ପୁରୀ ଟାଉନ ଥାନା ଅଞ୍ଚଳରେ ବିଭିନ୍ନ ଖଜା ଗୋଦାମ ଓ କାରଖାନାରେ ଚଢ଼ାଉ

Sep 29, 2026 - 10:02
ପୁରୀ ଟାଉନ ଥାନା ଅଞ୍ଚଳରେ ବିଭିନ୍ନ ଖଜା ଗୋଦାମ ଓ କାରଖାନାରେ ଚଢ଼ାଉ

ନନ୍ଦିଘୋଷ ବ୍ୟୁରୋ : ପୁରୀ ଟାଉନ ଥାନା ଅଞ୍ଚଳରେ ବିଭିନ୍ନ ଖଜା ଗୋଦାମ ଓ କାରଖାନାରେ ଚଢ଼ାଉ । ଅସାଧୁ ଉପାୟରେ ଲୋକମାନଙ୍କୁ ଠକୁଥିବା ଖଜା ବ୍ୟବସାୟୀଙ୍କ ଗୋଦାମରେ ଚଢ଼ାଉ କରାଯାଇଛି।  ଚଢ଼ାଉ ସମୟରେ ଖଜାର ଗୁଣବତ୍ତା, ଓଜନରେ ହେରଫେର, ପ୍ୟାକେଜିଂ ଓ ଖାଦ୍ୟ ସୁରକ୍ଷା ଲାଇସେନ୍ସ ଯାଞ୍ଚ କରାଯାଇଥିଲା। କାକୁଡି ଖାଇ ଛକ ନିକଟରେ ଥିବା ବିଭିନ୍ନ ଖଜା ଦୋକାନ ଓ ଗୋଦାମ ଉପରେ ଚଢ଼ାଉ କରାଯାଇଥିବା ବେଳେ ପ୍ରାୟ ତିନି କୁଇଣ୍ଟାଲ ରୁ ଅଧିକ ଭେଜାଲ ଓ ନିମ୍ନ ମାନର ଖଜା ଜବତ କରାଯାଇଛି। ପୋଲିସ,ଖାଦ୍ୟ ସୁରକ୍ଷା ବିଭାଗ, ପୁରୀ ମହାନଗର ନିଗମ, ଓଜନ ଓ ମାପ ବିଭାଗର ମିଳିତ ଟିମ୍ ଏହି ଚଢ଼ାଉ କରିଛି।  ଯାଞ୍ଚ ବେଳେ ବହୁ ମାତ୍ରାରେ ଘରୋଇ ଗ୍ୟାସ ବ୍ୟବହାର ନେଇ ନଜରକୁ ଆସିଥିବାବେଳେ ଯୋଗାଣ ବିଭାଗ ପକ୍ଷରୁ ପ୍ରାୟ ୭ଟି ଘରୋଇ ଗ୍ୟାସ ସିଲିଣ୍ଡରକୁ ଜବତ କରାଯାଇଛି…।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)