ପୁରୀ ରଥଯାତ୍ରାକୁ ୟୁନେସ୍କୋ ରେ ସାମିଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିଠି
ଭୁବନେଶ୍ୱର : କେନ୍ଦ୍ର ସଂସ୍କୃତିମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୁରୀ ରଥଯାତ୍ରାକୁ ୟୁନେସ୍କୋରେ ସାମିଲ ପାଇଁ ଚିଠିରେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ପୁରୀ ରଥଯାତ୍ରାକୁ intangible cultural heritage of humanity ମାନ୍ୟତା ଦେବାକୁ ସେ ଦାବି କରିଛନ୍ତି । ୟୁନେସ୍କୋରେ ସାମିଲ ହେଲେ ବିଶ୍ୱସ୍ତରରେ ଏହାର ଗୁରୁତ୍ତ୍ଵ ଆହୁରି ବଢିବ । ପୁରୀ ପ୍ରଶାସନ ଏନେଇ ସମସ୍ତ ଦସ୍ତାବେଜ ଦାଖଲ କରି ସାରିଛି । ରଥଯାତ୍ରା ବିଶ୍ୱ ଭାତୃତ୍ଵ ଏବଂ ମୂଲ୍ୟବୋଧର ଶିକ୍ଷା ଦିଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।