯାଞ୍ଚ ବେଳେ ତାଙ୍କ ପିସ୍ତଲରୁ ଗୁଳି ଫୁଟି ଯାଇଥିଲା। ଆହତଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ଅଛନ୍ତି। ଗୁଳିଟି ପ୍ରଥମେ ତଳେ ବାଜି ୨ କର୍ମଚାରୀଙ୍କ ଦେହରେ ବାଜିଥିଲା। ଯାତ୍ରୀଜଣକ ଆଜମଗଡ଼ର ହୋଇଥିବାବେଳେ ପତ୍ନୀଙ୍କ ସହ ସେ ଏୟାର ଇଣ୍ଡିଆ ଫ୍ଲାଇଟ IX-1810ରେ ମୁମ୍ବାଇ ଯିବାର ଥିଲା। ତେବେ ତାଙ୍କ ନିକଟରେ ପିସ୍ତଲ ଓ ମାଗାଜିନ ରହିଛି ବୋଲି ସେ ଯାତ୍ରା ପୂର୍ବରୁ ଦର୍ଶାଇଥିଲେ। ବାରାଣସୀ ବିମାନ ବନ୍ଦର ନିର୍ଦ୍ଦେଶକ ପୁନିତ ଗୁପ୍ତା କହିଛନ୍ତି- ପିସ୍ତଲ ଓ ସମ୍ପର୍କିତ ନଥିପତ୍ରର ଯାଞ୍ଚ କରାଯାଉଛି। ଆହତ ୨ କର୍ମଚାରୀଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସମସ୍ତଙ୍କୁ ଜେରା କରାଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
