ପୋଲିସକୁ ଆକ୍ରମଣ, ଦୁଇଜଣଙ୍କୁ ଅଟକ
ନନ୍ଦିଘୋଷ ବ୍ୟୁରୋ : ରାତି ଡ୍ୟୁଟି ସାରି ଫେରୁଥିବାବେଳେ ଜଗତସିଂହପୁର କଲେଜ ଛକ ଠାରେ ବାଇକ୍ ସହିତ ଏକ କାର ଧକ୍କା ହୋଇଥିଲା । କାର ଭିତରୁ କିଛି ଯୁବକ ବାହାରି ଆସି ପୋଲିସ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ l ଖବର ପାଇ ଜଗତସିଂହପୁର ପୋଲିସ ପହଞ୍ଚି ଆହତ ପୋଲିସ କର୍ମଚାରୀ ନିତ୍ୟାନନ୍ଦ ସେନାପତିଙ୍କୁ ମେଡିକାଲ ନେଇଥିଲେ l ଆହତ ପୋଲିସ ଅଧିକାରୀଙ୍କ ଅଭିଯୋଗକୁ ଭିତ୍ତିକରି ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣଙ୍କୁ ପୋଲିସ କାବୁ କରିଥିବା ବେଳେ ଘଟଣା ସ୍ଥଳରୁ ଅନ୍ୟମାନେ ଖସି ପଳାଇଥିଲେ l ଆକ୍ରମଣକାରୀଙ୍କ ହାତରେ ହକିଷ୍ଟିକ ଥିବା ସୂଚନା ମିଳିଥିଲା l ଜଗତସିଂହପୁର ଏସ୍ ପି ଅଙ୍କିତ କୁମାର ବର୍ମା ଥାନାରେ ପହଁଚି ଆକ୍ରମଣ ହୋଇଥିବା ପୋଲିସ ଅଧିକାରୀଙ୍କ ସହିତ ଘଟଣା ସମ୍ପର୍କରେ ବୁଝିଥିଲେ l ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଧରିବା ପାଇଁ ଜଗତସିଂହପୁର ପୋଲିସକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ l
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
