ପୁଟିନ୍‌ଙ୍କୁ ଚିଠି ଲେଖିଲେ ଜେଲେନସ୍କି: ସ୍ବିଜରଲ୍ୟାଣ୍ଡ, ତୁର୍କୀ କିମ୍ବା ଆରବ ଦେଶରେ ଆଲୋଚନା ପାଇଁ ପ୍ରସ୍ତାବ

Jun 07, 2026 - 06:46
ପୁଟିନ୍‌ଙ୍କୁ ଚିଠି ଲେଖିଲେ ଜେଲେନସ୍କି: ସ୍ବିଜରଲ୍ୟାଣ୍ଡ, ତୁର୍କୀ କିମ୍ବା ଆରବ ଦେଶରେ ଆଲୋଚନା ପାଇଁ ପ୍ରସ୍ତାବ

କିବ୍‌: ରୁଷ୍ ଓ ୟୁକ୍ରେନ ମଧ୍ୟରେ ଗତ ଚାରି ବର୍ଷ ହେଲା ଯୁଦ୍ଧ ଚାଲିଥିବାବେଳେ ଏକ ବଡ଼ ଖବର ସାମ୍‌ନାକୁ ଆସିଛି। ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲଡିମିର୍‌ ଜେଲେନସ୍କି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ଖୋଲା ଚିଠି ଲେଖି ମୁହାଁମୁହିଁ ସାକ୍ଷାତ ପ୍ରସ୍ତାବ ଦେଇଛନ୍ତି। ୟୁକ୍ରେନ ଉଭୟଙ୍କ ମଧ୍ୟରେ ସିଧାସଳଖ କଥାବାର୍ତ୍ତା ମାଧ୍ୟମରେ ଏହି ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତାବ ଦେଇଛି। ଚାରି ବର୍ଷ ମଧ୍ୟରେ ପ୍ରଥମ ଥର ଜେଲେନସ୍କି ଖୋଲା ଚିଠି ମାଧ୍ୟମରେ କଥାବାର୍ତ୍ତା କରିବାକୁ ପ୍ରସ୍ତାବ ଦେଇଛନ୍ତି। ସ୍ବିଜରଲ୍ୟାଣ୍ଡ, ତୁର୍କୀ କିମ୍ବା ଆରବ ଦେଶରେ କଥାବାର୍ତ୍ତା ପାଇଁ ଉପଯୁକ୍ତ ରହିବ ବୋଲି ପୁଟିନ୍‌ କହିଛନ୍ତି। ଶାନ୍ତି ଆଲୋଚନା ସମୟରେ ଯୁଦ୍ଧବିରତି ରହିବ ବୋଲି ମଧ୍ୟ ଜେଲେନସ୍କି କହିଛନ୍ତି। ଦୁଇପକ୍ଷ ମଧ୍ୟରେ କଥାବାର୍ତ୍ତା ମସ୍କୋ କିମ୍ବା କିବ୍‌ରେ ନ ହେଉ। ବଡ଼ ପ୍ରସଙ୍ଗର ସମାଧାନ ଦୁଇ ଦେଶର ନେତା ହିଁ କରିପାରିବେ ବୋଲି ଜେଲେନସ୍କି କହିଛନ୍ତି। ଏହାସହିତ କେବଳ ଆମେରିକା ଉପରେ ନିର୍ଭର କରି ହାତ ଉପରେ ହାତ ରଖି ବସି ପଡ଼ିଲେ ଚଳିବ ନାହିଁ, ଆମେରିକାର ଧ୍ୟାନ ଏବେ ଇରାନ ଉପରେ ରହିଛି ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।